ରାସ୍ତାରେ ଜଳ ପ୍ରବାହ, ଭାଙ୍ଗିଲା କଲଭର୍ଟ

ବନ୍ତ, ୧୩ା୬ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ତ୍ରିକୋଣା-ପଡ଼ିଆପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ଅତ୍ୟଧିକ ଜଳ ପ୍ରବାହ ଯୋଗୁ କଲଭର୍ଟ ଭାଙ୍ଗିଯିବା ସହ ରାସ୍ତାରେ ଖାଲ ସୃଷ୍ଟି ହୋଇଛି। ପଡ଼ିଆପଡ଼ା ସମେତ ଆଖପାଖ ଗ୍ରାମର ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ, ନିଳୋକ ପଞ୍ଚାୟତର ପଡ଼ିଆପଡ଼ା, ଘରପଦା, ରାଣୀପୁର ଆଦି ଗ୍ରାମବାସୀଙ୍କ ଯାତାୟାତ ସୁବିଧା ଲାଗି ପଡିଆପଡାଠାରୁ ତ୍ରିକୋଣା ଛକ ପର୍ଯ୍ୟନ୍ତ ୧ କି.ମି. ଦୂରତ୍ୱ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବର୍ଷକ ତଳେ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ସମୟରେ ଏଷ୍ଟିମେଟ ଅନୁଯାୟୀ କଲଭର୍ଟ ନିର୍ମାଣ କରାଯାଇଥିବା ବେଳେ ପଡ଼ିଆପଡ଼ାଠାରେ ମୁଖ୍ୟ କଲଭର୍ଟ ନିର୍ମାଣ ହୋଇଥିଲା। ଟିଲୋ, ଘରପଦା ଆଦି ଅଞ୍ଚଳର ବର୍ଷାଜଳ ନିକଟସ୍ଥ କପାଳି ନଦୀକୁ ନିଷ୍କାସିତ ହେବାର ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଉକ୍ତ କଲଭର୍ଟ ନିର୍ମାଣ ହେବାର କିଛିଦିନ ପରେ ଭାଙ୍ଗିଯିବା ସହ ରାସ୍ତାରେ ବିରାଟ ଖାଲ ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାଆସ କରିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ନାନା ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଉକ୍ତ କଲଭର୍ଟରୁ କପାଳି ନଦୀକୁ ହୋଇଥିବା ନାଳରେ ପଥର ପ୍ୟାକିଂ କରାଯାଇ ନ ଥିବାରୁ ତାହା ବର୍ଷାଜଳରେ ଧୋଇ ହୋଇ ନଷ୍ଟ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି କଲର୍ଭଟକୁ ତୁରନ୍ତ ମରାମତି କରାଯିବାକୁ ରମାକାନ୍ତ ସ୍ବାଇଁ, ମାନସ କୁମାର ବିଶ୍ୱାଳ, ବିଶ୍ୱନାଥ ବେହେରା, ଶ୍ରୀଧର ସ୍ବାଇଁ, ପୁରୁଷୋତ୍ତମ ବେହେରା, ନରହରି ବେହେରା, ରମେଶ ରାଉତ, ମନମୋହନ ଜେନା ପ୍ରମୁଖ ଦାବି ଜଣାଇଛନ୍ତି। ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେବା ଯୋଗୁ କଲଭର୍ଟ ନଷ୍ଟ ହେଉଛି। ଜଳ ନିଷ୍କାସନ ପାଇଁ ଅଧିକ କଲଭର୍ଟ ନିର୍ମାଣ କରାଗଲେ ଏଭଳି ସମସ୍ୟା ଉପୁଜିବ ନାହିଁ ବୋଲି ଠିକାଦାର ନିର୍ମଳ ଚନ୍ଦ୍ର ରାଉତ କହିଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ କଲଭର୍ଟରେ ବ୍ୟବହୃତ ହ୍ୟୁମ ପାଇପ୍‌ ଛୋଟ ଥିବାରୁ ଠିକ୍‌ ଭାବେ ପାଣି ଯାତାୟାତ କରିପାରୁ ନ ଥିବାରୁ କଲଭର୍ଟ ନଷ୍ଟ ହେଉଛି। ଖୁବ୍‌ଶୀଘ୍ର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri