ରାସ୍ତାରେ ବାଡ଼, ଫେରିଗଲା ଆମ୍ବୁଲାନ୍ସ

ବାମରା, ୧୮।୪ (ଡି.ଏନ.ଏ)- ସୁନ୍ଦରଗଡରେ ୨ଜଣ କରୋନା ପୋଜିଟିଭ ଚିହ୍ନଟ ହେବା ପରଠାରୁ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯାଇଛି । ମାତ୍ର କେତେକ ସିଲ୍‌ ଥିବା ସ୍ଥାନରେ କୌଣସି ଜଗୁଆଳି ନ ଥିବା କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡିମୋଟର ଓ ଆମ୍ବୁଲାନ୍ସ ଯିବା ଆସିବା କରି ପାରୁନାହିଁ। ସମ୍ବଲପୁର ଜିଲା ବାମରା ବ୍ଲକ କୁଟାରୀମାଲ ପଞ୍ଚାୟତ ଲଲବିରା ଗାଁକୁ ଶୁକ୍ରବାର ଜଣେ ଆହତ ବୃଦ୍ଧାଙ୍କୁ ନେବା ପାଇଁ ବଡଗାଁରୁ ଆସୁଥିବା ୧୦୮ ଆମ୍ବୁଲାନ୍ସଟି ରାସ୍ତା ଅବରୋଧ କାରଣରୁ ଫେରି ଯିବାକୁ ବାଧ୍ୟ ହୋଇଛି।
ଲଲବିରା ଗ୍ରାମର ତେଲେଙ୍ଗା ମୁଣ୍ଡାଙ୍କ ସ୍ତ୍ରୀ ବସନ୍ତି ମୁଣ୍ଡା (୬୨) ଶୁକ୍ରବାର ଦିନ ବେଳେ ପାଖ ନଈକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ତାଙ୍କ ଗୋଡ ଖସିଯିବାରୁ ଆଣ୍ଠୁରେ ଗୁରୁତର ଆଘାତ ହୋଇ ସେ ଅଚେତ ହୋଇ ପଡିଥିଲେ । ତାଙ୍କ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ସହାୟତା ଲୋଡିଥିଲେ । ସୀମାବର୍ତ୍ତୀ ସୁନ୍ଦରଗଡ ଜିଲା ବଡଗାଁଠାରୁ ଲଲବିରା ଗ୍ରାମ ପାଖରେ ଥିବା ଯୋଗୁଁ ବଡଗାଁ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସକୁ ଲଲବିରା ଯାଇ ରୋଗୀଙ୍କ ସହାୟତା ପାଇଁ ନିର୍ଦ୍ଦେଶ ହୋଇଥିଲା। ବଡଗାଁରୁ ଆମ୍ବୁଲାନ୍ସଟି କୁରେବଗା ଘୁଙ୍ଗୁଡୁମାଲ ଦେଇ ଲଲବିରାକୁ ବାହାରିଥିଲା। ହେଲେ ରାସ୍ତା ଅବରୋଧ କାରଣରୁ ଆମ୍ବୁଲାନ୍ସ ଫେରି ଯାଇଥିଲା। ଆମ୍ବୁଲାନ୍ସଟି ଫେରି ଯିବା କାରଣରୁ ଗୁରୁତର ଥିବା ବୃଦ୍ଧା ମଧ୍ୟ ଡାକ୍ତରଖାନା ଯିବାରୁ ବଞ୍ଚତ୍ତ ହୋଇଥିଲେ । ଶେଷରେ ପୁଣି ବାମରା ଡାକ୍ତରଖାନାରୁ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସଟି ବୃଦ୍ଧାଙ୍କୁ ନେଇ ଗୋବିନ୍ଦପୁର ଡାକ୍ତରଖାନାରେ ପହଞ୍ଚାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଥିଲା । ହେଲେ ଫେରିବା ପାଇଁ କୌଣସି ସାଧନ ନ ମିଳିବାରୁ ବୃଦ୍ଧାଙ୍କୁ ବହୁ କଷ୍ଟରେ ବାଇକରେ ତାଙ୍କ ଘରକୁ ନିଆଯାଇଥିଲା । ଏ ନେଇ ବଡଗାଁ ୧୦୮ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ପଚାରି ବୁଝିବାରୁ ରାସ୍ତା ବନ୍ଦ କାରଣରୁ ସେ ଯାଇ ନ ପାରି ଫେରିଗଲେ। ଆଖପାଖରେ ପଚାରିବାରୁ ବାମରା ତହସିଲଦାର ସେହି ସ୍ଥାନରେ ରାସ୍ତା ଅବରୋଧ କରାଇଥିବା ତାଙ୍କୁ ଲୋକେ କହିଥିଲେ। ହେଲେ ରାସ୍ତା ଅବରୋଧ ସ୍ଥଳରେ ଜରୁରୀକାଳୀନ ଯାନ ବାହାନ ଚଳାଚଳକୁ ସୂଚାରୁ କରିବା ପାଇଁ କର୍ମଚାରୀ ମୁତୟନ କରିବା ନିମନ୍ତେ ଲଲବିରା ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏ ନେଇ ବାମରା ତହସିଲଦାର ଅନୀଲ କୁଲୁଙ୍କୁ ଫୋନ କରିବାରୁ ତାଙ୍କ ଫୋନ ସ୍ବିଚ୍‌ ଅଫ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?