ରାଶନ ନେବା ସମୟରେ ରହୁନି ସାମାଜିକ ଦୂରତା

କୋରୁକୋଣ୍ଡା,୩୦ା୪(ଡି.ଏନ.ଏ): କରୋନାକୁ ଏବେ ସାରା ବିଶ୍ୱ ଚିନ୍ତିତ ରହିଛି। ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ନିୟମ ଜାରି ରହିଛି। ସେଥିରୁ ସାମାଜିକ ଦୂରତର ରକ୍ଷା କରିବା ଅନ୍ୟତମ। ମାଲକାନଗିରି ଜିଲା କୋରୁକୋଣ୍ଡା ଓ ବାଲିମେଳା ସହରାଞ୍ଚଳରେ ଲୋକେ ସାମାଜିକ ଦୂରତା ରକ୍ଷା କରୁ ନ ଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ହିତାଧିକାରୀଙ୍କୁ ମାଗଣାରେ ୩ ମାସର ରାଶନ ଯୋଗାଇ ଦେଇଛନ୍ତି। ମାତ୍ର ଲୋକେ ରାଶନ ସାମଗ୍ରୀ ନେବା ବେଳେ ସାମାଜିକ ଦୂରତାକୁ ଭୁଲିଯାଉଛନ୍ତି। ପୂର୍ବରୁ ରାଜ୍ୟ ସରକାର ୩ ମାସର ରାଶନ ସାମଗ୍ରୀ ଗାଡ଼ି ଯୋଗେ ହିତାଧିକାରୀଙ୍କ ନିଜ ୱାର୍ଡରେ ଦେଉଥିଲେ। ଏବେ ଗୋଟିଏ ସ୍ଥାନରେ ୧୨ଟି ୱାର୍ଡର ଲୋକଙ୍କୁ ଡାକି ରାଶନ ପ୍ରଦାନ କରାଯାଉଛି। ଫଳରେ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛଇ। ପୂର୍ବପରି ଗାଡ଼ି ଯୋଗେ ପ୍ରତ୍ୟେକ ଓ୍ବାର୍ଡରେ ସାମଗ୍ରୀ ଯୋଗାଇ ଦେବାକୁ ଦାବି ହେଉଛି।