Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ
ଦଶମ ସ୍ଥାନରେ ଚନ୍ଦ୍ର ହେତୁ ଦକ୍ଷତାଭିତ୍ତିକ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଘରେ ପିଲାମାନଙ୍କ ଦାବି ମୁତାବକ ଜିନିଷ ନ ଆଣିପାରିବା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ସୁସ୍ଥତା ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି।
ବୃଷ
ବୃଷ
ଭାଗ୍ୟ ସ୍ଥାନକୁ ଚାରୋଟି ଗ୍ରହଙ୍କ ପ୍ରଭାବ ସୌଭାଗ୍ୟପ୍ରଦ ହେତୁ ଉଚ୍ଚସମ୍ମାନ ପାଇବାର ଯୋଗ ରହିଛି। ମୃଗଶିରା ନକ୍ଷତ୍ରର ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଜନିତ ଟେନସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢ଼ାଇ ଦେବ। ବନ୍ଧୁଙ୍କ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମିଥୁନ
ମିଥୁନ
ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁ ମାନସିକ ଅସ୍ଥିରତା ମଧ୍ୟରେ ସମୟ କଟାଇବେ । ଯାତ୍ରାରେ,ବିବାଦୀୟ ପରିସ୍ଥିତିରେ,ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ହେୟ ମନେ କରିବା ଠିକ୍‌ ହେବନି । କଳା, ସାହିତ୍ୟ, ସାମ୍ବାଦିକତା,ଏଜେନ୍ସିପ୍‌ ଓ କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରେ ଥିବା ସମସ୍ୟା ସମାଧାନ ହୋଇଯିବ ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଏକାଧିକ ଗ୍ରହଙ୍କ ଦୃଷ୍ଟି ସାମଗ୍ରିକ କାର୍ଯ୍ୟର ସହାୟକ ଭଳି କାମ କରିବ । ଘରୋଇ କାମ ହେଉ ଅଥବା କର୍ମକ୍ଷେତ୍ର ହେଉନା କାହିଁକି ପାରଷ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ ।
ସି˚ହ
ସି˚ହ
ରାଶିରେ ରାଜଯୋଗ କାରକ ମଙ୍ଗଳଙ୍କ ଅବସ୍ଥିତିରୁ ନୂତନ କର୍ମାରମ୍ଭ, ଜମିଜମା, ଯାନବାହନ, ଭାଇବନ୍ଧୁଙ୍କ ସହ ସୁସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ । ଫଳରେ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । କର୍ମକ୍ଷେତ୍ରରେ ଏକା ସଙ୍ଗରେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି।
କନ୍ୟା
ଚନ୍ଦ୍ର କେନ୍ଦ୍ରରେ କର୍ମାଧିପତି ଅଭିଳଷିତ କାମକୁ ତ୍ୱରାନ୍ବିତ କରାଇବ । ବହୁତ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯିବାର ସୂଚନା ରହିଛି । ଅଧସ୍ତନ କର୍ମଚାରୀଙ୍କ ଭୁଲ୍‌ କାମରୁ ଅଫିସରେ ସମସ୍ୟାରେ ପଡ଼ିପାରନ୍ତି । ଗାଡ଼ି ମରାମତି, ଆନୁଷ୍ଠାନିକ କାମରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ଚନ୍ଦ୍ରଙ୍କ ଶୁଭ ଦୃଷ୍ଟିରୁ କାମ ଅଟକିବ ନାହିଁ ସିନା ସମସ୍ୟା ଜନିତ ମନସ୍ତାପରୁ ମୁକ୍ତି ମିଳି ନ ପାରେ । ମନ ଅସ୍ଥିର ରହିବା କାରଣରୁ ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ । ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
ବିଛା
ବିଛା
ରାଶିରେ ଗୌରବର ପ୍ରତୀକାତ୍ମକ ଗୁରୁ ଭାଗ୍ୟାଧିପତିଙ୍କ ଏକାଦଶସ୍ଥ ଯୋଗୁ ଉଚ୍ଚସମ୍ମାନ ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ କରାଇବ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବାକୁ ବାଧ୍ୟ ହେବେ । କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ।
ଧନୁ
ଧନୁ
ପାପଗ୍ରହ ପ୍ରଭାବରୁ ମନରେ ବିଷର୍ଣ୍ଣତା ଭରି ରହିଥିଲେ ମଧ୍ୟ ଆର୍ଥିକ ଉନ୍ନତି ଏବଂ ବନ୍ଧୁଙ୍କ ଆଦରବୋଳା କଥାରୁ ଆନନ୍ଦ ଅନୁଭବ କରିବେ। ପୂର୍ବାହ୍ନରେ ଆଶା କରିଥିବା ଜିନିଷ ଅବଶ୍ୟ ପାଇବେ, କିନ୍ତୁ ଅପରାହ୍ନରେ ବନ୍ଧୁଙ୍କ ବ୍ୟବହାର ମନରେ ଆଘାତ ଦେଇପାରେ । ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ବେଶ୍‌ ଖୁସି ରହିବେ ।
ମକର
ମକର
ସପ୍ତମସ୍ଥ କର୍ମାଧିପ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ବହୁତ ଶୁଭପ୍ରଦ ହେବ । କିନ୍ତୁ କୌଣସି ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରତିକୂଳତା ସୃଷ୍ଟି ହେବାର ଆଶଙ୍କା ରହିବ। ସହକର୍ମୀମାନଙ୍କ ସହୃଦୟତାରୁ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ପ୍ରକାଶନ, ସାହିତ୍ୟ ଚର୍ଚ୍ଚା ଓ ପ୍ରଶାସନିକ ସଫଳତା ଅବଶ୍ୟ ପାଇବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ସ୍ବଭାବକୁ ଦେଖୁଥିବାରୁ ପୁରାତନ ରୋଗପୀଡ଼ା, ପୂର୍ବଶତ୍ରୁତା ଓ ଋଣ ପରିଶୋଧ ଜନିତ ଦୁଶ୍ଚିନ୍ତା ଲାଗିରହିବ । ଆଜି ଦିନ ଭିତରେ ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ କାମ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସୂଚନା ରହିଛି । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ମୀନମୀନ
କୃତି ଓ କୃତିତ୍ୱ କାରଣରୁ ଚନ୍ଦ୍ର ଓ ବୃହସ୍ପତିଙ୍କ ଶୁଭ ସଂସ୍ଥାନରୁ ସମ୍ବର୍ଦ୍ଧିତ ହେବାସହ ପୁରସ୍କୃତ ହେବାର ସୂଚନା ରହିଛି । ମଙ୍ଗଳଙ୍କ ଦୁର୍ବଳଜନିତ ଆର୍ଥିକ ସମସ୍ୟା ସାମୟିକ ଭାବରେ ମନକୁ ଭାରାକ୍ରାନ୍ତ କରିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସଙ୍ଗଠନ, ଲେଖାପଢ଼ାରେ କିଛିଟା ସାମୟିକ ସମସ୍ୟା ଲାଗି ରହିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri