Categories: ଜାତୀୟ

ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲା: ନଭେମ୍ବର ୭-୮-୧୩-୧୪-୧୫ ଅବା ୧୬ରେ ଆସିପାରେ ରାୟ

ନୂଆଦିଲ୍ଲୀ,୭।୧୧: ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ରାୟ କେଉଁ ଦିନ ଆସିବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ନଭେମ୍ବର ୭-୮-୧୩-୧୪-୧୫ ଅବା ୧୬ରେ ରାୟ ଆସିପାରେ ବୋଲି ଚର୍ଚ୍ଚା ହେଉଛି। କେତେକ ଏହା ୮ ନଭେମ୍ବରରେ ହୋଇପାରେ ବୋଲି କହୁଛନ୍ତି। ଯଦି ଏପରି ହୁଏ ତେବେ ଶୁକ୍ରବାର ଜୁମା ନମାଜ ପାଠ ପରେ ଅପରାହ୍ନ ସାଢ଼େ ୩ଟାରେ ହୁଏତ ରାୟ ଆସିପାରେ। ମାତ୍ର ଏପରି ନହେଲେ ରାୟ ନଭେମ୍ବର ୧୩ରୁ ୧୬ ମଧ୍ୟରେ ଯେକୌଣସି ଦିନ ଆସିବ ବୋଲି ଅନୁମାନ କରାଯାଉଛି। ସୁପ୍ରିମ୍‌କୋର୍ଟ ନଭେମ୍ବର ୯ରୁ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ। ଛୁଟି ପରେ ହୁଏତ ରାୟ ଆସିପାରେ। ରାୟ ୧୩ ଅବା ୧୪ରେ ଆସିବାର ଅଧିକ ସମ୍ଭାବନା ଥିବା ଅନୁମାନ କରାଯାଉଛି। ନଭେମ୍ବର ୧୬ ଶନିବାର ଏହାପରେ ୧୭ ରବିବାର। ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେବେ। ଏହାପରେ ୧୮ ନଭେମ୍ବରରେ ଏହି ପ୍ରଧାନ ବିଚାରପତି ଭାବେ ଶରଦ ଅରବିନ୍ଦ ବୋବ୍‌ଦେ ଶପଥ ନେବେ।

Share