ପ୍ରସିଦ୍ଧ ଚୁଇ ମିକ୍ସଚର ଦେଇଛି ପରିଚୟ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.) କେନ୍ଦୁଝର ସହର ଗାନ୍ଧୀ ଛକ ନିକଟ ମ୍ୟୁନିସିପାଲିଟି ମାର୍କେଟରେ ରହିଛି ଚୁଇ ମିକ୍ସଚର ଦୋକାନ ।ଦୋକାନ କହିଲେ ଏକ ଠେଲା ଦୋକାନ । ତାଙ୍କ ଭଲ ନାମ ରଘୁନାଥ ବେହେରା। ଡାକ ନାମ ଚୁଇ। କିନ୍ତୁ ଚୁଇ ମିକ୍ସଚର ଠେଲା ଭାବେ ସହରରେ ବେଶ୍‌ ଜଣାଶୁଣା। ବିଭିନ୍ନ ପ୍ରକାରର ମିକ୍ସଚର, ଗାଣ୍ଠିଆ, ସେଉ, ନିମିକି, ବାଦାମ ପକୋଡା ଆଦି ନିଜେ ଘରେ ପ୍ରସ୍ତୁତ କରନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଠେଲା ଧରି ଉକ୍ତ ସ୍ଥାନରେ ଆଣି ବିକ୍ରି କରନ୍ତି। ସେହିପରି ଅନେକ ମୁଢି ମିକ୍ସଚର ଖାଇବାକୁ ଆସିଥାନ୍ତି। ଏଣୁ ସନ୍ଧ୍ୟାରେ ତାଙ୍କ ଠେଲାରେ ଲୋକଙ୍କର ବେଶ୍‌ ଭିଡ ଜମେ ା ଭଲ ବେସନ, ମଇଦା ଓ ତେଲରେ ପ୍ରସ୍ତୁତ କରୁଥିବାରୁ ଲୋକଙ୍କ ବିଶ୍ୱାସ ଏବଂ ଚାହିଦା ରହିଛି ବୋଲି ଚୁଇ କୁହନ୍ତି। ସାଦା ମିକ୍ସଚର, ରାଗ ମିକ୍ସଚର, ମିଠା ମିକ୍ସଚର ସମସ୍ତଙ୍କ ପ୍ରିୟ ।
ଲୋକଙ୍କ ସ୍ବାସ୍ଥ୍ୟକୁ ଦେଖି ମିକ୍ସଚର ପ୍ରସ୍ତୁତ କରିଥାନ୍ତି ବୋଲି କୁହନ୍ତି। କେନ୍ଦୁଝର ସହର ହାତିଆଟାଙ୍ଗରରେ ଚୁଇଙ୍କ ଘର ା ତାଙ୍କର ସ୍ତ୍ରୀ ଓ ୨ ପୁଅ ଅଛନ୍ତି। ବଡ ଯୁକ୍ତ ୨ ସରିଥିବା ବେଳେ ସାନ ପୁଅ ଅଷ୍ଟମରେ ପଢୁଛନ୍ତି ା ସେ ୧୯୮୫ ମସିହାରୁ ମିକ୍ସଚର ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା କୁହନ୍ତି ା ସକାଳୁ ଘରେ ମିକ୍ସଚର ପାଇଁ ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଗାଣ୍ଠିଆ, ସେଉ ଆଦି ଛଣାଛଣି କରିଥାନ୍ତି। ତାଙ୍କର ମିକ୍ସଚରର ସ୍ବାଦ ପାଇଁ ସମସ୍ତେ ଧାଇଁ ଆସନ୍ତି। ପେଟ ଖରାପ ହୁଏ ନାହିଁ ବୋଲି ନିୟମିତ ଖାଉଥିବା ଗ୍ରାହକ କୁହନ୍ତି। ବହୁ ବର୍ଷ ହେଲା ଏହି ବ୍ୟବସାୟ କରିଆସୁଥିଲେ ହେଁ ତାଙ୍କୁ ପୌରପାଳିକା ପକ୍ଷରୁ ସ୍ଥାୟୀ ଦୋକାନ ଗୃହ ଟିଏ ମିଳୁ ନ ଥିବାରୁ ସେ ଦୁଃଖ ପ୍ରକାଶ କରି କହିଛନ୍ତି। ସକାଳୁ ଉଠି ନିତ୍ୟକର୍ମ ସାରି ମିକ୍ସଚର ପ୍ରସ୍ତୁତ କରିବାରେ ଲାଗିଥାନ୍ତି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ବଜାରକୁ କିଣିବା ପରେ ଘରେ ଏହାର ପ୍ରସ୍ତୁତ କରିଥାନ୍ତି। ସ୍ତ୍ରୀ ତାଙ୍କୁ ଏହି କାମରେ ସହାୟତା କରିଥାନ୍ତି। ପ୍ରସ୍ତୁତ ବେଳେ ଭାଗମାପକୁ ଅଧିକ ଧ୍ୟାନ ଦେଇଥାନ୍ତି। ସେ ସର୍ବଦା ସୂର୍ଯ୍ୟମୁଖୀ ତେଲରେ ଛାଣିଥାନ୍ତି ବୋଲି କୁହନ୍ତି। ଏଣୁ ଅଧିକ ଦାମ୍‌ ହେଲେ ମଧ୍ୟ ତାଙ୍କ ଠାରୁ ବହୁ ଲୋକ କିଣିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

ଡହଡହ ଖରାରେ କାମ କରୁଥିଲେ ସୋମନାଥ, ଅଂଶୁଘାତରେ ଚାଲିଗଲା ଜୀବନ; ପରିବାରକୁ ସହାୟତା ଯୋଗାଇ ଦେବାକୁ…

ବଲାଙ୍ଗୀର, ୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଓ୍ବାର୍ଡ ନମ୍ବର ୧୮ ଅନ୍ତର୍ଗତ ତୁଲସୀନଗର ପଡାର ଦୁର୍ଗାମଣ୍ଡପ ପଛପଟେ ରହୁଥିବା ସୋମନାଥ ବନଗୁଲା (୬୫)ଙ୍କ ଶୁକ୍ରବାର ଅଂଶୁଘାତରେ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri