Posted inRasifala

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ
ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଏବଂ ସରକାରୀ ସାହାଯ୍ୟ ପାଇପାରନ୍ତି। ସାମାଜିକ ସ୍ତରରେ ଶତ୍ରୁତା କାରଣରୁ ସାମୟିକ ଦୁଶ୍ଚିନ୍ତାର ସୂଚନା ରହିଛି।
ବୃଷ
ବୃଷ
ଏକାଧିକ ପାପଗ୍ରହ କର୍ମକ୍ଷେତ୍ରରେ ରହିଥିବାରୁ ଘରୋଇ ଝମେଲା କାରଣରୁ ମନ ଭଲ ରହିବ ନାହିଁ। ଗତକାଲିଠାରୁ ଯେଉଁ କାମରେ ହାତ ଦେଇଛନ୍ତି ତାହା ସମ୍ପନ୍ନ କରିବାରେ ସମର୍ଥ ହେବେ। ବାଣିଜ୍ୟ, ପରିବହନ, ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ସତର୍କ ନ ରହିଲେ ଯାତ୍ରାରେ ଜିନିଷ ହଜିଯାଇପାରେ ା
ମିଥୁନ
ମିଥୁନ
ଚତୁର୍ଥାଧିପ ବୁଧ ଶତ୍ରୁ ନକ୍ଷତ୍ରସ୍ଥ ଯୋଗୁ ପରକଥାରେ ପାରିବାରିକ ସମସ୍ୟା ସୃଷ୍ଟି ସୂଚନାକୁ ଏଡି ହେବନାହିଁ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ବନ୍ଧୁଙ୍କ ସହ ଆଲୋଚନାରେ ଦ୍ୱନ୍ଦ୍ୱ ଓ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନବଳାଇ କର୍ମମୁଖର ହେବେ।
କର୍କଟ
କର୍କଟ
ଶତ୍ରୁଭାବାଧିପତି ବୃହସ୍ପତି ମିତ୍ରଭାବରେ ରହି ପ୍ରିୟଜନଙ୍କ ଦ୍ୱାରା ସମସ୍ୟା ଓ ମନସ୍ତାପ କରିପାରନ୍ତି। ପୁଷ୍ୟା ନକ୍ଷତ୍ର ପରିସ୍ଥିତି ଯେତିକି ଜଟିଳ ହେଲେ ମଧ୍ୟ ଅସୁବିଧା ପ୍ରାୟତଃ ହେବନାହିଁ। ଶିଳ୍ପ, ବ୍ୟବସାୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହେବ। ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ସାମୟିକ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ଷଷ୍ଠାଧିପ ଶନି ପ୍ରଭାବରେ କୌଣସି ବନ୍ଧୁ କିମ୍ବା ମହିଳାଙ୍କ ମାଧ୍ୟମରେ ସମସ୍ୟା ସୃଷ୍ଟି ହୋଇପାରେ। ଆର୍ଥିକ ଅନଟନ ମଧ୍ୟରେ ଆଜିର ଆବଶ୍ୟକତା ପୂରଣ ପାଇଁ ଅଣନିଃଶ୍ୱାସୀ ହେବେ। ପ୍ରଶାସନ, ଆଇନ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହେବେ।
କନ୍ୟା
ଧନାଧିପତି ଉଚ୍ଚାରୋହୀ ଯୋଗୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବା କିନ୍ତୁ ଆଜି ପରିସ୍ଥିତିବଶତଃ ଯେତିକି ପାଇବେ ତାହାଠାରୁ ଅଧିକ ବ୍ୟୟ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବାକୁ ମନ ବଳାଇପାରନ୍ତି। ମକଦ୍ଦମା, ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ତୃତୀୟାଧିପ ବୃହସ୍ପତି ଭାଗ୍ୟସ୍ଥାନରେ ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଉନ୍ନତି ଘଟାଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଜିନିଷ ପାଇ ମନ ଖୁସି ହୋଇଯିବ । ପୂର୍ବ ଶତ୍ରୁତାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତାରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ଭାଗ୍ୟାଧିପ ଚନ୍ଦ୍ର ଏକାଦଶସ୍ଥ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି ହେବ। ଅନ୍ୟମାନେ ଈର୍ଷାପରାୟଣ ହୋଇ ପ୍ରଗତିର ପଥରୋଧ କରିବାକୁ ଚେଷ୍ଟାକଲେ ମଧ୍ୟ କିଛି କରିପାରିବେ ନାହିଁ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଙ୍ଗଠନ ଓ କ୍ରୀଡ଼ାରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
କର୍ମାଧିପ ଧନ ସ୍ଥାନରେ ରହି କର୍ମକ୍ଷେତ୍ରରୁ ସାହାଯ୍ୟ, ସହଯୋଗ ସାଙ୍ଗକୁ ଅର୍ଥପ୍ରାପ୍ତିର ମାର୍ଗକୁ ସୁଗମ କରିପାରନ୍ତି। ଅନ୍ତରଙ୍ଗ ବନ୍ଧୁଙ୍କ କଥାରେ ଅସ୍ଥିର ମନ ସ୍ଥିର ହୋଇଯିବ। ସହକର୍ମୀଙ୍କଠାରୁ ଭୁଲ୍‍ ଖବର ପାଇ ବିବ୍ରତ ହୋଇପାରନ୍ତି। ପରିବାରରେ ପାରସ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମକର
ମକର
ତୃତୀୟଭାବସ୍ଥ ସ୍ବସ୍ଥାନପାଳ ଶନି ନିକଟ ସମ୍ପର୍କୀୟଙ୍କ ଅନୁକମ୍ପା ଲାଭ କରି କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଇପାରନ୍ତି। ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେବ। ବନ୍ଧୁମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର ହୋଇଯିବ।
କୁମ୍ଭ
କୁମ୍ଭ
ଉଚ୍ଚଭାବସ୍ଥ ମଙ୍ଗଳ ପ୍ରଭାବରୁ ବନ୍ଧୁ ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିବେ। ବିବାଦୀୟ ଘଟଣା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବ୍ୟବସାୟ ଓ ପରିବହନରୁ ବହୁତ ଲାଭ ନ ହେଲେ ମଧ୍ୟ ଆବଶ୍ୟକତାରୁ ସାମାନ୍ୟ ଅଧିକ ରହିବ। ଆଲୋଚନା କାଳରେ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହେବ।
ମୀନମୀନ
ରାଶ୍ୟାଧିପ କେନ୍ଦ୍ରସ୍ଥାନରେ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ ସକାଶେ ଅନୁକୂଳ ରହିବ। ବନ୍ଧୁଙ୍କ ନିକଟରୁ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଶାସ୍ତ୍ରାଲୋଚନା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

ରାଶିଫଳ: ବୁଧବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ ଚତୁଃଗ୍ରହ କର୍ମସ୍ଥାନରେ କାର୍ଯ୍ୟସିଦ୍ଧି, ଅର୍ଥ ଓ ସମ୍ମାନ ଲାଭ କରାଇବେ। କିନ୍ତୁ ନିକିତି ତଉଲ ପରି ପାରିବାରିକ ଜୀବନର ପଲା ନିମ୍ନାଭିମୁଖୀ ହେତୁ ମନାନ୍ତର ଓ…

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୩ ତାରିଖ – Daily Horoscope

ମେଷ କେତୁଯୁକ୍ତ ଚନ୍ଦ୍ର କୋଣଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ଟେନ୍‍ସନ ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…

ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଦ୍ୱିଜା ନକ୍ଷତ୍ର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ନିଜ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହନ, ହୋଟେଲଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ…

ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope

ମେଷ ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri