ମେଷ

ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଅବସ୍ଥାନ କାରଣରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ କରିବ। ବ୍ୟୟାଧିପ ହେତୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେବ। ରଚନାମତ୍କ କାମ, ଆନୁଷ୍ଠାନିକ କାମ, ବନ୍ଧୁଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ। ବକେୟା ଅର୍ଥପ୍ରାପ୍ତି ସାଙ୍ଗକୁ ମାନସିକ ସ୍ଥିତି ଭଲ ରହିବ ।
ବୃଷ

ଆଜି ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ବିବାଦରେ ପଶିଲେ ଅପଦସ୍ଥ ହେବେ। ବନ୍ଧୁ ସୁଯୋଗକୁ ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭୁଲ୍ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ଆଜିର ଦୂରଯାତ୍ରା, ପ୍ରଶାସନ, ବାଣିଜ୍ୟ ଓ ବ୍ୟବସାୟ ତଥା ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ

ରାଶି ପ୍ରତି ରାହୁଙ୍କ ଦୃଷ୍ଟି କାରଣରୁ ବିବାଦୀୟ ଚିନ୍ତାଧାରା ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବ। ଅର୍ଥ ସମ୍ବନ୍ଧୀୟ ଆଲୋଚନା, କ୍ରୟବିକ୍ରୟ ଚୁକ୍ତିପତ୍ର ସକାଶେ ଦିନଟି ଭଲ। ଆନୁଷ୍ଠାନିକ କାମରେ ମାନସିକ ଆଘାତ ପାଇପାରନ୍ତି। ପ୍ରିୟଜନଙ୍କ ସହାୟତାରେ ସମସ୍ୟାର ସରଳ ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି।
କର୍କଟ

ଭାଗ୍ୟାଧିପତି ବୃହସ୍ପତି ରାଶିରେ ଅବସ୍ଥାନ କରିଥିବାରୁ ସାମାଜିକ ସମ୍ମାନ ସହ ବନ୍ଧଙ୍କ ସହାନୁଭୂତି ପାଇପାରିବେ। ରବିଙ୍କ ଦୁର୍ବଳତା କାରଣରୁ ଧନହାନି ଓ କାମର ଚାପ ମାନସିକ ଶାନ୍ତିକୁ ନଷ୍ଟ କରିବ। ପଡ଼ୋଶୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସମାଲୋଚନାର ଶରବ୍ୟ ହେବେ। ପ୍ରକାଶନ, ନିର୍ମାଣ କ୍ଷେତ୍ରରେ ସମ୍ମାନ ପାଇ ଖୁସି ହେବେ।
ସି˚ହ

ରାଶିରେ କେତୁ ଅବସ୍ଥାନ କରିଥିବାରୁ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିପାରେ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ସଫଳ ହେବେ। ଆକସ୍ମିକ ଭାବରେ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ସାମୟିକ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି ା
କନ୍ୟା

ଧନ ସ୍ଥାନରେ ଧନାଧିପତି ଶୁକ୍ର ରହିଥିବାରୁ ଯାହାଠାରୁ ଯାହା ପାଇବାକୁ ଆଶାବାନ୍ଧି ବସିଛନ୍ତି ତାହା ନିଶ୍ଚିତ ପାଇବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇପାରେ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବ୍ୟବସାୟ ଓ ଯାତ୍ରା ସମ୍ପର୍କରେ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ।
ତୁଳା

ରାଶ୍ୟାଧିପତିଙ୍କ ସ୍ବଗୃହ ସଂସ୍ଥାନ କାରଣରୁ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଆମତ୍ୀୟଙ୍କ ସହଯୋଗରୁ ସମାଧାନର ସୂତ୍ର ବାହାର କରିନେବେ। ବନ୍ଧୁମିଳନ, ପାରିବାରିକ ସଦ୍ଭାବ ସାଙ୍ଗକୁ ଭ୍ରମଣ ଜନିତ ଆନନ୍ଦ ଅନୁଭବ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ତଥାପି ଜିନିଷପତ୍ର ହଜିଯିବା ଆଶଙ୍କା ରହିଛି।
ବିଛା

ଚତୁଃ ଗ୍ରହ ପ୍ରଭାବରେ ରାଜଯୋଗର ଫଳ ସ୍ବରୂପ ସାମାଜିକ ପ୍ରତିଷ୍ଠା ହାସଲ କରିପାରନ୍ତି। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିପାରିବେ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ।
ଧନୁ

ଆପଣଙ୍କ ରାଶିକୁ ଶନିଙ୍କର ଦଶମ ଦୃଷ୍ଟି ରହିଥିବାରୁ ସରଳ ଭାବେ ଅନ୍ୟକୁ ବିଶ୍ୱାସକରି ହଇରାଣ ହେବେ। ଦୀର୍ଘଦିନ ପରେ ଆଜି ଶାରୀରିକ ସୁସ୍ଥତା ଫେରିପାଇବେ। ବନ୍ଧୁ ସମ୍ପର୍କ ବୃଦ୍ଧି ସାଙ୍ଗକୁ ଜମିଜମା କଥାବାର୍ତ୍ତା ପ୍ରଭୃତିରେ ଉନ୍ନତ ଫଳ ପାଇବେ। ପରିବାରରେ ଅର୍ଥସଙ୍କଟ ଥିବାରୁ ସାମାନ୍ୟ ବିଚଳିତ ଅନୁଭବ କରିପାରନ୍ତି।
ମକର

ବୃହସ୍ପତିଙ୍କ ଦୃଷ୍ଟିଜନିତ ମାନସିକ ଚାପ ସାଙ୍ଗକୁ ବିଭିନ୍ନ ଦିଗରୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ଭୁଲ୍ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ କଳହ ସୃଷ୍ଟିହେବ। ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟିକରିବ। ଦୀର୍ଘ ସମୟ ପ୍ରତୀକ୍ଷା କରି ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ

ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ସୃଷ୍ଟିହୋଇପାରେ। ଅଭିମାନ କରିଥିବା ବନ୍ଧୁଙ୍କୁ ମନଭୁଲା କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇବେ। ବହୁ ଦିନରୁ ବାକି ପଡ଼ିଥିବା ଟଙ୍କା ଆଜି ଚେଷ୍ଟାକଲେ ଫେରିପାରିବେ।
ମୀନ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବା ସହ କର୍ମାରମ୍ଭ ପାଇଁ ମନ ବଳାଇବେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.