Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ
ରାଶ୍ୟାଧିପ ସହ କର୍ମାଧିପ ତୃତୀୟ ଏକାଦଶ୍ଥ ଯୋଗୁଁ ଆଶା କରିଥିବା କାର୍ଯ୍ୟରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ବୀକାର କରିବାକୁ ପଡିପାରେ। ପାରିବାରିକ ସମସ୍ୟା ବିଶେଷ ଭାବେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ବୃଷ
ବୃଷ
ଦୁଃସ୍ଥାନଗତ ଶନି ହେତୁ ପ୍ରତ୍ୟେକ ସମୟରେ ବିଭିନ୍ନ ପ୍ରକାରର ଝାମେଲା ଭିତର ଦେଇ ଯିବାକୁ ପଡିବ। ଏଣେ ବାକି ପଡିଥିବା କାମକୁ ଶେଷ କରିବେ କିମ୍ବା ହାତକୁ ନେଇଥିବା କାମଟିକୁ ଆରମ୍ଭ କରିବେ । ଏହା ଭିତରେ ମଧ୍ୟ ଅର୍ଥ ଓ ସମ୍ମାନ ପାଇବାରେ କିଛି ଅସୁବିଧା ରହିବ ନାହିଁ । କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ।
ମିଥୁନ
ମିଥୁନ
ରାହୁ ଜନିତ ମାନସିକ ଅସ୍ଥିରତା କାରଣରୁ କୈାଣସି କାମରେ ମନ ଲାଗିବ ନାହିଁ। ଏଣେ ସଦାବେଳେ ଝଗଡା କରିବାକୁ ଚାହିଁବସିଥିବା ଲୋକଟିର ସାମନା କରିବା ପାଇଁ ଚିନ୍ତା ଲାଗି ରହିବ। ପରିବାରରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ଯେଉଁ କାମଟି ହାତକୁ ନେଇଛନ୍ତି, ତାହା ତ ଅବଶ୍ୟ ହୋଇଯିବ। ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ସାହିତ୍ୟ,କଳା, କ୍ରୀଡା ଓ ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ବହୁତ ଦିନରୁ ରହିଆସିଥିବା ସମସ୍ୟା ଆଜି ଆକସ୍ମିକ ଭାବରେ ସମାଧାନ ହୋଇଯିବ। ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ବୁଝିବେ। ଆପଣଙ୍କ ସେବା ଓ ସାହାଯ୍ୟଲାଭ କରି ରୋଗୀ, ପଡୋଶୀ,ବନ୍ଧୁମାନେ ଆଜି ବହୁତ ଖୁସୀ ହୋଇଯିବେ। ପାରିବାରିକ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିପାରେ।
କନ୍ୟା
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ବନ୍ଧୁମିଳନ କାର୍ଯ୍ୟକ୍ରମରେ ନିଜର ପୂର୍ବପ୍ରତିଶ୍ରୁତି ଅତିଥି ଅନୁଯାୟୀ ଠିକ୍‌ ସମୟରେ ଆସିପାରନ୍ତି। ଆର୍ଥିକ ଦିଗଟି ପୂର୍ବପରି ରହିବାର ବିଶେଷ ଆନନ୍ଦ ଅନୁଭବ କରିବେ। ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ନ ଚଳିପାରିଲେ ହଇରାଣ ହେବେ।
ତୁଳା
ତୁଳା
ଆଜି ଦିନରେ ଆପଣଙ୍କ କୈାଣସି ଅଭାବ ରହିବ ନାହିଁ କିମ୍ବା କୈାଣସି କାମ ମଧ୍ୟ ଅଟକିବାର ପ୍ରଶ୍ନ ଉଠୁନି। ଅପରାହ୍ନରେ ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରି ପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବ। ସ୍ବାତୀ ନକ୍ଷତ୍ର ମନର ଦୁଃଖକୁ ମନ ଭିତରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟହେବେ।
ବିଛା
ବିଛା
ଆକସ୍ମିକ ଭାବରେ କୌଣସି ମହିଳାଙ୍କ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, ପରିବହନ, ନିର୍ମାଣ, ଯୋଗାଯୋଗ, ଅଫିସରଙ୍କ ସହ ସାକ୍ଷାତ ତଥା ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମକ୍ଷେତ୍ରରେ ନୀଚ ମନୋଭାବର ବ୍ୟକ୍ତିି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ଆକସ୍ମିକ ସମସ୍ୟା ହେତୁ ନିର୍ମାଣଧୀନ କାର୍ଯି୍ୟ ସ୍ଥଗିତ ରହିପାରେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ। ଆତ୍ମୀୟ ସ୍ବଜନଙ୍କ ସହାନୁଭୂତିରୁ କେତେକ ସମସ୍ୟା ଲାଘବ ହୋଇପାରେ।
ମକର
ମକର
ପାରିବାରିକ କ୍ଷେତ୍ରରେ ବିବାଦ ବୃଦ୍ଧି ପାଇବା କାରଣରୁ କୈାଣସି ଠିକ୍‌ ନିଷ୍ପତି ନେଇ ପାରିବେ ନାହିଁ। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆଜିର କାମଗୁଡିକ ବହୁତ ଡେରିରେ ସମ୍ପନ୍ନ ହେବ। ଆଇନ ଅଦାଲତରେ ସୁଫଳ ପାଇବେ ଓ ନିର୍ମାଣାଧୀନ କାମ ଦ୍ରୁତଗତିରେ ଅଗ୍ରଗାମୀ ହେବ। ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ପରିସ୍ଥିତିକୁ ଲାଘବ କରିବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ବ୍ୟବସାୟରେ ସଫଳତା ହାସଲ କରିବେ। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ।
ମୀନମୀନ
ଆଜିର କର୍ମକ୍ଷେତ୍ର୍ରରେ ବନ୍ଧୁମାନେ ନିଜର ଫାଇଦା ହାସଲ ପାଇଁ ବିଭିନ୍ନ ପ୍ରକାରର ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କଲେ ବଡ଼ ବଡ଼ ସମସ୍ୟାରୁ ମୁକ୍ତ ହୋଇପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri