Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ
କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭକରିବା ସକାଶେ ମନ ବଳାଇବେ । ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଗୁରୁଜନମାନଙ୍କ ପରାମର୍ଶ କ୍ରମେ କାମ କଲେ ସମସ୍ୟା ସମାଧାନ ହେବା ସମ୍ଭାବନା ରହିଛି।
ବୃଷ
ବୃଷ
ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟହେବେ। ସାମାଜିକ ସ୍ତରରେ ସମ୍ମାନ ପାଇବେ, କିନ୍ତୁ ଅନ୍ୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି। କଳା, କ୍ରୀଡ଼ା, ସଙ୍ଗୀତ, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଆର୍ଥିକ ସ୍ଥିତି କମ୍‌ଜୋର ରହିବ, ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।
ମିଥୁନ
ମିଥୁନ
ସମସ୍ୟା ଆସିଲେ ମଧ୍ୟ ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି, ଯାହାକି କଳହର କାରଣ ହୋଇପାରେ । ପୁରାତନ ରୋଗର ପୀଡ଼ା ମନକୁ ସାମୟିକ ବିଷାଦିତ କରିବ । ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରି ଉଚିତ ପଦକ୍ଷେପ ନିଅନ୍ତୁ।
କର୍କଟ
କର୍କଟ
ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ଏଥିପାଇଁ ବହୁ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡ଼ିବ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ତଥା ବନ୍ଧୁମାନଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବା ଆଶଙ୍କା ରହିଛି।
ସି˚ହ
ସି˚ହ
ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ବିଳମ୍ବିତ ସମୟରେ କାମଗୁଡ଼ିକ ସମ୍ପନ୍ନ ହେବାରୁ ମନରେ ସରସତା ରହିବନାହିଁ । ବିଳାସ ଉପକରଣ କିଣିବା ସକାଶେ ଘରୁ ବରାଦ ପାଇପାରନ୍ତି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, କୌଣସି କାରଣ ନ ଥାଇ ଅନ୍ୟମାନେ ଆପଣଙ୍କୁ ଦୋଷ ଦେଇପାରନ୍ତି।
କନ୍ୟା
ଭାଗ୍ୟ ସ୍ଥାନକୁ ଚନ୍ଦ୍ର ଏବଂ ବୃହସ୍ପତିଙ୍କ ଦୃଷ୍ଟି ଅର୍ଥ ଓ ସମ୍ମାନ ପ୍ରଦାନ କରିବ। ଶନିଙ୍କ କୁପ୍ରଭାବରେ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ଆଶଙ୍କା ରହିଛି। ଏକାଦଶସ୍ଥ ଗ୍ରହମାନେ କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପ୍ରଦାନ କରିବେ। ଦ୍ୱାଦଶଭାବସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କ ହାନିକରିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ପଡ଼ୋଶୀମାନେ ନିଜ ନିଜର ସ୍ବାର୍ଥସାଧାନ ମାନସରେ ମନ ବୁଝିଲା ଭଳି କଥା କହି କାର୍ଯ୍ୟ ହାସଲ କରିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜିଯାଇପାରେ। ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
ଧନୁ
ଧନୁ
ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବନ୍ଧୁମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ବହୁତ ଟଣାଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯଥାସମ୍ଭବ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ମକର
ଆଜି ସକାଳୁ ସକାଳୁ କୌଣସି ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ । ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ, ପରିବାର ଭିତରେ, ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାରକରିପାରନ୍ତି। ସ୍ଥଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ ।
କୁମ୍ଭ
କୁମ୍ଭ
ଯେକୌଣସି କାମ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଦୁଃଖ ପ୍ରକାଶ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକଲେ ମଧ୍ୟ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହେବେ । କୌଣସି ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ
ଆଜି ସକାଳୁ ସକାଳୁ ହଠାତ୍‌ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡ଼ିପାରେ । ପାରିବାରିକ ସମସ୍ୟା ବିଷୟରେ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ । ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri