ରାସ୍ତାରେ ଜଳ ପ୍ରବାହ, ଭାଙ୍ଗିଲା କଲଭର୍ଟ

ବନ୍ତ, ୧୩ା୬ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ତ୍ରିକୋଣା-ପଡ଼ିଆପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ଅତ୍ୟଧିକ ଜଳ ପ୍ରବାହ ଯୋଗୁ କଲଭର୍ଟ ଭାଙ୍ଗିଯିବା ସହ ରାସ୍ତାରେ ଖାଲ ସୃଷ୍ଟି ହୋଇଛି। ପଡ଼ିଆପଡ଼ା ସମେତ ଆଖପାଖ ଗ୍ରାମର ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ, ନିଳୋକ ପଞ୍ଚାୟତର ପଡ଼ିଆପଡ଼ା, ଘରପଦା, ରାଣୀପୁର ଆଦି ଗ୍ରାମବାସୀଙ୍କ ଯାତାୟାତ ସୁବିଧା ଲାଗି ପଡିଆପଡାଠାରୁ ତ୍ରିକୋଣା ଛକ ପର୍ଯ୍ୟନ୍ତ ୧ କି.ମି. ଦୂରତ୍ୱ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବର୍ଷକ ତଳେ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ସମୟରେ ଏଷ୍ଟିମେଟ ଅନୁଯାୟୀ କଲଭର୍ଟ ନିର୍ମାଣ କରାଯାଇଥିବା ବେଳେ ପଡ଼ିଆପଡ଼ାଠାରେ ମୁଖ୍ୟ କଲଭର୍ଟ ନିର୍ମାଣ ହୋଇଥିଲା। ଟିଲୋ, ଘରପଦା ଆଦି ଅଞ୍ଚଳର ବର୍ଷାଜଳ ନିକଟସ୍ଥ କପାଳି ନଦୀକୁ ନିଷ୍କାସିତ ହେବାର ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଉକ୍ତ କଲଭର୍ଟ ନିର୍ମାଣ ହେବାର କିଛିଦିନ ପରେ ଭାଙ୍ଗିଯିବା ସହ ରାସ୍ତାରେ ବିରାଟ ଖାଲ ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାଆସ କରିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ନାନା ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଉକ୍ତ କଲଭର୍ଟରୁ କପାଳି ନଦୀକୁ ହୋଇଥିବା ନାଳରେ ପଥର ପ୍ୟାକିଂ କରାଯାଇ ନ ଥିବାରୁ ତାହା ବର୍ଷାଜଳରେ ଧୋଇ ହୋଇ ନଷ୍ଟ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି କଲର୍ଭଟକୁ ତୁରନ୍ତ ମରାମତି କରାଯିବାକୁ ରମାକାନ୍ତ ସ୍ବାଇଁ, ମାନସ କୁମାର ବିଶ୍ୱାଳ, ବିଶ୍ୱନାଥ ବେହେରା, ଶ୍ରୀଧର ସ୍ବାଇଁ, ପୁରୁଷୋତ୍ତମ ବେହେରା, ନରହରି ବେହେରା, ରମେଶ ରାଉତ, ମନମୋହନ ଜେନା ପ୍ରମୁଖ ଦାବି ଜଣାଇଛନ୍ତି। ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେବା ଯୋଗୁ କଲଭର୍ଟ ନଷ୍ଟ ହେଉଛି। ଜଳ ନିଷ୍କାସନ ପାଇଁ ଅଧିକ କଲଭର୍ଟ ନିର୍ମାଣ କରାଗଲେ ଏଭଳି ସମସ୍ୟା ଉପୁଜିବ ନାହିଁ ବୋଲି ଠିକାଦାର ନିର୍ମଳ ଚନ୍ଦ୍ର ରାଉତ କହିଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ କଲଭର୍ଟରେ ବ୍ୟବହୃତ ହ୍ୟୁମ ପାଇପ୍‌ ଛୋଟ ଥିବାରୁ ଠିକ୍‌ ଭାବେ ପାଣି ଯାତାୟାତ କରିପାରୁ ନ ଥିବାରୁ କଲଭର୍ଟ ନଷ୍ଟ ହେଉଛି। ଖୁବ୍‌ଶୀଘ୍ର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri