Posted inRasifala

ରାଶିଫଳ: ଶନିବାର , ଜୁନ ୧ ତାରିଖ – Daily Horoscope

ମେଷ
ଆଜି ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ରଙ୍କ ଅବସ୍ଥାନ ହେତୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ଅନୁଭୂତି ଆଣିଦେବ। ଜନସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ, ପ୍ରଶାସନ, ଜ୍ଞାନାର୍ଜନ ସକାଶେ ଅନୁକୂଳତା ପ୍ରାପ୍ତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାରେ ସାହାଯ୍ୟ କରିବ।
ବୃଷ
ବୃଷ
ତୃତୀୟାଧିପ ଅଷ୍ଟମଭାବସ୍ଥ ଭାଗ୍ୟାଧିପଙ୍କ ଦୃଷ୍ଟିପଥରେ ରହି ବନ୍ଧୁଙ୍କ ମାଧ୍ୟମରେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବେ ା ପାରିବାରିକ ଅସହଯୋଗ ଜନିତ କାମଗୁଡିକ ଆଗକୁ ବଢ଼ି ନ ପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ସରକାରୀ ସ୍ତରର କାର୍ଯ୍ୟ ସମ୍ପନ୍ନ ହେବ ା ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତରର ଆଶଙ୍କା ରହିଛି ।
ମିଥୁନ
ମିଥୁନ
ଆଜିର ଚନ୍ଦ୍ରଙ୍କ ସହ ଶୁକ୍ରଙ୍କ ସମ୍ବନ୍ଧ ଆପଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିବ । ଫଳତଃ ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ବ୍ୟବସାୟ, ଯାତ୍ରା, କଚେରି ମାମଲା, ପ୍ରତିଯୋଗିତା, ଆଲୋଚନା, ଗବେଷଣା, ଆନୁଷ୍ଠାନିକ କାମ ପ୍ରଭୃତିରୁ ସଫଳତା ଅବଶ୍ୟ ପାଇପାରିବେ ।
କର୍କଟ
କର୍କଟ
ଦିନଟି ବହୁତ ବଢ଼ିଆ, ଅନୁକୂଳ ଗ୍ରହସ୍ଥିତିରୁ ଯାହା ଓ ଯେମିତି ଚାହୁଁଛନ୍ତି କରିଚାଲନ୍ତୁ, କିଛି ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ପଦପଦବୀ ଲାଭ ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅନୁଧାବନ କରିପାରନ୍ତି। ସାହିତ୍ୟ ଚର୍ଚ୍ଚା, ଉତ୍ସବାନୁଷ୍ଠାନ, ପରିବହନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ସି˚ହ
ସି˚ହ
ଦୁଃସମୟ ଦୂରେଇଯିବା ସହ ଆଶାର ଆଲୋକରେ କାମ ହାସଲର ସୂଚନା ପାଇ ଖୁସି ହେବେ । କୌଶଳ ପ୍ରୟୋଗପୂର୍ବକ ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇ ନେବାକୁ ଯଥାସାଧ୍ୟ ଚେଷ୍ଟା କଲେ ଉପକୃତ ହେବେ। ନୂତନ ଯାନବାହନ, ଜମିଜମା, ନୂତନ ବନ୍ଧୁସମ୍ପର୍କ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରି ବେ।
କନ୍ୟା
ଆଜିର ଗ୍ରହସ୍ଥିତି ବିଶେଷ ଅନୁକୂଳ ନ ଥିବାରୁ କୌଣସି ନୂତନ କାର୍ଯ୍ୟାରମ୍ଭ ଅର୍ଥସଙ୍କଟ ମଧ୍ୟରେ ଅଟକି ଯାଇପାରେ। ରବିଙ୍କ ଶୁଭ ସଂସ୍ଥାନରୁ ସରକାରୀ ସ୍ତରରୁ ସହାୟତା ପାଇବା ସାଙ୍ଗକୁ ସାହିତ୍ୟ, ସାମ୍ବାଦିକତା, ଗବେଷଣା,ଏଜେନ୍ସିପରୁ ଖୁସି ରହିବେ। ପରିବାରରେ ଅର୍ଥସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ।
ତୁଳା
ତୁଳା
ଛୋଟ ବଡ଼ ସମସ୍ୟା ଦେଖାଦେଲେ ମଧ୍ୟ କୌଣସି ବିଶେଷ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହେବନାହିିଁ । ଆନୁଷଙ୍ଗିକ ସାହାଯ୍ୟ ଲାଭକରି କାର୍ଯ୍ୟକ୍ଷେତ୍ର ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପ୍ରତି ଅନୁରାଗ ବୃଦ୍ଧି ପାଇବ। ଚିତ୍ରା ନକ୍ଷତ୍ରର ଭୁଲ୍‌ ବୁଝାମଣାଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ ।
ବିଛା
ବିଛା
ରାଶିରେ ଚନ୍ଦ୍ରଙ୍କ ଅଷ୍ଟମରେ ବକ୍ରୀ ବୃହସ୍ପତି ଆପଣଙ୍କ ଚିନ୍ତାଧାରା ଓ କାମକୁ ଏପଟସେପଟ କରିଦେଇପାରନ୍ତି। ଶିକ୍ଷା, ଆଲୋଚନା, ସିଦ୍ଧାନ୍ତ ନେବା କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି ହେବାର ଆଶଙ୍କା ରହିଛି । ଅବଶ୍ୟ ସାମାଜିକ ପ୍ରତିଷ୍ଠା ଲାଭ ସାଙ୍ଗକୁ ଅର୍ଥନୈତିକ, ବ୍ୟବସାୟିକ, ସାଙ୍ଗଠନିକ ତଥା ଆନୁଷ୍ଠାନିକ କ୍ଷେତ୍ର ପାଇଁ ଦିନଟି ମନ୍ଦ ନୁହେଁ ।
ଧନୁ
ଧନୁ
ଆଜିର ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କ ଅସୁସ୍ଥ ଚିନ୍ତାଧାରାକୁ ପ୍ରତିଫଳନ କରିପାରେ। ଯାହା ଆପଣଙ୍କ କଥା, କାମ ଓ ବ୍ୟବହାରରେ ଅନ୍ୟମାନେ ଅନୁଭବ କରିପାରିବେ ା ପାରିବାରିକ ଜୀବନରେ ଉଦାସୀନତା, ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଓ ପ୍ରାପ୍ୟଧନରେ ପ୍ରତିବନ୍ଧକ ସୃଷ୍ଟି କରିବ ା ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ।
ମକର
ମକର
ବାହି୍ୟକ ଦୃଷ୍ଟିକୋଣରୁ ଆପଣ ଠିକ୍‌ ଦେଖାଗଲେ ମଧ୍ୟ ଆପଣଙ୍କ ବିଚଳିତ ମାନସିକ ସ୍ଥିତି ପ୍ରତ୍ୟେକ କାମକୁ ଅସମ୍ପୂର୍ଣ୍ଣ କରି ରଖିବ। ଅଧିକାଂଶ ସମୟ ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଧନହାନି କିମ୍ବା ଦବ୍ର୍ୟ ନଷ୍ଟ ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଋଣ ପରିଶୋଧ, କଚେରି ମାମଲା ଲାଗି ବ୍ୟସ୍ତତା ପ୍ରକାଶ କରିପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତିକୂଳତା ରହିଥିବା କାରଣରୁ କାମଗୁଡିକ ଯଦିଓ ଯଥାବିଧି ସମ୍ପାଦିତ କରିବେ ତଥାପି କିଛିନା କିଛି ସମସ୍ୟା ସାମୟିକ ଅସ୍ଥିରତା ସୃଷ୍ଟି କରିବ । ଆର୍ଥିକ ସଙ୍କଟ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିପାରେ ।ସଭାସମିତି, ଆଲୋଚନା କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବାର ସୂଚନା ରହିଛି ।
ମୀନମୀନ
ପରିସ୍ଥିତି ଯାହା ଥାଉନା କାହିଁକି ମୁଖଭାବସ୍ଥ ଶୁକ୍ର ଓ ଚନ୍ଦ୍ର ତାହାକୁ ଅତି ସରଳ ଭାବରେ ସମାଧାନ କରିବାରେ ସାହାଯ୍ୟ କରିବେ। କିନ୍ତୁ କର୍ମଭାବସ୍ଥ କେତୁ ଅପରିଣାମଦର୍ଶୀ କରାଇ ସମସ୍ୟା ଓ ପାରିବାରିକ ଅଶାନ୍ତି ସୃଷ୍ଟିର ମଧ୍ୟ ଦ୍ୟୋତକ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ପରିବହନ ଓ ସଭାସମିତି ସକାଶେ କୌଣସି ଅସୁବିଧା ରହିବ ନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri