Categories: ଖେଳ

ରାଜ୍ୟ ସ୍କୁଲ ଓପନ ଚେସ୍‌: ଅବିନାଶ ଚାମ୍ପିୟନ

ଭୁବନେଶ୍ୱର, ୪।୯(କ୍ରୀଡ଼ା ପ୍ରତିନିଧି)-ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ କୈଳାସ ସଦନରେ ମଙ୍ଗଳବାର ରାଜ୍ୟ ସ୍କୁଲ ଓପନ ଚେସ୍‌ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମଦର୍ସ ପବ୍ଲିକ୍‌ ସ୍କୁଲର ଅବିନାଶ ଆଚାର୍ଯ୍ୟ ୬.୫ ପଏଣ୍ଟ ସହ ଚାମ୍ପିୟନ ହୋଇଛନ୍ତି। କୀର୍ତ୍ତି ଅନୁରାଗ ପ୍ରତିହାରୀ ଓ ଶାଶ୍ୱତ ସୌମ୍ୟବ୍ରତ ୬ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ରନର୍ସଅପ୍‌ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବି ଘୋଷ, ପ୍ରଭାଂଶୁ ଦାଶ, ଅଭିଜିତ ବିଶ୍ୱାଳ, ସୁଜିତ କୁମାର ଦାଶ, ବୈଭବ ଘୋଷ, ଆର୍ଯ୍ୟନ ଆଦେଶ ଚାଟୋଇ, ରୋହିତ ମଲିକ, ଅଭିଷେକ ନାୟକ, ଶିବାଙ୍ଗି ମହାନ୍ତି, ରାଜ ରଣବୀର ଗିରି, ଅମୃତ ଶତପଥୀ ଓ ସାର୍ଥକ ମହାନ୍ତି ଯଥାକ୍ରମେ ୨ୟରୁ ୧୫ତମ ସ୍ଥାନ ହାସଲ କରିଥିଲେ। ମୁଖ୍ୟ ପୁରସ୍କାର ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବିଭାଗରେ ଶ୍ରେଷ୍ଠ ୪ ଜଣ ଲେଖାଏ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ କ୍ରୀଡ଼ା ଖବରଦାତା ସୁରେଶ ସ୍ବାଇଁ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିବାବେଳେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଏବଂ ଲିଙ୍ଗରାଜ କ୍ଲବ ସମ୍ପାଦକ ଅଜୟ କୁମାର ଦାସ, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ ପାଲ, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଆର୍ବିଟର ଦାୟିତ୍ୱ ନିର୍ବାହ କରିଥିଲେ।

Share