Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୦୫ ତାରିଖ – Daily Horoscope

ମେଷ
କର୍ମ ସ୍ଥାନରେ ରବି ଓ ଶନିଙ୍କ ସ୍ଥିତି ଆପଣଙ୍କୁ ଅଯଥା ବଦ୍‌ନାମଜନିତ ନିନ୍ଦିତ କରାଇପାରେ । ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତ ହେବା ସହ ଲାଭବାନ୍‌ ହେବେ। ଜମିଜମା କ୍ରୟ ବିକ୍ରୟ ଏବଂ ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଉଚ୍ଚ ରାଶିରେ ଚନ୍ଦ୍ର ଥିବାରୁ ଆତ୍ମୀୟମାନଙ୍କ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ। ବିବାଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ । କେତେକ କ୍ଷେତ୍ରରେ ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବାର ସୂଚନା ରହିଛି। ପରିବାରର ଖର୍ଚ୍ଚ କ୍ରମଶଃ ବୃଦ୍ଧି ପାଇବା ସହ ସାମାଜିକ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।
ମିଥୁନ
ମିଥୁନ
ଚନ୍ଦ୍ର କେନ୍ଦ୍ରରେ ମଙ୍ଗଳ ରହିଥିବାରୁ ଅନ୍ୟମାନଙ୍କ ସାହାଯ୍ୟରେ କାମ ହାସଲ କରିପାରିବେ। ସକାଳୁ ସକାଳୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଲାଗି ରଖିଥିବା ଅର୍ଥ ଭିନ୍ନବାଟରେ ଖର୍ଚ୍ଚ ହୋଇଯାଇପାରେ। ବନ୍ଧୁମାନଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
କର୍କଟ
କର୍କଟ
ଲାଭସ୍ଥାନରେ ରାଶ୍ୟାଧିପତି ଥିବାରୁ ଦୀର୍ଘଦିନରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ଓ ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାବପ୍ରବଣତା ସାମୟିକ ଭାବେ ମାନସିକ ସ୍ଥିତିକୁ ବିଡ଼ମ୍ବିତ କରିପାରେ।
ସି˚ହ
ସି˚ହ
ପାପଗ୍ରହ ମଧ୍ୟବର୍ତ୍ତୀ ଚନ୍ଦ୍ରଙ୍କ ଯୋଗୁ ମାନସିକ ସ୍ଥିରତା ନ ରହିଲେ ମଧ୍ୟ ପ୍ରତ୍ୟେକ କାମ କରିବାକୁ ବାଧ୍ୟ ହେବେ। ସାଧାରଣ କଥାରେ ବନ୍ଧୁମାନଙ୍କ ସହ ମନାନ୍ତର ଦେଖା ଦେଇପାରେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ସଭା ସମିତିରେ ଯୋଗଦେଲେ ସଫଳତା ହାସଲ କରିବେ ଏବଂ ସନ୍ଧ୍ୟାରେ ଭ୍ରମଣ ଯୋଗ ରହିଛି ।
କନ୍ୟା
ବଳବାନ୍‌ ରାହୁ କର୍ମଭାବରେ ଥିବାରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରି ସଫଳତା ହାସଲ କରିବେ । ଆପଣଙ୍କ କାର୍ଯ୍ୟଦକ୍ଷତା ଓ କୃତିତ୍ୱ କାରଣରୁ ବନ୍ଧୁବର୍ଗଙ୍କ ଦ୍ୱାରା ବହୁଚର୍ଚ୍ଚିତ ହେବେ । ବହୁତ ଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି । ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରାରେ ସଫଳତା ପାଇବେ।
ତୁଳା
ତୁଳା
କର୍ମାଧିପତି ଚନ୍ଦ୍ର ଅଷ୍ଟମ ଭାବରେ ଅବସ୍ଥାନ କରିଥିବାରୁ କାର୍ଯ୍ୟକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଉପରିସ୍ଥ ଅଧିକାରୀଙ୍କୁ କହିବା ପାଇଁ ଭାବୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେନାହିଁ । ଆଜିର କଠିନ ଶ୍ରମ ଓ ଭ୍ରମଣ ହେତୁକ କ୍ଳାନ୍ତି ଏବଂ ଅବସାଦ ଅନୁଭବ କରିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟ ଭଲ ରହିବା ସହ ଅଟକି ରହିଯାଇଥିବା କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳତା ପ୍ରାପ୍ତ ହେବ । ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ । ଆଜିର ଦିନଟି ପ୍ରତ୍ୟେକ ଦିଗରୁ ଭଲ ରହିବା ହେତୁ ଯାହା କରନ୍ତୁ ସେଥିରେ ସଫଳତା ନିଶ୍ଚିତ। ଶୁକ୍ରଙ୍କ ପ୍ରଭାବରୁ ଦିନଟି ଖୁସିରେ କଟିବ।
ଧନୁ
ଧନୁ
ସପ୍ତମସ୍ଥ ରାହୁ ପ୍ରଭାବରୁ ଯାତ୍ରାରେ ସଫଳତା ହାସଲ କରିବେ ଏବଂ ବିବାଦରେ ବିଜୟୀ ହେବେ। ବ୍ୟବସାୟ ଆରମ୍ଭ କରିବା ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ଦିନଟି ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ବହୁତ ଭଲ । ସରକାରୀ ସ୍ତରରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ମକର
ମକର
ରାଶିରେ ପାପଗ୍ରହ ମୁଖଭାବସ୍ଥ ବୁଧ ହେତୁ ଚିନ୍ତାଧାରା ଭଲ ରହିବ ନାହିଁ ଏବଂ କେତେବେଳେ କାହାକୁ କ’ଣ କହି ସମ୍ପର୍କ ନଷ୍ଟ କରିବାର ପରିସ୍ଥିତି ସୃଷ୍ଟି ହୋଇପାରେ। ଅବଶ୍ୟ ଶ୍ରବଣା ନକ୍ଷତ୍ର ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । କ୍ରୀଡ଼ା, ଚଳଚ୍ଚିତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ।
କୁମ୍ଭ
କୁମ୍ଭ
ମିତ୍ରଗୃହୀ ବୁଧଜନିତ ବନ୍ଧୁଙ୍କ ଦୁଃଖରେ ସମଦୁଃଖୀ ହୋଇ ସହାନୁଭୂତି ପ୍ରଦର୍ଶନ କରିବେ । ଆଜି ଅଫିସ୍‌ର ଅସଫଳ କାମଗୁଡିକର ସମୀକ୍ଷା କରି କୌଣସି ନୂତନ ଦିଗ୍‌ଦର୍ଶନ ଦେଇପାରନ୍ତି। ଘରେ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ, ଯାହାକି ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କଲେ ବହୁତ ଭୁଲ୍‌ କରିବେ।
ମୀନମୀନ
ଦୀର୍ଘଦିନରୁ ଲାଗି ରହିଥିବା କ୍ରନିକ୍‌ ରୋଗଜନିତ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ। ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ପାରିବାରିକ ସ୍ଥିତି ପୂର୍ବପରି ରହିବ ଏବଂ ଶତ୍ରୁତା କାରଣରୁ ସମସ୍ୟା ମଧ୍ୟ ବଢ଼ିଯାଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri