Posted inRasifala

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ
ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ବିବାଦୀୟ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ।
ବୃଷ
ବୃଷ
ରବିଙ୍କ ସ୍ଥିତିଜନିତ କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ଆଲୋଚନା ଅବସରରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇରହିବା ଭଲ। ପରିବାରରେ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ମିଥୁନ
ମିଥୁନ
ଧନାଧିପ ଧନ ସ୍ଥାନକୁ ଦୃଷ୍ଟିଦେଉଥିବାରୁ ଅର୍ଥପ୍ରାପ୍ତିରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ। ବନ୍ଧୁଙ୍କ ସହ ଭ୍ରମଣ ସାଙ୍ଗକୁ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବ। ଆପଣଙ୍କ କାର୍ଯ୍ୟଶୈଳୀର ପ୍ରଶଂସାକରି ମିତ୍ରମାନେ ପ୍ରଶଂସା ଗାଇବୁଲିପାରନ୍ତି। କଳା, କାରିଗରି ସାଙ୍ଗକୁ ସାହିତ୍ୟ, ସଙ୍ଗୀତ ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିପାରେ।
କର୍କଟ
କର୍କଟ
ଚନ୍ଦ୍ର ଏବଂ ମଙ୍ଗଳଙ୍କ ପୂର୍ଣ୍ଣଦୃଷ୍ଟି ରାଶି ପ୍ରତି ରହିଥିବାରୁ ଶାରୀରିକ ସୁସ୍ଥତା ସହ କର୍ମକ୍ଷେତ୍ର ମଧ୍ୟ ସମ୍ମାନଜନକ ରହିବ। ଦୀର୍ଘଦିନରୁ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ପାଇବା ଜିନିଷର ଅନିଶ୍ଚିତତା ଆଲୋଡ଼ନ ସୃଷ୍ଟିକରିବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ କଷ୍ଟ ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ।
ସି˚ହ
ସି˚ହ
ଭୁଲ୍‍ ବୁଝାମଣାରୁ ମତାନ୍ତରଜନିତ ପରିବାରରେ ଏବଂ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ଦୀର୍ଘଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହେବ। ସପ୍ତମସ୍ଥ ଉଚ୍ଚାରୋହୀ ରବିଙ୍କ ଯୋଗୁ ସ୍ବାସ୍ଥ୍ୟରେ ଉନ୍ନତି ସହ ଭ୍ରମଣ ସୁଯୋଗ ମିଳିବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନ ଦାୟିତ୍ୱ ହାତକୁ ନେବେ।
କନ୍ୟା
ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତିରେ ରହିବେ। ଈର୍ଷା ଓ ଅସୂୟାଜନିତ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି। ପାରିବାରିକ ପରିସ୍ଥିତି ପୂର୍ବପରି ଗମ୍ଭୀର ରହିବ, କିନ୍ତୁ ଉତ୍ତେଜିତ ହୋଇ କୌଣସି ପଦକ୍ଷେପ ନେବା ପୂର୍ବରୁ ପୁନର୍ବାର ବିଚାର କରିବା ଭଲ। କଥା ଦେଇଥିବା ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଆସିବେ।
ତୁଳା
ତୁଳା
ଆଜିର ଯାତ୍ରା,ବାଣିଜ୍ୟ କ୍ଷେତ୍ର ସମସ୍ୟା ବହୁଳ ହେବ। ଚତୁର୍ଥଭାବସ୍ଥ ଚନ୍ଦ୍ର ଓ ମଙ୍ଗଳ ହେତୁ ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧିପାଇବ । ସହକର୍ମୀଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସଭାସମିତିରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସାହାଯ୍ୟ ସହଯୋଗରୁ ଉପକୃତ ହେବେ।
ବିଛା
ବିଛା
ତୃତୀୟ ଏବଂ ଚତୁର୍ଥଭାବ ଶୁଭଯୁକ୍ତ ଯୋଗୁ ଆନୁଷ୍ଠାନିକ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ। ଦର୍ଶନୀୟ ସ୍ଥାନ ଭ୍ରମଣ ସମୟରେ ପୁରୁଣା ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। ଛୋଟ କଥାକୁ ନେଇ ତର୍କ କରିବା ଠିକ୍‍ ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ପ୍ଲଟିଂ ବ୍ୟବସାୟ, ଶେୟାରବଜାର, ରାଜନୀତି ପାଇଁ ଦିନଟି ଭଲ।
ଧନୁ
ଧନୁ
ଶନିଙ୍କ କୁପ୍ରଭାବରୁ ପାରିବାରିକ ସମସ୍ୟା ଲାଗି ରହୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ପରିସ୍ଥିତି ଯେତେ ଗମ୍ଭୀର ହେଉନା କାହିଁକି ମନର ବଳ ଖୁବ୍‍ ଟାଣ ରହିବ। ବ୍ୟବସାୟ, ପରିବହନ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂରେଇଯିବ।
ମକର
ମକର
ଚତୁର୍ଥ ଲାଭାଧିପତି ରାଶିରେ ଅବସ୍ଥାନ କରିଥିବାରୁ ସାମାଜିକ ସ୍ତରରେ ସମ୍ମାନିତ ହେବେ। କର୍ମକ୍ଷେତ୍ରସ୍ଥ ବନ୍ଧୁଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବେ। କୃତି ଓ କୃତିତ୍ୱ କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗ ରହିଛି। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟାକରି ଉପହସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ମୁଖଭାବସ୍ଥ ଶନି ନୀରବଦର୍ଶକ ସଜାଇ କର୍ମକ୍ଷେତ୍ରର ସମସ୍ୟାକୁ ସୁଧାରିନେବାରେ ସାହାଯ୍ୟ କରିବେ। ସରଳବିଶ୍ୱାସ ଜନ୍ମାଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପାରିବାରିକ ଅସ୍ଥିରତା ଯୋଗୁ ମନୋବଳ ହ୍ରାସ ପାଇବ। ଶିଳ୍ପ, ବାଣିଜ୍ୟ, ପରିବହନ, ବନ୍ଧୁସମ୍ପର୍କ ଏବଂ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରେ।
ମୀନମୀନ
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତି ଯୋଗୁ ଆଜି ଆପଣଙ୍କୁ ସଫଳତାର ଝଲକ ଦେଖିବାକୁ ମିଳିବ ନାହିଁ। ପୂର୍ବରୁ ଲାଗି ରହିଥିବା ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। ଯେକୌଣସି କ୍ଷେତ୍ର ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନେବା ଠିକ୍‍ ହେବ ନାହିଁ। ବନ୍ଧୁମେଳରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri