ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର

ପୁରୁଷୋତ୍ତମପୁର,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର-ହୁମ୍ମା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଆଛୁଲି କୁମାରୀ ମଧ୍ୟରେ ଥିବା ବୁଦା ନିକଟରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ପୁରୁଷୋତ୍ତମପୁର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୬/୨୦) ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ସୂତ୍ରରୁ ପ୍ରକାଶ ।