Posted inଜାତୀୟ

ରାଫାଲ ରାୟର ପୁନର୍ବିଚାର:କାହିଁକି ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫-୧୧:ସୁପ୍ରିମକୋର୍ଟ ରାଫାଲ ରାୟର ପୁନର୍ବିଚାର ପାଇଁ ଦାଏର ପିଟିଶନଗୁଡ଼ିକୁ ଖାରଜ କରିବା ସହ ଏହି ବିବାଦର ଆଇନଗତ ଦିଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୩୬ ଫାଇଟର ଜେଟ୍‌ ଡିଲ୍‌କୁ ନେଇ ତଦନ୍ତ ବା ଏଫ୍‌ଆଇଆର୍‌ ଅନାବଶ୍ୟକ ବୋଲି ତିନିଜଣିଆ ଖଣ୍ଡପୀଠ କହିଛନ୍ତି। ରାୟ ଶୁଣାଇବାବେଳେ ଜଷ୍ଟିସ୍‌ ଏସ୍‌.କେ. କୌଲ ରିଭ୍ୟୁ ପିଟିଶନଗୁଡ଼ିକର ମେରିଟ୍‌ ବା ଯୋଗ୍ୟତା ନାହିଁ ବୋଲି ଘୋଷଣା କରିଛନ୍ତି।
କହିଛନ୍ତି, ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ଦିଆଯାଇଥିଲା। ନ୍ୟାୟିକ ସମୀକ୍ଷା ପାଇଁ ଏହାର ପରିସର ସୀମିତ। ଆବେଦନକାରୀମାନେ ରାଫାଲ ଡିଲ୍‌ର ପ୍ରତ୍ୟେକ ଦିଗକୁ ନିର୍ଦ୍ଧାରଣ କରିବା ପାଇଁ ନିଜକୁ ଏକ ଉପରିସ୍ଥ କର୍ତ୍ତୃପକ୍ଷ ଭାବେ ଦର୍ଶାଇବା ପାଇଁ ଉଦ୍ୟମ କରିଛନ୍ତି ବୋଲି ବୁଝାପଡ଼ୁଛି, ଯାହାକି ଗ୍ରହଣଯୋଗ୍ୟ ନୁହେଁ ବୋଲି ଅଦାଲତ କହିଛନ୍ତି। ଏହି ରାୟ ଦୁଇଟି ସମାନ ମତକୁ ନେଇ ଆସିଛି। ପ୍ରଥମଟି ଜଷ୍ଟିସ୍‌ ଏସ୍‌.କେ. କୌଲ ଦେଇଛନ୍ତି, ଯିଏକି ନିଜ ଓ ସିଜେଆଇ ରଞ୍ଜନ ଗୋଗୋଇଙ୍କ ପାଇଁ ରାୟ ଲେଖିଛନ୍ତି। ଏହି ମତ ସଂକ୍ଷିପ୍ତ ଏବଂ ରିଭ୍ୟୁ ପିଟିଶନଗୁଡ଼ିକରେ ଉଠାଯାଇଥିବା ଅଧିକାଂଶ ଆପତ୍ତିକୁ ଖାରଜ କରିଦେଇଛି। ଅନ୍ୟ ରାୟଟି ‘ରିଭ୍ୟୁ ଜୁରିସ୍‌ଡିକ୍‌ଶନ’ର ବୈଶିଷ୍ଟ୍ୟ ଏବଂ ତଦନ୍ତ ନିର୍ଦ୍ଦେଶ ଦେବାରେ ରହିଥିବା ବାଧା ଉପରେ ଜଷ୍ଟିସ୍‌ କେ.ଏମ୍‌. ଯୋସେଫ୍‌ ଲେଖିଛନ୍ତି। ତେବେ ସୁପ୍ରିମକୋର୍ଟ ଶେଷରେ ପୂର୍ବ ରାୟର ସମୀକ୍ଷା କରିବା ପାଇଁ କାହିଁକି ମନାକଲେ ତା’ର ତିନୋଟି କାରଣ ସମ୍ପର୍କରେ ଅବତାରଣା କରାଗଲା।
ରାୟରେ ତ୍ରୁଟି?
ସୁପ୍ରିମକୋର୍ଟଙ୍କ ୨୦୧୮ ଡିସେମ୍ବର ରାୟ କେତେକ ଗୁରୁତ୍ୱପୂର୍ଣ୍ଣ ଭୁଲ୍‌ ବିବୃତିକୁ ନେଇ ଦିଆଯାଇଥିଲା ବୋଲି କେତେଜଣ ପିଟିଶନରଙ୍କ ଯୁକ୍ତି ଥିଲା। ସରକାରୀ ଅଧିକାରୀମାନେ ଅଦାଲତଙ୍କୁ ବିଭ୍ରାନ୍ତ କରିବା ଲାଗି କେତେକ ଭୁଲ୍‌ ବିବୃତିକୁ ଜାଣିଶୁଣି ସାମ୍ନାକୁ ଆଣିଥିବା ଅରୁଣ ସୌରୀ, ୟଶ୍‌ଓ୍ବନ୍ତ ସିହ୍ନା ଓ ପ୍ରଶାନ୍ତ ଭୂଷଣ ଅଭିଯୋଗ ଆଣିଥିଲେ। ସେହିପରି ସିଏଜି ରିପୋର୍ଟରେ ମଧ୍ୟ କେତେକ ତ୍ରୁଟି ଥିବା କୁହାଯାଇଥିଲା। ଏହାକୁ ନେଇ ରାୟରେ ଦର୍ଶାଯାଇଛି ଯେ, ଏହି ତ୍ରୁଟିଗୁଡ଼ିକ ସିଏଜି ରିପୋର୍ଟରେ ଖଞ୍ଜାଯାଇଥିଲା ଅଥବା ଅମ୍ବାନୀ ଭ୍ରାତାଙ୍କ କ୍ଷେତ୍ରରେ ଚୂଡ଼ାନ୍ତ ପରିଣାମକୁ ପ୍ରଭାବିତ କରିବା ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏନେଇ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ୍‌ କୌଲ କହିଛନ୍ତି।
ପ୍ରକ୍ରିୟାଗତ ବିଚ୍ୟୁତି?
ସୁପ୍ରିମକୋର୍ଟଙ୍କ ପୂର୍ବ ରାୟରେ ୩ ପ୍ରାଥମିକ ଦିଗକୁ ନେଇ ପରୀକ୍ଷା କରାଯାଇଛି ଏବଂ ରାଫାଲ ଅଧିଗ୍ରହଣ ପ୍ରକ୍ରିୟାକୁ ଉଦ୍ଦେଶ୍ୟମୂଳକ ଭାବେ ଅନ୍ୟ ବିଚ୍ୟୁତିଗୁଡ଼ିକୁ ଅଣଦେଖା କରାଯାଇଛି ବୋଲି ଆବେଦନକାରୀମାନେ ଦର୍ଶାଇଥିଲେ। ରିଭ୍ୟୁ ପିଟିଶନଗୁଡ଼ିକରେ ସାର୍ବଭୌମ ଗ୍ୟାରେଣ୍ଟିର ଅଭାବ, ବେଞ୍ଚମାର୍କ ପ୍ରାଇସ୍‌କୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଏହାସହ ଯେପରି ଭାବେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌କୁ ବାଦ୍‌ଦେଇ ରିଲାଏନ୍ସ ଏରୋଷ୍ଟ୍ରକ୍‌ଚରକୁ ଏକ ଅଫ୍‌ସେଟ୍‌ ପାର୍ଟନର ଭାବେ ଚୟନ କରାଗଲା ତାହା ମଧ୍ୟ ଉଲ୍ଳେଖ କରାଯାଇଥିଲା। ରିଭ୍ୟୁ ପିଟିଶନଗୁଡ଼ିକରେ ଏହି ସବୁ ପ୍ରସଙ୍ଗ ଉଠାଯାଇଥିବା କୋର୍ଟ ସ୍ବୀକାର କରିଛନ୍ତି। କିନ୍ତୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ବେଳେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବାରୁ ଏହାକୁ ଭୁଲ୍‌ ଧରାଯିବ ନାହିଁ। ସେହିପରି ସମୀକ୍ଷାର ଏହି ସ୍ତରରେ ନୂଆ ସୂଚନାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ନିଜ ରାୟରେ ସ୍ପଷ୍ଟ କରିଛନ୍ତି।
ସିବିଆଇ ପକ୍ଷରୁ ଏଫ୍‌ଆଇଆର୍‌
ଚୁକ୍ତିନାମାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନ୍ୟାୟପାଳିକା ସମୀକ୍ଷା କରିଥିଲା ଏବଂ ସିବିଆଇ ତଦନ୍ତ କରାଯାଇଥିଲେ ଅଧିକ ତଥ୍ୟ ସାମ୍ନାକୁ ଆସିଥାନ୍ତା ବୋଲି ଏକ ରିଭ୍ୟୁ ପିଟିଶନରେ ଦର୍ଶାଯାଇଥିଲା। ଏହାକୁ ଜଷ୍ଟିସ୍‌ କୌଲ ଆବେଦନର ଏକ ଉପଯୁକ୍ତ ବିଷୟ ବୋଲି ବିଚାର କରିନାହାନ୍ତି। ସେ କହିଛନ୍ତି, ଖଣ୍ଡପୀଠ ସମସ୍ତ ମୂଳ ପିଟିଶନକୁ ଯୋଗ୍ୟତାର ୩ଟି ଦିଗ ଉପରେ ଯାଞ୍ଚ କରିଥିଲେ। ସେଗୁଡ଼ିକ ମଧ୍ୟରୁ କୌଣସି ପିଟିଶନରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଯଥାର୍ଥ ଯୁକ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri