Posted inRasifala

ରାଶିଫଳ: ବୁଧବାର, ଫେବ୍ରୁଆରି ୨୬ ତାରିଖ – Daily Horoscope

ମେଷ
ଆଜିର ଶୁକ୍ର ସହ ଚନ୍ଦ୍ର ଯୋଗ ହେତୁ ଗୃହରେ ଶୁଭକାମରେ ବନ୍ଧୁମିଳନ ନିଶ୍ଚିତ। ଏହିଯୋଗ ଆପଣଙ୍କୁ ଅର୍ଥ ଓ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିବ ନାହିଁ। କର୍ମକ୍ଷେତ୍ରରେ ମଧ୍ୟ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସୁସ୍ଥ ପରିବେଶ ଓ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି।
ବୃଷ
ବୃଷ
ଗ୍ରହମାନଙ୍କ ଶୁଭସଂସ୍ଥାନ କାରଣରୁ ଏକାଧାରରେ ଅର୍ଥ,ସମ୍ମାନ ଓ ମିତ୍ରବନ୍ଧୁଙ୍କ ସମାଗମରୁ ଖୁସୀ ରହିବେ। ଉଚ୍ଚ ମନୋବଳ ପ୍ରତ୍ୟେକ କାମରେ ଉସତ୍ାହ,ଉଦ୍ଦୀପନା ସୃଷ୍ଟି କରିବ। କୈାଣସି ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ସହଯୋଗ କରିପାରେ। ଉଚ୍ଚସ୍ଥ ଶୁକ୍ର ସ୍ବାସ୍ଥ୍ୟରେ ଉନ୍ନତି, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶା କରୁଥିବା ଫଳ ନିଶ୍ଚିତ ପାଇବେ।
ମିଥୁନ
ମିଥୁନ
ଅଷ୍ଟମରେ ଶନି ଧନସ୍ଥାନକୁ ଦୃଷ୍ଟିଦେଉଥିବାରୁ ଧନପ୍ରାପ୍ତିରେ ବିଳମ୍ବ ସହ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟହେବେ। ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହୋଇପାରନ୍ତି। ଆତ୍ମୀୟମାନଙ୍କ ସହଯୋଗ ଲାଭକରି ମାଙ୍ଗଳିକ କାମରେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
କର୍କଟ
କର୍କଟ
ଶନିଙ୍କ ପ୍ରଭାବରେ ଆଳସ୍ୟ ଓ ଅବହେଳା ଯୋଗୁ କାର୍ଯ୍ୟସ୍ଥଗିତ ରହିବା ସହ ତିରଷ୍କୃତ ହୋଇପାରନ୍ତି। ଦୀର୍ଘ ଦିନରୁ ଭଟ୍ଟା ପଡିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ଅଅଶା ନିରର୍ଥକ ହୋଇପାରେ। ଆଲୋଚନା କ୍ଷେତ୍ରରେ ଭାବପ୍ରବଣ ବଶତଃ ଓଲଟା କଥା କହି ଅପଦସ୍ତ ହେବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ସି˚ହ
ସି˚ହ
ଆଜିର ଆବଶ୍ୟକତା ଅନୁଯାୟୀ କୌଣସି କାର୍ଯ୍ୟ ଅଟକି ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ହେବା ସହ ବିବାଦୀୟ ଘଟଣାର ବିଜୟୀ ହେବେ। ପାରିବାରିକ ସ୍ଥିତି.ସ୍ବାସ୍ଥ୍ୟ ସମସ୍ୟା, ନିର୍ମାଣାଧୀନ କାମ ଓ ନୂତନ ବନ୍ଧୁତ୍ୱ ସ୍ଥାପନ କ୍ଷେତ୍ରରେ ସଫଳତା ପାଇବେ।
କନ୍ୟା
ସମସ୍ୟା ଲାଗିରହିଥିଲେ ମଧ୍ୟ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ସଫଳତା ଲାଭକରିବେ। ପ୍ରକାଶନ, ରଚନାମତ୍କ କାର୍ଯ୍ୟ, ଯୋଗଯୋଗ ତଥା ଏଜେନ୍ସିପରୁ ଖୁସି ରହିବେ। ସରକାରୀ ସ୍ତରରୁ ଅଚାନକ ଭାବରେ ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।
ତୁଳା
ତୁଳା
ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରି ଖୁସୀ ହୋଇପାରନ୍ତି। ଋଣ ପରିଶୋଧର ଲକ୍ଷ୍ୟ ନେଇ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବାର ସମ୍ଭାବନା ରହିଛି। ଭରସା କରି ଅପେକ୍ଷାରେ ଥିଲେ ମଧ୍ୟ ବନ୍ଧୁମାନଙ୍କ ଠାରୁ ଠିକ୍‌ ସମୟରେ ସାହାଯ୍ୟ ପ୍ରାପ୍ତିର ଆଶା ନିରର୍ଥକ ହେବ।
ବିଛା
ବିଛା
ପାରିବେଶିକ କୁପ୍ରଭାବରୁ ମାନସିକ ସ୍ଥିତି ବିଶେଷ ଭଲ ରହିବନାହିଁ। ପାରିବାରିକ ଜୀବନରେ ବୃଥା ସନ୍ଦେହ ଅଶାନ୍ତିର କାରଣ ପାଲଟିଯିବ। ରାଜନୈତିକ ସ୍ଥିତି ମଜ୍‌ବୁତ୍‌ ରହିବା ସଙ୍ଗକୁ ସାମାଜିକ ପ୍ରତିଷ୍ଠା ବଢିବ। ବନ୍ଧୁ ଓ ଆତ୍ମୀ ୟମାନଙ୍କ ସହଯୋଗରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିବା ସହ ଆଶା ଉଜ୍ଜ୍ୱଳତର ହୋଇପାରେ। ମୂଳା ନକ୍ଷତ୍ର ସରଳବିଶ୍ୱାସ କରି କୌଣସି ଅଜଣା ଅଶୁଣା ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇ ପାରନ୍ତି। ଆଜିର ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସନ୍ତୋଷ ପ୍ରକାଶ କରିବେ।
ମକର
ମକର
ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା ନିଶ୍ଚିତ କାମକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇପାରେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ତଥାପି ନୂତନ କାର୍ଯ୍ୟାରମ୍ଭ, ବନ୍ଧୁସମ୍ପର୍କ, ଯାତ୍ରା ଓ ଆନୁଷ୍ଠାନିକ କାମରେ କିଛି ଅସୁବିଧା ହେବନି।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟହାନୀ ସଙ୍ଗକୁ ଖର୍ଚ୍ଚାନ୍ତ ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। ଶିଳ୍ପ, ବାଣିଜ୍ୟ, ଶେୟାରବଜାର କ୍ଷେତ୍ରରେ କ୍ଷତିର ଆଶଙ୍କା ରହିଛି ା ବହୁତ ଦିନରୁ ଭଲ ସମ୍ପର୍କ ନଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାରେ ଜଣେ ବନ୍ଧୁ ହସ୍ତକ୍ଷେପ କରିପାରନ୍ତି।
ମୀନମୀନ
ପାପଗ୍ରହ ଯୁକ୍ତ ବୃହସ୍ପତି ଯୋଗୁ ଯେତେ ଭଲ କାମ କଲେ ମଧ୍ୟ ଖଳ ଲୋକମାନଙ୍କ ଦ୍ୱାରା ସମାଲୋଚିତ ହେବେ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ନିର୍ମାଣକୁ କେନ୍ଦ୍ରକରି ଜମିଜମା ବିବାଦ ସୃଷ୍ଟି ହୋଇପାରେ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri