Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ
ଆଜି ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି ଯୋଗୁ ମନ ମୁତାବକ କାମ କରିବାରେ ବିଫଳ ହେବେ। ଅବଶ୍ୟ ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇ ଖୁସି ରହିବେ। ଅଫିସ୍‌ କାମରେ ଏପରିକି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ।
ବୃଷ
ବୃଷ
ଧନସ୍ଥ ରାହୁ ଓ ଧନାଧିପଙ୍କ ଦୁର୍ବଳତା କାରଣରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢ଼ାଇ ଦେବ। ତଥାପି ରୋହିଣୀ ନକ୍ଷତ୍ର ବନ୍ଧୁ ମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମିଥୁନ
ମିଥୁନ
ଧନାଧିପ ସପ୍ତମ ଭାବସ୍ଥ ପ୍ରଭାବରେ ଋଣ ପରିଶୋଧ କରିବା ସକାଶେ କିମ୍ବା ବିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇ ପାରନ୍ତି। ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି, ଯାହାକି ଆପଣଙ୍କ ସକାଶେ ହିତକର ହେବ। କର୍ମକ୍ଷେତ୍ର, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କଲେ ମନ୍ଦ ହେବନି।
କର୍କଟ
କର୍କଟ
ଚନ୍ଦ୍ର ପାପଗ୍ରହଙ୍କ ପ୍ରଭାବରୁ ମୁକ୍ତ ଯୋଗୁ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। କିନ୍ତୁ ଅଶ୍ଳେଷା ନକ୍ଷତ୍ର ଯୋଗୁ କର୍ମବ୍ୟସ୍ତତା ବୃଦ୍ଧି ପାଇପାରେ। ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ଼ କରି ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇ ଦେଇପାରନ୍ତି।
ସି˚ହ
ସି˚ହ
ସୁଯୋଗ ଅଭାବରୁ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। କିନ୍ତୁ ଶନି ଓ ମଙ୍ଗଳଙ୍କ ସ୍ଥିତିରୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଶୁକ୍ରଙ୍କ ଶୁଭ ସଂସ୍ଥାନରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖାଦେଇପାରେ।
କନ୍ୟା
ଧନ ସ୍ଥାନକୁ ଧନାଧିପତି ଦେଖୁଥିବାରୁ ହଠାତ୍‌ ଆଜି ବହୁତ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଘରେ ଆସି ଟଙ୍କା ଦେଇଯିବ। ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସୂଚନା ରହିଛି।  ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କର ସମସ୍ତ ଆଶା ଓ କାମନା ପୂର୍ଣ୍ଣତା ଲାଭ କରିବ। ଆଇନର ସହାୟତା ନେଇ ମାଲିମୋକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିବେ। କିନ୍ତୁ ଚିତ୍ରା ନକ୍ଷତ୍ର ମାନସିକ ଦୁଶ୍ଚିନ୍ତା ଭିତରେ ନିଜର ଭାରସାମ୍ୟ ହରାଇ ପାରନ୍ତି।
ବିଛା
ବିଛା
ଅଷ୍ଟମାଧିପତି ନବମ ଭାବରେ ରହି ଆପଣଙ୍କ ଉଦ୍ୟମ ଓ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରନ୍ତି। ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଚାପ ବଳିଯିବା କାରଣରୁ ବ୍ୟସ୍ତତା ବଢ଼ି ଯାଇପାରେ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ।
ଧନୁ
ଧନୁ
ରାହୁ ଓ ରାଶିରେ ପାପଗ୍ରହ ପ୍ରଭାବରେ ବିଭିନ୍ନ ପ୍ରକାରର ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜ ସ୍ଥାନରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି କାରଣରୁ ଆପଣ ଭାବୁଥିବେ ଗୋଟିଏ କଥା କହିଲା ବେଳକୁ ତାହା ଓଲଟା ହୋଇ ଯାଇପାରେ। ଫଳରେ ବନ୍ଧୁଙ୍କ ସହ ବିତର୍କଜନିତ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ତଥାପି ଶ୍ରବଣା ନକ୍ଷତ୍ର ବନ୍ଧୁଙ୍କ କଥା ମାନି କାମ କଲେ ବହୁତ ଭଲ ହେବ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ୍‌ ହେବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ସପ୍ତମ ଭାବସ୍ଥ ଯୋଗୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ କାମଗୁଡ଼ିକ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସୂଚନା ରହିଛି। ପରିବାରରେ କାହାର ସ୍ବାସ୍ଥ୍ୟ ସକାଶେ ମନ ବ୍ୟସ୍ତ ରହିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଘରର ଥିବା ଭୂ-ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ।
ମୀନମୀନ
ଚତୁର୍ଥ ଭାଗରେ ରାହୁ ଥିବାରୁ ଘରୋଇ କ୍ଷେତ୍ରରେ ଆମତ୍ୀୟମାନେ କେତେକ କାରଣକୁ କେନ୍ଦ୍ରକରି ବିଶ୍ୱାସଘାତକତା କରିପାରନ୍ତି। ଶୁକ୍ରଙ୍କ ଧନଭାବ ସଂସ୍ଥାନରୁ ଅର୍ଥଲାଭ ସହ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମୋକଦ୍ଦମା, ଜମିଜମା କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri