Posted inRasifala

ରାଶିଫଳ: ବୁଧବାର, ଫେବ୍ରୁଆରି ୧୨ ତାରିଖ – Daily Horoscope

ମେଷ
ରାଶିଚକ୍ରର ଉତ୍ତରାର୍ଦ୍ଧରେ ଅଧିକାଂଶ ଗ୍ରହ ଥିବାରୁ ମଧ୍ୟାହ୍ନ ପରେ ପ୍ରତ୍ୟେକ କାମରେ ଶୁଭଫଳ ମିଳିବ। କାର୍ଯ୍ୟସିଦ୍ଧି, ଅର୍ଥଲାଭ ସକାଶେ ଆଲୋଚନା ମଧ୍ୟ କରିବେ। ଅଶ୍ୱିନୀ ନକ୍ଷତ୍ରର କାର୍ଯ୍ୟବ୍ୟସ୍ତତା ଯୋଗୁ ସବୁ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବା କଷ୍ଟକର ହୋଇପାରେ। ସାହିତ୍ୟ, ସାମ୍ବାଦିକତା, କଳା ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ।
ବୃଷ
ବୃଷ
ଚନ୍ଦ୍ର ଓ ଶୁକ୍ରଙ୍କ ସୁପ୍ରଭାବରୁ ଆଜି ଯାହା କରିବେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମ କ୍ଷେତ୍ରରେ ମିତ୍ରତା ସୃଷ୍ଟି କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଲାଭବାନ ହେବା ସଙ୍ଗକୁ ବିବାଦୀୟ ଘଟଣାରେ ବିଜୟୀ ହେବେ। କଳା, କ୍ରୀଡା, ଗବେଷଣା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଅର୍ଥ, ବନ୍ଧୁଙ୍କ ସହ ଯୋଗାଯୋଗ, ଆଦର ଅଭ୍ୟର୍ଥନାଦି ପ୍ରାପ୍ତ କରାଇବ। କିନ୍ତୁ ଆରଦ୍ରା ନକ୍ଷତ୍ର ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଅସନ୍ତୁଷ୍ଟ ରହିବେ। କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିପାରନ୍ତି। ପ୍ରଶାସନ, ଆଇନ, ନିର୍ମାଣ ଓ ଆନୁଷ୍ଠାନିକ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ ପାରସ୍ପରିକ ଦୃଷ୍ଟି ପ୍ରଭାବରେ ଧର୍ମକାର୍ଯ୍ୟ, ଫଳପ୍ରଦ ଆଲୋଚନା, ସୁସମ୍ପର୍କ ସୃଷ୍ଟି ଓ ଅଭିଳଷିତ ଫଳ ପାଇବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ। ପୁଷ୍ୟା ନକ୍ଷତ୍ରର ପରିବାର ଭିତରେ ଭୁଲ୍‌ ବୁଝାମଣାରୁ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି।
ସି˚ହ
ସି˚ହ
ଆଜି ଦ୍ୱିତୀୟରେ ଚନ୍ଦ୍ର ଥିବାରୁ ମନ ଖୁସୀ ରହିବ। କିନ୍ତୁ ଅନାବଶ୍ୟକ ଖର୍ଚ୍ଚ, କ୍ଷତି, ଯାନବାହନ କିମ୍ବା ଗୃହ ମରାମତି ବାବଦରେ ଚିନ୍ତା ସୃଷ୍ଟି ହୋଇପାରେ। ଅଟକି ରହିଯାଇଥିବା ଦୀର୍ଘଦିନର କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଚେଷ୍ଟା କରିପାରନ୍ତି। ବହୁତ ଦିନରୁ ଜମିଜମା ବିବାଦର ସମାଧାନ ସକାଶେ ଆଜି ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
କନ୍ୟା
ଲାଭାଧିପ ରାଶିରେ ରହିଥିବାରୁ ଗତକାଲି ଯାହା ଚିନ୍ତା କରିଥିଲେ ଆଜି ସେହି ଅନୁରୂପେ କରିବାରେ ଅସୁବିଧା ହେବ ନାହିଁ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ। କିନ୍ତୁ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା
ତୁଳା
ନବମଭାବକୁ ତିନୋଟି ଗ୍ରହର ଦୃଷ୍ଟି ହେତୁ ଆପଣ କାମ ହାସଲ ପାଇଁ ଚେଷ୍ଟା କରିବେ ସତ, କିନ୍ତୁ ଷଷ୍ଠାଧିପଙ୍କ ଦୃଷ୍ଟି ହେତୁ ତାହା ନ ହୋଇପାରେ। କିନ୍ତୁ ସ୍ବାତୀ ନକ୍ଷତ୍ରର ଦୃଢତା ହେତୁ କାମଗୁଡିକ ବହୁତ ତକ୍‌ଲିପି ମଧ୍ୟରେ ହେବାର ଆଶା କରାଯାଇପାରେ। ଆତ୍ମୀୟମାନେ ଈର୍ଷାପରାୟଣ ହୋଇପାରନ୍ତି କିମ୍ବା ଅଫିସରେ ବିବାଦ ଘେରରେ ପଡ଼ିପାରନ୍ତି।
ବିଛା
ବିଛା
ଆଜିର ସପ୍ତମାଧିପତି ଶୁଭଭାବସ୍ଥ ଯୋଗୁ ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା,ବିବାଦୀୟ ପରିସ୍ଥିତିର ସମାଧାନ ପ୍ରବୃତ୍ତି ସକାଶେ ଦିନଟି ଭଲ। ଚେଷ୍ଟା କରୁଥିବା କାମରେ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ଜମିଜମା କିଣାବିକା କିମ୍ବା ବ୍ୟବସାୟିକ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ଧନୁ
ଧନୁ
ଦ୍ୱିତୀୟରେ ଶନି ଓ ରାଶିରେ ଏକାଧିକ ଗ୍ରହ ଯୋଗୁ ପୂର୍ବରୁ ରହିଥିବା ସମସ୍ୟାଗୁଡିକ ଆପଣାଛାଏଁ ସମାଧାନ ହୋଇଯିବ। ମିତ୍ରମାନେ ମିଠା କଥା କହି ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। କିନ୍ତୁ ଆପଣଙ୍କର ଅଭାବ, ଅସୁବିଧା ଓ ମନର ଦୁଃଖକୁ ସହକର୍ମୀଟି ବୁଝିପାରିବ ନାହିଁ। ସାମୟିକ ପେଟ ରୋଗରେ ପୀଡିତ ହେବାର ଆଶଙ୍କା ଦେଖାଦେଇପାରେ।
ମକର
ମକର
ରାଶିରେ ରବି ଓ ଶନି ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତା ଓ ଭାବନା ଉଦ୍ରେକ ହେବ। ତଥାପି ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କାମ ଓ ପରିବାରର ଆବଶ୍ୟକୀୟ ଜିନିଷ ପାଇଁ ବେଶି ହଇରାଣ ହେବାକୁ ପଡିବ ନାହିଁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।
କୁମ୍ଭ
କୁମ୍ଭ
ମଙ୍ଗଳଙ୍କ କୁପ୍ରଭାବରୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ସବୁ କାମ ଡେରିରେ ହେବା କାରଣରୁ ମାନସିକ ସ୍ଥିତି ମାନ୍ଦା ରହିବ। ଏଣେ ଅଭାବ,ଋଣବାଡି,ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ମଧ୍ୟ ଭଲ ରହିବ ନାହିଁ। ଧନିଷ୍ଠା ନକ୍ଷତ୍ର ସାମାଜିକ ସ୍ତରରେ କୌଣସି କାମରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।
ମୀନମୀନ
ଅଷ୍ଟମଚନ୍ଦ୍ର ପ୍ରଭାବରେ ବହୁତ ଚେଷ୍ଟା କଲେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ଅବସାଦଯୁକ୍ତ ହେବେ। ଅବଶ୍ୟ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ହଜି ଯାଇଥିବା ଜିନିଷର ଖୋଜ ଖବର ପାଇବା ସହ ପିଲା ମାନଙ୍କ ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri