Categories: ଜାତୀୟ

ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଅନୁମାନ କରାଯାଉଛି କି ଏହି ସମୟରେ ମୋଦି ଲକ୍‌ଡାଉନ ଅବଧି ବୃଦ୍ଧି, ଲକ୍‌ଡାଉନ ସମୟର ସ୍ଥିତିକୁ ନେଇ କଥା ହୋଇପାରନ୍ତି। ଏହାସହ କୌଣସି ବଡ ଧରଣର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଦେଶରେ କରୋନା, ଲକ୍‌ଡାଉନ ଆଦିକୁ ନେଇ ସୋମବାର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିବା ବେଳେ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ବେଳେ ମୋଦି କହିଥିଲେ ଏହି ସମୟରେ ଯଦି ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆ ନ ଯାଏ ତେବେ ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇପାରେ। ତେବେ ଦେଶରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇ ୭୦ ହଜାର ଅତିକ୍ରମ କରିଥିବାରୁ ଲକ୍‌ଡାଉନ ଅବଧିକୁ ପୁଣି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି।

Share