Posted inRasifala

ରାଶିଫଳ: ବୁଧବାର, ଫେବ୍ରୁଆରି ୧୯ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟସ୍ଥାନରେ ସୌଭାଗ୍ୟପ୍ରଦ ଯୋଗ ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରଦାନ କରିବ। କିନ୍ତୁ ମନାନ୍ତର ଜନିତ ପାରିବାରିକ ଜୀବନରେ ଅଶାନ୍ତି ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଆନୁଷ୍ଠାନିକ, ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ଥିତି ସନ୍ତୋଷଜନକ ରହିବ।
ବୃଷ
ବୃଷ
ରାଶ୍ୟାଧିପ ଏକାଦଶସ୍ଥ ଓ ଭାଗ୍ୟାଧିପ ସ୍ବଗୃହସ୍ଥ ଯୋଗୁ ଆଜି ଯେଉଁ କାମରେ ହାତଦେବେ ସେଥିରେ ସଫଳତା ନିଶ୍ଚିତ। କିନ୍ତୁ ପାପଗ୍ରହ ଯୁକ୍ତ ତୃତୀୟାଧିପ କାରଣରୁ କୌଣସି ଜଣେ ହିତୈଷୀ ବନ୍ଧୁ ଆପଣଙ୍କ କୁତ୍ସାରଟନା କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତତା ଅନୁଭବ କରିବେ।
ମିଥୁନ
ମିଥୁନ
ଦ୍ୱାଦଶସ୍ଥ ରାହୁ ଆପଣଙ୍କୁ ଆଜି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘସମୟ ରହିବାକୁ ଦେଇ ନ ପାରେ। କିନ୍ତୁ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସକାଶେ ଦିନଟି ଅନୁକୂଳ ରହିବ। ଶୁକ୍ର ଓ ଶନିଙ୍କ ସମ୍ବନ୍ଧ ଆପଣଙ୍କ ଚିନ୍ତଧାରାକୁ କଳୁଷିତ କରିଦେବାର ଆଶଙ୍କା ରହିଛି। ଅଟକି ରହିଯାଇଥିବା କାମ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି।
କର୍କଟ
କର୍କଟ
ପାପଗ୍ରହ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଯାତ୍ରା,ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ଘାତବାର ହେତୁ ବିବାଦ, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଆଲୋଚନାରେ ପରିସ୍ଥିତି ସରଗରମ ରହିବ। ଯାତ୍ରା ସମୟରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅବଶ୍ୟ ବିଷମ ପରିସ୍ଥିତିରେ ମଧ୍ୟ ସହକର୍ମୀଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।
ସି˚ହ
ସି˚ହ
ରାଶି ପ୍ରତି ବକ୍ରୀବୁଧ ଓ ରବିଙ୍କ ଦୃଷ୍ଟି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତ ଫଳ ପ୍ରଦାନ କରିବ। ଫଳରେ ଯେମିତି ଚାହୁଁଛନ୍ତିି ସେପରି କାମ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବନାହିଁ। କିନ୍ତୁ ଅଳ୍ପ ଖର୍ଚ୍ଚରେ କାମ ହାସଲ କରିବାକୁ ଯାଇ ବେଶି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
କନ୍ୟା
ଶୁକ୍ରଙ୍କ ସୁପ୍ରଭାବରେ ଅର୍ଥଲାଭ, କାର୍ଯ୍ୟସିଦ୍ଧିଜନିତ ସଫଳତା ଲାଭରୁ ମନ ଖୁସି ରହିବ। କିନ୍ତୁ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସକାଶେ ଆଶା ଅନୁରୂପ ଫଳ ପାଇବାରେ କେତେକ ସାମୟିକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି। ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ। ଆଜିର ବାଣିଜ୍ୟ,ବ୍ୟବସାୟରେ ସ୍ଥିତି ଭଲ ରହିବ।
ତୁଳା
ତୁଳା
ଦିନଟିରେ ଯାତ୍ରା, ବାଣିଜ୍ୟ, ସରକାରୀ ସ୍ତରର କାମ,ସଭାସମିତିରେ ଆଲୋଚନା କ୍ଷେତ୍ର ଆପଣଙ୍କ ସକାଶେ ଭଲ ରହିବ। ଆତ୍ମୀୟସ୍ବଜନଙ୍କ ମାଧ୍ୟମରେ ଅନ୍ୟମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାରେ ସମର୍ଥ ହେବେ। ସହକର୍ମୀମାନଙ୍କୁ ସୁପରାମର୍ଶ ଏବଂ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ବିଛା
ବିଛା
ଗ୍ରହସ୍ଥିତି ଭଲ ହେତୁ ସାମଗ୍ରିକ ଦୃଷ୍ଟିକୋଣରୁ ଆଜି ଯେଉଁ କାମ କରିବେ ସେଥିରେ ସଫଳତା ମିଳିବ। କିନ୍ତୁ ନିଜ ଲୋକମାନଙ୍କ ବେପରୁଆ ମନୋଭାବ ଯୋଗୁ ସାମୟିକ ସମସ୍ୟା ଉପୁଜିପାରେ। ତଥାପି ଅନୁରାଧା ନକ୍ଷତ୍ର ସଜ୍ଜନମାନଙ୍କ ସାନିଧ୍ୟ ଲାଭ କରି କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ଯାନ୍ତ୍ରିକ ଜିନିଷ ସଜାଡିବା ପାଇଁ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ।
ଧନୁ
ଧନୁ
ରାଶିରେ ପାପଗ୍ରହଙ୍କ ସମାବେଶ କାରଣରୁ ଚିନ୍ତାଧାରା ବିକ୍ଷିପ୍ତ ରହିବ ତଥାପି କର୍ମକ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇ କାମ ହାସଲ କରିବେ। ପଡ଼ୋଶୀମାନେ ସାଧାରଣ କଥାକୁ ଅତିରଞ୍ଜିତ କରି ସମସ୍ୟା ସୃଷ୍ଟି କରିପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ, ପଦାଧିକାରୀଙ୍କ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି।
ମକର
ମକର
ରବି ଓ ବୁଧଙ୍କ ପ୍ରଭାବରେ ଆପଣଙ୍କ ଅପ୍ରିୟ ସତ୍ୟକଥା ଓ ବିବାଦୀୟ ଭାବନା ପ୍ରତିକୂଳ ପରିବେଶ ସୃଷ୍ଟି କରିବାର ଆଶଙ୍କା ରହିଛି। ସମସ୍ୟା ଆସିଲେ ମଧ୍ୟ କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ପାଇବେ।
କୁମ୍ଭ
କୁମ୍ଭ
ବିଶିଷ୍ଟବ୍ୟକ୍ତିଙ୍କ ଛତ୍ରଛାୟାତଳେ ରହି ପ୍ରତ୍ୟେକ କାର୍ଯ୍ୟ ସାଧନ କରିବେ। ସାମାଜିକ ଓ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବାରୁ ମନୋବଳ ବଢିଯିବ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନର ଆଶା ରହିଛି। ପୈତୃକ ସମ୍ପତ୍ତି, ଅର୍ଥ ସମ୍ପର୍କୀୟ କିମ୍ବା ଜମିର ମାଲିକାନାକୁ ନେଇ ବିବାଦୀୟ ସ୍ଥିତି ଉପୁଜିବାର ଆଶଙ୍କା ରହିଛି।
ମୀନମୀନ
ତୃତୀୟ ଅଷ୍ଟମାଧିପ ପ୍ରଭାବଶାଳୀ ଶୁକ୍ର ପରିବାର, ଲୋକସମ୍ପର୍କ, ଗୃହ, ଯାନବାହନାଦି କ୍ଷେତ୍ରରେ ବିବାଦୀୟ ସ୍ଥିତି ଉତ୍ପନ୍ନ କରିବେ। ନିଜର ଅସନ୍ତୋଷକୁ କଡ଼ାକଥାରେ ବ୍ୟକ୍ତ କରିବା ଅଶାନ୍ତିର କାରଣ ହୋଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ଆଧ୍ୟାତ୍ମିକ କାର୍ଯ୍ୟରୁ ମାନସିକ ତୃପ୍ତି ମିଳିବ଼।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri