Posted inRasifala

ରାଶିଫଳ: ଶନିବାର, ଜୁନ୍ ୨୭ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ର ଯୋଗୁ ଆପଣଙ୍କ ବିଚାରଧାରା ପରିବାରରେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିବ। ଅଟକି ରହିଥିବା କାମ ପୂରା ଦମରେ କରିବା ନିଷ୍ପତ୍ତି ନେଇପାରନ୍ତି। ଯାନବାହନ, ଜମିଜମା, ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। କର୍ମକ୍ଷେତ୍ରରୁ ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସୀ ହେବେ।
ବୃଷ
ବୃଷ
ମଙ୍ଗଳ ଦୃଷ୍ଟିରେ ଚନ୍ଦ୍ର ହେତୁ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ନୂତନ ସମ୍ପର୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ଆଦୌ ଭଲ ସମ୍ପର୍କ ନଥିବା ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। କୌଣସି ଆନୁଷ୍ଠାନିକ କାମ ସକାଶେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‍ ଯାତ୍ରା କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ରାଶିରେ ରବି ଯୋଗୁ ସାହାଯ୍ୟ ଓ ସହାନୁଭୂତି ମାଧ୍ୟମରେ ଅନ୍ୟମାନଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ। ପାରିବାରିକ କ୍ଷେତ୍ରରେ ସତର୍କରେ ଚଳନ୍ତୁ ନତୁବା ଝମେଲା ଅଧିକ ବଢ଼ି ଯାଇପାରେ। ଆଲୋଚନା ପରିସରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ସ୍ଥାନାନ୍ତର କିମ୍ବା ସରକାରୀ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ମନ କଥାକୁ ମନ ଭିତରେ ରଖି ଉପର ମନରେ ହସି ହସି କାମ ହାସଲ କରିପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧି ଓ ବୈଷୟିକ ସୁଖ, ସମୃଦ୍ଧି ମନକୁ ଖୁସି କରିବାରେ ସାହାଯ୍ୟ କରିବ।
ସି˚ହ
ସି˚ହ
କର୍ମାଧିପ ଲାଭସ୍ଥ ଯୋଗୁ ସାମାନ୍ୟ ତ୍ୟାଗ ବିନିମୟରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ସହଜସାଧ୍ୟ ହୋଇଯିବ। କର୍ମକ୍ଷେତ୍ର ଭଲ ରହିଲେ ମଧ୍ୟ ପିଲାମାନଙ୍କ କୌଣସି ସମସ୍ୟା ସକାଶେ ମନ ଅସ୍ଥିର ରହିବ। ବାଧ୍ୟବାଧକତାରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି।
କନ୍ୟା
ଯେତେ ପ୍ରକାର ସମସ୍ୟା ଆସିଲେ ମଧ୍ୟ ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ସପ୍ତମସ୍ଥ ଶନିଙ୍କ ଯୋଗୁ ଯାତ୍ରା ସମୟରେ କୌଣସି ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିପାରେ। ଉପରିସ୍ଥଙ୍କ ଆଲୋଚନା ବିଷୟରେ ତାହାଠାରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ତୁଳା
ତୁଳା
ଛୋଟ ବଡ଼ ସମସ୍ୟା ରହିଥିଲେ ମଧ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭ କରି କାମ ହାସଲ କରିବେ। କର୍ମକ୍ଷେତ୍ରରେ ଏକାଧିକ ଗ୍ରହଙ୍କ ପ୍ରଭାବ ଜନିତ ପ୍ରତିବନ୍ଧକ ମଧ୍ୟରେ କାର୍ଯ୍ୟ ହାସଲ କରିବେ। ଶନି ଓ ରାହୁଙ୍କ ସ୍ଥିତି ପ୍ରଭାବରୁ ରାଜନୀତିରେ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି।
ବିଛା
ବିଛା
ଭାଗ୍ୟାଧିପ ରାଶିରେ ଅବସ୍ଥାନ କରିଥିବାରୁ ଦିନଟି ସାମଗ୍ରୀକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ। ଆନୁଷ୍ଠାନିକ କ୍ଷେତ୍ରରେ କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ପରିବେଷଣରେ ବେଶ୍‍ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ, ସଭା ସମିତିରେ, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ବିଭିନ୍ନ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରି ରଖିବ। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାର ପ୍ରଯତ୍ନ କରିବେ । ରବିଙ୍କ ସ୍ଥିତି ପ୍ରଭାବରୁ ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ରହିଛି । କର୍ମାଧିପ ବୃହସ୍ପତିଙ୍କ ସଂଯୋଗରୁ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ମକର
ମକର
ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଅପୂରଣୀୟ କାମନାକୁ କର୍ମକ୍ଷମ କରାଇବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ପରିଶ୍ରମଜନିତ ପୀଡ଼ା ଅନୁଭବ କରିବେ। ଚତୁର୍ଥ କେନ୍ଦ୍ରାଧିପ କୋଣଭାବସ୍ଥ ଯୋଗୁ ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ କର୍ମଭାବସ୍ଥ ଯୋଗୁ ବିଭିନ୍ନ ପ୍ରକାର ସମସ୍ୟା ଜନିତ ଟେନ୍ସନ ଲାଗି ରହିବ। ଅବଶ୍ୟ ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପାରିବାରିକ ଜୀବନରେ ଉଚିତ୍‍ ବୁଝାମଣା ରହିବା ଯୋଗୁ ସାମୟିକ ମନ ଖୁସି ରହିପାରେ। ଯାତ୍ରା, କର୍ମାରମ୍ଭ ଓ ବନ୍ଧୁଙ୍କ ସହ ଆଲୋଚନା ମନ୍ଦ ହେବନାହିଁ।
ମୀନମୀନ
ରାଶିରେ ଶନିଙ୍କ ପ୍ରଭାବରୁ ଭାବପ୍ରବଣତାବଶତଃ ମାନସିକ ଅସ୍ଥିରତା କାମକୁ ବିକ୍ଷିପ୍ତ କରିଦେବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‍ ଠିକ୍‍ ହୋଇଯିବ। କୋଣସ୍ଥାନରେ ବୁଧଙ୍କ ସହିତ ଗୁରୁ ଓ ଶୁକ୍ର ଯୋଗୁ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁନ୍ ୨୬ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ଥିବାରୁ ଆପଣଙ୍କ ଯାତ୍ରା, ପରିବାର, ଯାନବାହନ କ୍ଷେତ୍ରରେ ସତର୍କ ରହିବା ଭଲ। ପ୍ରତିବନ୍ଧକ କିମ୍ବା କଞ୍ଚାମାଲର ଅଭାବଜନିତ…

ରାଶିଫଳ: ଗୁରୁବାର, ଜୁନ୍ ୨୫ ତାରିଖ – Daily Horoscope

ମେଷ ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସୁଧାରିବା କ୍ଷେତ୍ରରେ ସଫଳତା ହାସଲ କରିବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପାରିପାର୍ଶ୍ୱିକ ପରିସ୍ଥିତି ସେତେଟା ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ଜୁନ୍ ୨୪ ତାରିଖ – Daily Horoscope

ମେଷ ଆଜିର ସପ୍ତମଚନ୍ଦ୍ର ଜୀବନଯାତ୍ରାକୁ ପ୍ରୀତିପ୍ରଦ କରାଇବ। ବନ୍ଧୁସମ୍ପର୍କ ଭଲ ରହିବା ସହ ଆଶା କରୁଥିବା ଜିନିଷ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ଦୀର୍ଘ ଦିନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri