Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୧୪ ତାରିଖ – Daily Horoscope

ମେଷ
 ଟିକିଏ ଟିକିଏ କଥାରେ ଅଯଥା ଭାବପ୍ରବଣ ହେଲେ ନିଜ ପାଇଁ ତାହା କ୍ଷତିର କାରଣ ହେବ । ଶିଳ୍ପ, ବ୍ୟବସାୟ ,ବାଣିଜ୍ୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ ।
ବୃଷ
ବୃଷ
ଗତକାଲି ଠାରୁ ଯାହା ଭାବୁଛନ୍ତି ଶୀଘ୍ର କରିବା ଭଲ ହେବ ନତୁବା ପରକ୍ଷଣରେ ପରିସ୍ଥିତି ବଦଳି ଯାଇପାରେ । ପ୍ରିୟ ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଗଲେ ପରେ ପସ୍ତେଇବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାନ୍ତି । ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ ।
ମିଥୁନ
ମିଥୁନ
ପରିସ୍ଥିତିକୁ ଦେଖି କାମ କରିଚାଲିଲେ ଲକ୍ଷ୍ୟପୂରଣରେ ଅସୁବିଧା ରହିବ ନାହିଁ । ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି । ଆଜି ବ୍ୟବସାୟୀମାନେ ଭଲ ବ୍ୟବସାୟ ହେବା କାରଣରୁ ଖୁସି ରହିବେ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବିବଦମାନ ସ୍ଥିତି ବନ୍ଧୁଙ୍କ ସହାୟତାରେ ସମାଧାନ ଦିଗକୁ ଗତି କରିବ । ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପାରେ । ସକାଳୁ ସକାଳୁ ମାଙ୍ଗଳିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗ ସକାଶେ ଖିଆପିଆ ଛାଡି ବୁଲିବେ । ଘରୋଇ ଆବଶ୍ୟକତା ପୂରଣ କ୍ଷେତ୍ରରେ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ ।
ସି˚ହ
ସି˚ହ
ଯାତ୍ରା କାଳରେ କିମ୍ବା କର୍ମକ୍ଷେତ୍ରରେ ନିଜର ଅସାବଧାନତାବଶତଃ ଧନ ହାନି କିମ୍ବା ଆଘାତପ୍ରାପ୍ତ ହୋଇପାରନ୍ତି । ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ନିଜ ବଂଶର ଲୋକମାନଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି ।
କନ୍ୟା
ଦୂରଯାତ୍ରା, ସ୍ତ୍ରୀଙ୍କ ସହ ମତାନ୍ତର ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି କରିବ । ଅତି ନିକଟରେ ରହୁଥିବା କୌଣସି ବ୍ୟକ୍ତିଙ୍କ ଦ୍ୱାରା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କଳା ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । ଗୁରୁତ୍ୱପୂର୍ଣ୍ଣ କାମ ସକାଶେ କିଛି ସହଯୋଗ ଲାଗି ବନ୍ଧୁଙ୍କୁ ମନର କଥା କହିବେ।
ତୁଳା
ତୁଳା
କୌଣସି ମହିଳାଙ୍କ ପ୍ରତିବାଦ କାମକୁ ଭଣ୍ଡୁର କରିଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ । ଆକସ୍ମିକ ଭାବେ ଧାତୁ, ଅଳଙ୍କାର କିମ୍ବା ବସ୍ତ୍ରଭୂଷଣ ଲାଭ କରିପାରନ୍ତି । ବ୍ୟବସାୟରେ ସମସ୍ୟା ରହିବ ନାହିଁ । ଆନୁଷ୍ଠାନିକ କିମ୍ବା ପରିବାରରେ ସାହାଯ୍ୟର ଅଭାବ ରହିବ ନାହିଁ ।
ବିଛା
ବିଛା
ଲକ୍ଷ୍ୟପୂରଣ କ୍ଷେତ୍ରରେ ପାଖ ପଡ଼ୋଶୀଙ୍କ ଅବଦାନ ସ୍ମରଣୀୟ ରହିବ । ପାରସ୍ପରିକ ଆଲୋଚନା ଓ ବୁଝାମଣା ମାଧ୍ୟମରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ । କର୍ମକ୍ଷେତ୍ର୍ରରେ ଭାବପ୍ରବଣ ବଶତଃ ଭିନ୍ନ ପ୍ରକାରର କଥାବାର୍ତ୍ତାକରି ଅପଦସ୍ଥ ହୋଇପାରନ୍ତି । ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଆଚରଣ ମନକୁ ବ୍ୟଥିତ କରିପାରେ ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଉଚ୍ଚପଦାଧିକାରୀଙ୍କ ଅନୁକମ୍ପାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ ଦୂର ହେବ । ଆଜିର ଯାତ୍ରା, କଳା ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଅର୍ଥସଙ୍କଟ ଦୂରେଇଯିବା ସହ କୌଣସି ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିବା ସକାଶେ ଆଲୋଚନା କରିପାରନ୍ତି ।
ମକର
ମକର
ବନ୍ଧୁମେଳରେ ଯୁକ୍ତିଯୁକ୍ତ କଥା କହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ । ଟଙ୍କା ପଇସା ନେଣଦେଣରେ ସତର୍କ ନ ରହିଲେ ପରେ ଅନୁତାପ କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ର, ଯାନବାହନ ଚଳାଚଳ , ବ୍ୟବସାୟରେ କିଛିଟା ସମସ୍ୟା ଦେଖାଦେବ। ସହକର୍ମୀଙ୍କ ନିକଟରେ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବନାହିଁ ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅସ୍ଥିରତା ଦେଖାଦେଇପାରେ । କୌଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧ୍ୟକତାରେ ଯାତ୍ରାରୁ ଦୂରେଇ ରହିବା ଭଲ । ଅଫିସ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିବ । ପାରିବାରିିକ ସମସ୍ୟାର ସମାଧାନ ଜଣେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମ୍ଭବ ହେବ ।
ମୀନମୀନ
ଉଚ୍ଚମନ ନେଇ କାମ କରିବେ ଏବଂ ଭଲ ସମ୍ପର୍କ ଥିବା ବ୍ୟକ୍ତିମାନଙ୍କ ସହଯୋଗ ମଧ୍ୟ ପାଇବେ । କର୍ମ କ୍ଷେତ୍ର, ଯାନବାହନ, ଦୋକାନବାଡି, ସଭା ସମିତିରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ମାଲିମକଦ୍ଦମାରେ ସଫଳତା ପାଇବେ । ବୁଝି ବିଚାରି କାମରେ ହାତ ଦିଅନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri