ରାଫେଲ ଡିଲ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ: ଆଜି ସବୁ ଜିଲାରେ ଭାଜପାର ଆନ୍ଦୋଳନ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ୨୦୧୮ରେ ରାଫେଲ ସଂକ୍ରାନ୍ତ ରାୟକୁ ଚ୍ୟାଲେଞ୍ଜ କରି ଆଗତ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଉକ୍ତ ଆବେଦନର କୌଣସି ଆଧାର ନ ଥିବା ମଧ୍ୟ ଜଣାଇଛନ୍ତି। ରାଫେଲ ଡିଲ୍‌କୁ ନେଇ ଦାଖଲ କରାଯାଇଥିବା ୩ଟି ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିବା ସହ ଆବେଦନକାରୀଙ୍କ ଦଲିଲ ଉପରେ କୋର୍ଟ ସହମତ ନୁହେଁ ବୋଲି କହିଛନ୍ତି। କିନ୍ତୁ ଦେଶର ସାଧାରଣ ଜନତାଙ୍କୁ ରାହୁଲ ଗାନ୍ଧୀ ଯେପରି ଭାବେ ମିଛ କହି ଭ୍ରମିତ କରିଥିଲେ, ତାହା ଆଦୌ ଗ୍ରହଣୀୟ ନୁହେଁ ା ସୁପ୍ରିମକୋର୍ଟଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ ମିଥ୍ୟା ଧରାପଡିବା ପରେ ଏପରି ଲୋକ ଲଜ୍ଜାକୁ ଗ୍ରହଣ କରି ସମଗ୍ର ଦେଶବାସୀଙ୍କ ଆଗରେ ରାହୁଲ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଭାଜପା ଦାବି କରିଛି। ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବିରେ ଶନିବାର ଭାଜପା ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି ା