ରାଷ୍ଟ୍ରୀୟ ଭାବ୍‌ ମାନବିକତାର ଅସଲ ପରିଚଏ

ଲାଠୋର, ୩୧।୧୦(ଡି.ଏନ୍‌.ଏ.)- ଜାତି ଭିନ୍‌ ଭିନ୍‌ ମୁନୁଷ୍‌ ଏକ। ଭାଷା ଭିନ୍‌ ଭିନ୍‌ ସାହିତିଅ ଗୁଟେ। ରାଷ୍ଟ୍ରୀୟ ଭାବ୍‌ ହେଉଛେ ମାନବିକତାର ଅସଲ ପରିଚଏ। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଜାମଚୁଅଁାନେ ଅନୁଷ୍‌ଠିତ ଝରିଆ ଯାଦବ ସମାଜର ଗରିଗୋବର୍ଦ୍ଧନ ପୂଜାର ଉଦ୍‌ଯାପନୀ ଉଛବ୍‌ଥି ମୁଖିଆ ବକ୍‌ତା ହିସାବେ ଯୋଗଦେଇ ପଦ୍ମଶ୍ରୀ ଡ.ହଲଧର ନାଗ୍‌ ଇ କଥା କହିଛନ୍‌। ଏନ୍‌ତା କି ସେ ଯାଦବମାନେ ଝରିଆ ଯାଦବ ଲେଖ୍‌ବାର ଜାଗାରେ ଖାଲି ଯାଦବ ସମାଜ ଲେଖ୍‌ବାକେ ପରାମଶ ଦେଇଥିଲେ। ପୂଜା କମିଟିର ସଭାପତି ଜୟଦେବ ନାଗକଁର ଦେଖ୍‌ରେଖରେ ମଙ୍ଗଲବାର ଆୟୋଜିତ୍‌ ପୂଜାର ଉଦ୍‌ଘାଟନୀ ଉଛବ୍‌ରେ ପଶ୍ଚିମ ଓଡ଼ିଶା ଯାଦବ ସମାଜ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଳରାମସିଂ ଯାଦବ ମୁଖିଆ କୁନୁଅଁା ହିସାବେ ଯୋଗ ଦେଇଥିଲେ। ସେ ଇଷ୍ଟଦେବତା ଶ୍ରୀକୃଷ୍ଣକଁର ପୂଜାପାଠ୍‌ କଲା ଉତାରୁ ପାରମ୍ପରିକ ବାଡ଼ି ଖେଲ ଆର କୃଷ୍ଣକଁର ଗୋପ୍‌ ଲିଲାକେ ନେଇ ଭିନେ ଭିନେ ନାଚ୍‌ଗୀତ୍‌ ପରିବେଷନ୍‌ ହେଇଥିଲା। ପଛେ ସଭେ ଏକ୍‌ଠାନିଅଁା ପରସାଦ ପାଇଥିଲେ। ଇଥ୍‌ରେ ପୂଝାରୀ ହିସାବେ ଦେବରାଜ ପଣ୍ଡା ଦାଇତିଅ ନେଇଥିଲାବେଲେ କରତା ହିସାବେ ବନିତା ଆର ରାମକୃଷ୍ଣ ଚିତକୁଡ଼ିଆ ଦମ୍ପତି ଦାଇତିଅ ତୁଲେଇଥିଲେ। ସେନ୍‌ତା ଉଦ୍‌ଯାପନୀ ଉଛବ୍‌ରେ ସଭାପତି ଜୟଦେବ ନାଗକଁର ସଭାପତିତ୍ୱନେ ମୁଖିଆ କୁନୁଅଁା ହିସାବେ ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ମେହେର ଯୋଗଦେଇଥିଲାବେଲେ ସନ୍‌ମାନିତ କୁନୁଅଁା ହିସାବେ ଯାଦବ ସମାଜ ବଲାଙ୍ଗୀର ଜିଲା ସଭାପତି ଶେଷଦେବ ଭଇଁଷା, ବ୍ଲକ ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର ମେହେର, ପୂରବର ସରପଁଚ୍‌ ସନ୍ତୋଷ କୁମାର ଭଇଁଷାଲ, ସାମାଜିକ କରମୀ ସୁଶୀଲ ଅଗ୍ରଓ୍ବାଲ, ବିମଳ ଅଗ୍ରଓ୍ବାଲ ପରମୁଖ ଯୋଗ୍‌ଦେଇଥିଲେ। ସଭା ଉତାରୁ ଦୁଲ୍‌ଦୁଲି ବଜାର ଆସର ଜମିଥିଲା। ପଛେ ନାଚ୍‌ଗୀତ ପରତିଯୋଗିତା ହେଇ ବିଜୟୀ ଦଲମାନକୁ ମାନ୍‌ପତର ସଂଗେ ସନାମନା କରାଯାଇଥିଲା। ଇଥ୍‌ରେ ପୂଜା କମିଟିର ଲମ୍ବୋଦର ଭଇଁଷାଲ, ଯୁଧିଷ୍ଠୀର ଭଇଁଷାଲ, କବି ବାଗ, ଟିକେଶ୍ୱର ଭଇଁଷାଲ, ଧର୍ମସିଂ ଘୋଷି ପରମୁଖ ସହଯୋଗ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଭଇଁଷାଲ ସଭା ପରିଚାଲନା କରିଥିଲାବେଲେ ଉମାକାନ୍ତ ନାଗ ଧଏଦ୍‌ବାଦ୍‌ ଦେଇଥିଲେ।