ପୂରଣ ହେଉନି ଉଦ୍ଦେଶ୍ୟ: ରାସ୍ତାକଡ଼ରେ ଗଡୁଛି ଚେକ୍‌ପୋଷ୍ଟ

କାମାକ୍ଷାନଗର, ୧୭।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ ଥାନା, ଫାଣ୍ଡିକୁ ମିଳିଥିବା ପୋଲିସ ଚେକ୍‌ପୋଷ୍ଟ ବ୍ୟବହାରରେ ଆସୁନାହିଁ। ଚେକ୍‌ପୋଷ୍ଟଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ଲଟାବୁଦାରେ ପଡ଼ି ନଷ୍ଟ ହେଉଛି।

ଜିଲାର ଆଦର୍ଶ ଥାନାର ମାନ୍ୟତା ପାଇଛି କାମାକ୍ଷାନଗର। ଏଥିସହ ଉପଖଣ୍ଡ ଅଧୀନରେ ଭୁବନ, କଙ୍କଡ଼ାହାଡ଼, ତୁମୁସିଙ୍ଗା, ପରଜଙ୍ଗ ଥାନା ଆସୁଛି। ଏହାକୁ ବାଦ୍‌ଦେଲେ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ସରାଙ୍ଗ, ଦଦରାଘାଟି, ସୁରପ୍ରତାପପୁର, ପଣ୍ଡୁଆ, ସାଆନ୍ଦା, ମହାବିରୋଡ଼ ଫାଣ୍ଡି କାର୍ଯ୍ୟ କରୁଛି। କଙ୍କଡ଼ାହାଡ଼, ତୁମୁସିଙ୍ଗା ବ୍ୟତୀତ ଅନ୍ୟସବୁ ଥାନା ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଗାଡ଼ିର ବେଗ କମାଇବା, ନିୟମିତ ତନଖି କାର୍ଯ୍ୟରେ ଚେକ୍‌ପୋଷ୍ଟଗୁଡ଼ିକ ବ୍ୟବହୃତ ହୋଇଥାଏ। ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥା ସୌଜନ୍ୟରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଚେକ୍‌ପୋଷ୍ଟଗୁଡ଼ିକୁ ପୋଲିସକୁ ଦିଆଯାଇଛି। ହେଲେ ଏହାର ଉଦ୍ଦେଶ୍ୟ ପୂରଣ ହେଉନାହିଁ। ଉପଖଣ୍ଡର ଅଧିକାଂଶ ଥାନା ଫାଣ୍ଡିରେ ଏସବୁକୁ ବ୍ୟବହାର ନ କରି ଏତେତେଣେ ପକାଇ ଦିଆଯାଉଛି।

ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ପଣ୍ଡୁଆ କଲେଜ ନିକଟରେ। ପଣ୍ଡୁଆ ଫାଣ୍ଡିକୁ ପ୍ରଦାନ କରାଯାଇଥିବା ପୋଲିସ ଚେକ୍‌ପୋଷ୍ଟ ଦୟନୀୟ ଭାବେ ରାସ୍ତାକଡ଼ରେ ଗଡ଼ୁଛି। ସେହିପରି କାମାକ୍ଷାନଗର ଆଦର୍ଶ ଥାନା ସମ୍ମୁଖରେ ଗଦା ହୋଇ ରହିଛି ଟ୍ରାଫିକ୍‌ ନିୟନ୍ତ୍ରଣରେ ବ୍ୟବହୃତ ଏହି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ। ସରକାର ଆପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ବିପୁଳ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏହାକୁ ପୋଲିସ ହେୟଜ୍ଞାନ କରୁଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ କୁହନ୍ତି, ସରକାରୀସୂତ୍ରରେ ଏବଂ କେତେକ ବେସରକାରୀ ସଂସ୍ଥାର ସୌଜନ୍ୟରୁ ପୋଲିସ ଚେକ୍‌ପୋଷ୍ଟଗୁଡ଼ିକ ମିଳିଛି। ସେଗୁଡ଼ିକୁ ଆବଶ୍ୟକସ୍ଥଳେ ବ୍ୟବହାର କରାଯାଏ। କେତେକ ନଷ୍ଟ ହୋଇଯାଇଛି। ସେଗୁଡ଼ିକ ହୁଏତ ପଡ଼ିଥାଇପାରେ। ଆଗାମୀ ଦିନରେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri