ରାଶନକାର୍ଡ ଦାବି: ଝାରସୁଗୁଡ଼ା ପୌର କାର୍ଯ୍ୟାଳୟ ଘେରାଉ

ଝାରସୁଗୁଡା ଅଫିସ,୨୮।୪: କରୋନା ମୁକାବିଲା ନେଇ ଜାରି ହୋଇଥିବା ଲକ୍‌ଡାଉନ ସମୟରେ ରାଜ୍ୟର ରାଶନକାର୍ଡ ଧାରୀଙ୍କୁ ସରକାର ବିଭିନ୍ନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ଯେଉଁ ହିତାଧିକାରୀଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ ଦୁଃଖରେ ରହିଛନ୍ତି। ପୂର୍ବରୁ ସେମାନେ କାର୍ଡ ପାଇଁ ଆବେଦନ ମଧ୍ୟ କରିଥିଲେ ସୁଦ୍ଧା କାର୍ଡ ପାଇ ନ ଥିଲେ। ଏ ନେଇ ମଙ୍ଗଳବାର ଝାରସୁଗୁଡା ସହରର ଗରିବ ଶ୍ରେଣୀୟ ଲୋକେ ଝାରସୁଗୁଡା ପୌର ପରିଷଦ ଘେରାଉ କରିଛନ୍ତି। ତେବେ ପୌର ଅଧିକାରୀ ନ ଥିବାରୁ ସେମାନେ ନିରାଶ ହୋଇ ଫେରିଛନ୍ତି। ଏମିତି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ରାସନକାର୍ଡ ପାଇଁ ପୌର କାର୍ଯ୍ୟାଳୟରେ ଆବେଦନ କରିଥିବା ଜଣାପଡ଼ିଛି।