ରାତିଅଧିଆ ଡାକ୍ତରଖାନାରେ ଏସ୍‌ପି: ବୁଝିଲେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା

ନବରଙ୍ଗପୁର, ୭।୧୦(ବି.ପ୍ର.)-ନବରଙ୍ଗପୁର ଏସ୍‌ପି ନୀତିନ କୁସାଲକର ରବିବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି। ଏସ୍‌ପି ବ୍ୟକ୍ତିଗତ ଭାବେ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀଙ୍କ ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପ୍ରକାଶ ଯେ, ଏସ୍‌ପି ଓ ଜିଲାପାଳ ଡ. ଅଜିତ୍‌ କୁମାର ମିଶ୍ର ଡାକ୍ତରଖାନାକୁ ଦଲାଲମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ସେଠାକୁ ଗସ୍ତ କରୁଛନ୍ତି। କିଛିଦିନ ତଳେ ଡାକ୍ତରଖାନାରୁ ୫ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଏସ୍‌ପିଙ୍କ ଏପରି ରାତିଅଧିଆ ପରିଦର୍ଶନ ରୋଗୀ ମହଲରେ ଆଶ୍ୱସ୍ତି ଦେଇଛି।