ରାମଚଣ୍ଡୀ ନିକଟରେ ଦୁର୍ଘଟଣା, ୬ ଗୁରୁତର

ପୁରୀ ଅଫିସ,୨୧।୧୨: ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ ରାମଚଣ୍ଡୀ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌ ଓ ଟାଭେଲ୍ସ କାର୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ କାରରେ ଥିବା ୬ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କୋଣାର୍କ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ସେମାନେ କେନ୍ଦୁଝରର ବୋଲି ଜଣାପଡ଼ିଛି।