ମେଷ

ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା ଭିତରେ ପାଇବେ। ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
ବୃଷ

ସ୍ବାସ୍ଥ୍ୟ ପୂର୍ବଭଳି ରହିଲେ ମଧ୍ୟ ଦୁର୍ବଳତା କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିପାରେ। ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରି ପଦସ୍ଥବ୍ୟକ୍ତି ଗୁରୁଦାୟିତ୍ୱ ବହନ କରିବାକୁ ଅନୁରୋଧ କରିପାରନ୍ତି। ଦୂରଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସୁଫଳ ପାଇବେ। ଚତୁର୍ଥାଧିପ ସ୍ବଗୃହରୁ ଅଷ୍ଟମସ୍ଥ ଯୋଗୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି।
ମିଥୁନ

କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବାଜନିତ ଆଜି ଘରକଥା ବୁଝିବା ପାଇଁ ମଧ୍ୟ ସମୟ ପାଇବେ ନାହିଁ। ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ପାରିବାରିକ ସମସ୍ୟାର ସରଳ ସମାଧାନ ହେଲେ ମଧ୍ୟ ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ

ଆଜି ଶୁକ୍ରଙ୍କ ରାଶ୍ୟାବଲୋକନରୁ ସକାଳୁ ଅଫିସ୍ରୁ କୌଣସି ଖବର ପାଇ ଖୁସି ହେବେ। ପ୍ରତିଶ୍ରୁତି ଦେଇ ମଧ୍ୟ ଶେଷ ସମୟରେ ପାରିବାରିକ ବନ୍ଧୁଟି ଅବିଶ୍ୱାସ କାମ କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ଲକ୍ଷ୍ୟ ହାସଲ କରିବେ କିନ୍ତୁ ବହୁତ ଶ୍ରମ ସ୍ବୀକାର କରିବାକୁ ପଡିବ। ଅନିୟମିତ ଭୋଜନ କାରଣରୁ ପେଟ ଗୋଳମାଳ ଦେଖାଦେଇ ପାରେ ା
ସି˚ହ

କୋଣଭାବସ୍ଥ ଗ୍ରହମାନଙ୍କ ସୁପ୍ରଭାବରୁ ଆଜି ନିକଟସ୍ଥ ବନ୍ଧୁମାନଙ୍କ ସହଯୋଗରୁ ଅଭିଳଷିତ ଫଳ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ଓ ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନ ହୋଇଯିବ। ପରକଥାରେ ଭୁଲ୍ ମାର୍ଗ ଅନୁସରଣ କରି ଅନୁତାପ କରିବେ। ସ୍ବାସ୍ଥ୍ୟରେ ସମାନ୍ୟ ବ୍ୟତିକ୍ରମ ଦେଖାଦେବାର ସୂଚନ ରହିଛି।
କନ୍ୟା

କେନ୍ଦ୍ର ଓ କୋଣସ୍ଥ ଗ୍ରହଜନିତ ନିଜର ଚତୁଃପାର୍ଶ୍ୱରେ ଘଟିଯାଉଥିବା ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ପରିବାରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବେ। ଗୁରୁଜନଙ୍କଠାରୁ ପରାମର୍ଶ ପାଇ ଖୁସି ହେବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ତୁଳା

ଦ୍ୱାଦଶସ୍ଥ ମଙ୍ଗଳ ହେତୁ ପରିସ୍ଥିତି ପ୍ରତି ଲକ୍ଷ୍ୟ କରି ନୀରବ ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଆବଶ୍ୟକତା ଉପଲବ୍ଧି କରି ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି। ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରାରେ ସଫଳତା ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।
ବିଛା

କାମ ହାସଲ କରିବା ସକାଶେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଚେଷ୍ଟା କରିପାରନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ କିନ୍ତୁ ସହଯୋଗ ପାଇବେନାହିଁ। ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।
ଧନୁ

ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡ଼ିବେ। ଶାସ୍ତ୍ରାଧ୍ୟୟନ, ସାହିତ୍ୟ ଚର୍ଚ୍ଚା ଓ ସତ୍ସଙ୍ଗ, ସଭାସମିତି, ବିତର୍କରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ। ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ା
ମକର

ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନ ପାରେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ ଏବଂ କାମ ହାସଲ କରିବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ସମସ୍ୟା ସମାଧାନ ହୋଇଯିବ। କଳା,ସାହିତ୍ୟ ଓ ଚଳଚ୍ଚିତ୍ର ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ହେବ।
କୁମ୍ଭ

ବନ୍ଧୁଙ୍କ ସହ ପୂର୍ବାଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍ ଠିକ୍ ହୋଇଯିବ। ତଥାପି କୌଣସି ସମସ୍ୟାର ଆଶଙ୍କା କରି ଅସୁବିଧା ନ ଥିଲେ ମଧ୍ୟ ମନ ଅସ୍ଥିର ରହିପାରେ। ସନ୍ଧ୍ୟା ସମୟରେ ଫେରିବା ବାଟରେ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବିଚଳିତବୋଧ କରିପାରନ୍ତି। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ମୀନ
ଯେ କୌଣସି କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ବହୁତ ଭଲ ହେବ। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ତଥାପି ଅର୍ଥ ଲାଭ, ସାହିତ୍ୟ, ଆଲୋଚନା କ୍ଷେତ୍ରରେ ବେଶ୍ ଆଦୃତ ହେବେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.