ବ୍ରହ୍ମପୁର ଅଫିସ,୨୭ା୨ – ଗଞ୍ଜାମ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ୧୨ ବର୍ଷ ହେଲା ଦାବି ହେଉଛି। ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ଜିଲାର ବିଭିନ୍ନ ଆଇନଜୀବୀ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଉଛି। ପ୍ରତିବାଦରେ ଗଞ୍ଜାମ ଆଇନଜୀବୀ ସଂଘ ପକ୍ଷରୁ ମାସର ଶେଷ ୪ ଦିନ କାର୍ଯ୍ୟବନ୍ଦ କରାଯିବା ସହ ସତ୍ୟାଗ୍ରହ ଓ ଧାରଣା ଦିଆଯାଉଛି। ଶତାଧିକ ଓକିଲ ବୁଧବାର ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଥିଲେ । ଏବେ ସେମାନେ ଆନ୍ଦୋଳନର ତରିକା ବଦଳାଇ ଗଞ୍ଜାମ ବାର ସମ୍ମୁଖ ରାସ୍ତା ଉପରେ ସତ୍ୟାଗ୍ରହ ଧାରଣାରେ ବସିଛନ୍ତି। ଆଇନଜୀବୀଙ୍କ ନ୍ୟାଯ୍ୟ ଦାବି ପାଇଁ ବ୍ରହ୍ମପୁରରେ ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି କରିଥିଲେ। ପ୍ରତି ମାସର ଶେଷ ୪ ଦିନ ଏଥିପାଇଁ ଗଞ୍ଜାମ ଓକିଲ ସଂଘ ତରଫରୁ କୋର୍ଟ ବର୍ଜନ କରାଯାଉଛି। ଚଳିତ ମାସ ବୁଧବାରରୁ ଓକିଲମାନେ କାର୍ଯ୍ୟରେ ଯୋଗ ନ ଦେଇ ଅହିଂସା ମାର୍ଗରେ ଧାରଣାରେ ବସିଛନ୍ତି ବୋଲି ସଂଘ ସଭାପତି ରବୀନ୍ଦ୍ରନାଥ ପାଣିଗ୍ରହୀ ସୂଚନା ଦେଇଛନ୍ତି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ନାହିଁ। ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି । ଦକ୍ଷିଣ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ସରକାର ଖୁବଶୀଘ୍ର ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରନ୍ତୁ ବୋଲି ସଂଘ କର୍ମକର୍ତ୍ତା ଦାବି କରିଛନ୍ତି । ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଚିତ୍ତରଞ୍ଜନ ଶତପଥୀ ଓ ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା, ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ, କିଶୋର ବିଶୋଇ, ନିର୍ମଳ କୁମାର ସାହୁ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ସୁନୀଲ କୁମାର ସ୍ବାଇଁ, ଅକ୍ଷୟ ପଟ୍ଟନାୟକ, ରାମ ପ୍ରସାଦ ପଣ୍ଡା, ଜନାର୍ଦ୍ଦନ ସୁବୁଦ୍ଧି, କୁନାଲ ସାହୁ, ସୁଶୀଲ ତ୍ରିପାଠୀ, ସବୁଜ ପାତ୍ର, ପ୍ରସାଦ ଦୋରା, ତପନ ଦାଶ, ଅନିଲ କୁମାର ପଣ୍ଡା, ସିତାଂଶୁ ଶେଖର ପଣ୍ଡା, ସଂଘ ପୂର୍ବତନ ସଭାପତି ମୋହନ ସିଙ୍ଗାରୀ, ବୀରେନ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ବସନ୍ତ ପଣ୍ଡା, ଦୀପକ ପଟ୍ଟନାୟକ, ବିଷ୍ଣୁ ମୋହନ, ବୀରେନ୍ଦ୍ର କୁମାର ପାଢ଼ୀ, ସଞ୍ଜୟ ମିଶ୍ର, ଅସିତ୍ ସାବତ, ବରୁଣ ଗୌଡ଼, ବିରଞ୍ଚତ୍ ମହାପାତ୍ର, ଅଶୋକ ଶୁକ୍ଳ, ପ୍ରଦୀପ ପଣ୍ଡା ଓ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଶତାଧିକ ଆଇନଜୀବୀ ଧାରଣାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଓକିଲ ସଂଘ ତରଫରୁ ବୁଧବାରରୁ ଜିଲା ଜଜ୍ କୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତଗୁଡ଼ିକରେ ଆଇନଜୀବୀ କାର୍ଯ୍ୟବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…
ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…
ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…
‘ଶିକ୍ଷା ସଚେତନତା ରଥ’ ଉଦ୍ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…
ଚାଲିଛି ଆଇପିଏଲ ସିଜନ୍: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ
ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…
ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା
ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…
Archives

