ମେଷ

ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ, ଆଲୋଚନା କ୍ଷେତ୍ରରେ, ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟାଦିରେ ସୁଫଳ ପାଇବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ କଥାକୁ ବିଶ୍ୱାସ କରି ପରେ ଅନୁତାପ କରିପାରନ୍ତି।
ବୃଷ

ଏକାଧିକ ଗ୍ରହଙ୍କ ସନ୍ନିବେଶରୁ ରାଜଯୋଗ ପ୍ରଭାବରେ ସାମଗ୍ରିକ ଦିଗରୁ ସୁବିଧା, ସୁଯୋଗ ସହ କାର୍ଯ୍ୟ ସାଧନ କରିବେ। ଆମତ୍ୀୟଙ୍କ ସମ୍ପର୍କରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ର ଓ ପରିବାରରେ ଧୀରମନ୍ଥର ଗତିରେ କାମ କରିବାକୁ ବାଧ୍ୟ ହେବେ। ସାହିତ୍ୟ, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ପତିଆରା ଜାହିର୍ କରିପାରିପାରନ୍ତି ା
ମିଥୁନ

ଚେଷ୍ଟା କରୁଥିବା କାମ ଶୃଙ୍ଖଳିତ ନ ହେବାରୁ ହଇରାଣ ହୋଇପାରନ୍ତି। ବ୍ୟବସାୟକୁ ବଢ଼ାଇ ଦେଇ ପାରନ୍ତି କିମ୍ବା ନୂତନ ଭାବେ କିଛିଟା ଆରମ୍ଭ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ସାହାଯ୍ୟ କରିବେ। ବାହାର ସ୍ଥାନରେ ଅଜଣା ଅଶୁଣା ଲୋକମାନଙ୍କ ସହ ରହିବା ମୁସ୍କିଲ ହୋଇପାରେ।
କର୍କଟ

ଗ୍ରାହକଙ୍କ ସହିତ ମୂଲ୍ୟବାନ୍ ଜିନିଷ କିଣାବିକାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। କର୍ମକ୍ଷେତ୍ରରେ ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କରିପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ସକ୍ରିୟ ସହଯୋଗରୁ ବଦଳି ସମସ୍ୟା ସମାଧାନ ହୋଇଯିବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହୋଇପାରିବେ।
ସି˚ହ

ଅନ୍ୟମାନଙ୍କ ଟେକାଟେକି କଥାରେ ଉତ୍ଫୁଲ୍ଲିତ ହୋଇ ନିଜ ପାଇଁ ସମସ୍ୟାକୁ ଡାକି ଆଣିପାରନ୍ତି। ହଠାତ୍ କୌଣସି ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପଛ କଥା ନ ଭାବି ବର୍ତ୍ତମାନର ପରିସ୍ଥିତିକୁ ସାମ୍ନା କରିବା ବିଜ୍ଞତାର କାମ ହେବ। ବନ୍ଧୁଙ୍କ ସହାୟତାରେ ଆର୍ଥିକ ପରିସ୍ଥିତି ସୁଧୁରିଯିବା ଆଶା କରି କେତେକାଂଶରେ ଖୁସି ହେବେ।
କନ୍ୟା

ସବୁ ସୁବିଧା ଥାଇ ମଧ୍ୟ ଆଳସ୍ୟ, ଅବହେଳା ଓ କାଳକ୍ଷେପଣ ନୀତି ଯୋଗୁ କାର୍ଯ୍ୟଟିରେ ବିଳମ୍ବ ଘଟିବ। ଅଫିସ୍ କାମରେ ଭୁଲ୍ ନିଷ୍ପତ୍ତି ହିଁ ସମସ୍ୟାକୁ ବଢ଼ାଇ ଦେବ। ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହୋଇପାରନ୍ତି। ପାରିପାର୍ଶ୍ୱିକ ଓ ପାରିବାରିକ ପରିସ୍ଥିତି କେତେକାଂଶରେ ଭଲ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ତୁଳା

ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ କାମ ଅଟକିବ ନାହିଁ ଏବଂ ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଯାନ୍ତ୍ରିକ ତ୍ରୁଟିରୁ ପ୍ରତ୍ୟୁଷ ଯାତ୍ରା ବିଳମ୍ବ ହୋଇପାରେ। ବନ୍ଧୁଙ୍କ ଆହ୍ବାନରେ ନିଜ ପରିସରରେ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ।
ବିଛା

ସମୟର ପ୍ରତିକୂଳତା ପ୍ରଭାବରେ କର୍ମକ୍ଷେତ୍ରରେ ପରିସ୍ଥିତିର ଚାପ ବଢ଼ିପାରେ। ବନ୍ଧୁ ସ୍ବାର୍ଥବାଦୀ ହୋଇ ଆପଣଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ। ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନିର ଆଶଙ୍କା ରହିଛି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବାର ସୂଚନା ରହିଛି।
ଧନୁ

ସହକର୍ମୀଙ୍କ ଦ୍ୱାରା ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ନିଜ ନିଜର ସୁଖ, ସୁବିଧାକୁ ଅଗ୍ରାଧିକାର ଦେଇ ନିକଟ ସମ୍ପର୍କୀୟମାନେ ବିଶ୍ୱାସଘାତକତା କରିପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ପଡ଼ିପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା କାରଣରୁ ଏକ ପକାର ଆଶ୍ୱସ୍ତି ଲାଭ କରିବେ।
ମକର

ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସହକର୍ମୀଙ୍କ ସହାୟତାରୁ ସରକାରୀ କ୍ଷେତ୍ରରୁ ସାହାଯ୍ୟ ଲାଭର ଆଶା ରହିଛି। ବନ୍ଧୁମାନଙ୍କ ପ୍ରେରଣାରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବାର ସୂଚନା ରହିଛି।
କୁମ୍ଭ

ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କଠାରୁ ସାହାଯ୍ୟର ଆଶା ନିରର୍ଥକ ହେବନାହିଁ। ସହଯୋଗୀଙ୍କ ସହାୟତାରେ ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ଅନ୍ୟମାନଙ୍କ କାନକୁହା କଥାକୁ ବିଶ୍ୱାସ କରି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିବେ। ପ୍ରତ୍ୟେକ କ୍ଷେତ୍ରରେ ଆଶା ଓ ବିଶ୍ୱାସକୁ ନେଇ ଆଗକୁ ମାଡ଼ିଚାଲନ୍ତୁ, ଅବଶ୍ୟ ସଫଳତା ପାଇବେ।
ମୀନ
ବିବାଦୀୟ ସ୍ଥିତି ଲାଗି ରହିଥିବାରୁ କର୍ମକ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ବନ୍ଧୁ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। କଠିନ ଶ୍ରମ କିମ୍ବା ଅନିଦ୍ରା ହେତୁକ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ସୁଯୋଗ ହାତପାହାନ୍ତାରେ ପାଇଲେ ମଧ୍ୟ କାମ ହାସଲ କରିବାରେ ଅସମର୍ଥ ହେବେ ା
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.