Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ
ସ୍ବରାଶିରେ ରବିଥିବାରୁ ପୂର୍ବାହ୍ନରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ବନ୍ଧୁମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇପାରନ୍ତି। ରାଜନୈତିକ,ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ବେଶ୍‌ ମଜଭୁତ ରହିବ। କଥାରେ ଅନ୍ୟମାନଙ୍କୁ ଆପ୍ୟାୟିତ କରି ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବାରେ ସମର୍ଥ ହେବେ।
ବୃଷ
ବୃଷ
ଶୁକ୍ର ପ୍ରଭାବରେ ଆପଣଙ୍କ କଥା ଯେମିତି କାମ ମଧ୍ୟ ଠିକ୍‌ ସେମିତି କରିବାରେ ସଫଳତା ହାସଲ କରିବେ। ନିଜ ଲୋକମାନେ ବିରୋଧ କରୁଥିଲେ ମଧ୍ୟ ଶୁଭେଚ୍ଛୁମାନେ ଆପଣଙ୍କୁ ସୁହାଇଲା ଭଳି କଥା କହିପାରନ୍ତି। ମୃଗଶିରାର ପାରିବାରିକ ଅଶାନ୍ତି ହେତୁ ମନରେ ଭାବନାର ଜୁଆର କେନ୍ଦ୍ରୀଭୂତ ହେବ।
ମିଥୁନ
ମିଥୁନ
ଏକାଧିକଗ୍ରହ ଧନଭାବକୁ ଦେଖୁଥିବାରୁ ଅର୍ଥଲାଭ ସହ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ। କଥା ଓ କାମରେ ସନ୍ତୁଷ୍ଟ କରାଇ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ ଅନୁକୂଳ ବାତାବରଣ ସୃଷ୍ଟି ହେବ।
କର୍କଟ
କର୍କଟ
ଗ୍ରହଦୃଷ୍ଟି ପ୍ରଭାବରେ ଶାରୀରିକ ସ୍ବାସ୍ଥ୍ୟ, ଯାତ୍ରା କରିବା, ବ୍ୟବସାୟ, ସ୍ତ୍ରୀ ସମ୍ପର୍କ, ବିବାଦ ଓ କିଛି ନୂତନ କାମ ସମ୍ପର୍କରେ ଦୁଶ୍ଚିନ୍ତା ଦେଖାଦେଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ରାଶ୍ୟାଧିପ ଭାଗ୍ୟସ୍ଥାନରେ ଥିବାରୁ ଆପଣଙ୍କ ସକାଶେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ଜମିଜମା କ୍ରୟବିକ୍ରୟ, ନିର୍ମାଣାଧୀନ କାମ, ଆମଦାନୀ କାରବାର, ବିଦେଶ ଯାତ୍ରା, ପ୍ରଶାସନିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ। ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସୀ ରହିବେ।
କନ୍ୟା
ରାହୁଙ୍କ ଅବସ୍ଥିତିଜନିତ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ କର୍ମକ୍ଷେତ୍ର ଅଶାନ୍ତ ରହିପାରେ। ବିରୋଧୀ ମାନଙ୍କ ଦ୍ୱାରା ହଠାତ୍‌ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବାର ଆଶଙ୍କା ରହିଛି। କିନ୍ତୁ ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ କିନ୍ତୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ କାମ କରିବା ବହୁତ ଭଲ ହେବ।
ତୁଳା
ତୁଳା
ଲାଭାଧିପତି ରାଶିକୁ ଦେଖୁଥିବାରୁ ଯାହା ପାଇବା ପାଇଁ ଆଶା ରଖିଛନ୍ତି ତାହା ନିଶ୍ଚିତ ପାଇପାରିବେ। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କଲେ ଲାଭ କିଛି ହେବନି କିମ୍ବା ମାଲିମକଦ୍ଦମା ମଧ୍ୟ ସପକ୍ଷରେ ନ ଯାଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିବା ହେତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଯେଉଁ କାମରେ ହାତଦେବେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। କିଛି ପ୍ରତିଶ୍ରୁତି ମାଧ୍ୟମରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ କାମ ହାସଲ କରିବେ। ପାଖ ପଡୋଶୀମାନଙ୍କ ନିମନ୍ତ୍ରଣ କ୍ରମେ ମନୋରଞ୍ଜନରେ ଆଗ୍ରହ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ରାଶିରେ କେତୁ ଦ୍ୱିତୀୟସ୍ଥ ପାପଗ୍ରହ ହେତୁ ଆପଣଙ୍କ ପାଇଁ ସମୟର ପ୍ରତିକୂଳ ବାତାବରଣ ଲାଗିରହିଛି। ପାରିବାରିକ କ୍ଷେତ୍ରରେ ନିଜକୁ ନ ସୁଧାରିଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। କୌଣସି ବ୍ୟକ୍ତିର ପରୋକ୍ଷ ମନ୍ତ୍ରଣା ମାନସିକ ସୁସ୍ଥତାକୁ ନଷ୍ଟ କରିବ। ଅର୍ଥ ଓ ସମ୍ମାନ ମିଳିବ,ବ୍ୟବସାୟିକ ଉନ୍ନତି କରିବେ।
ମକର
ମକର
ଶନିଙ୍କ ସହ ଅନ୍ୟଗ୍ରହମାନଙ୍କ ସ୍ଥିତି ଶାରୀରିକ ଓ ମାନସିକ ସ୍ଥିତିକୁ ସୁସ୍ଥ ରଖି ନ ପାରେ। ବନ୍ଧୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି କାମ କରିପାରିଲେ ତାହା ଆପଣଙ୍କ ଉପକାରରେ ଆସିବ। ପରିବହନ, ପ୍ରଶାସନ, ପ୍ରକାଶନ, ସାହିତ୍ୟ, ସାମ୍ବାଦିକତା ତଥା ରଚନାତ୍ମକ କାମ ପାଇଁ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
କୁମ୍ଭ
କୁମ୍ଭ
ବୁଧଙ୍କ ପ୍ରଭାବରେ ଅପ୍ରିୟଭାଷଣଜନିତ ବନ୍ଧୁଙ୍କ ସହ ଟେନ୍ସନ ଲାଗି ରହିବ। ଘରର ବରାଦ ଅନୁଯାୟୀ ଆଜି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। ଅବଶ୍ୟ ଉଦାରତାଗୁଣ ସକାଶେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହେବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ।
ମୀନମୀନ
ଅଷ୍ଟମାଧିପତି ତୃତୀୟସ୍ଥ ଯୋଗୁଁ ଭାଇ, ବନ୍ଧୁ କିମ୍ବା ପଡୋଶୀଙ୍କ ସହ କଳହ ଲାଗିପାରେ। ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ କ’ଣ ହେବ ସତକହି କହି ସମସ୍ୟାକୁ ଡାକି ଆଣିବେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri