Posted inଖେଳ

ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌: ହର୍ଷିତଙ୍କୁ ଟାଇଟଲ୍‌

ଭୁବନେଶ୍ୱର, ୨୫।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ସେକ୍ରେଟାରୀଏଟ ରିକ୍ରେସନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ଓପନ୍‌ ବର୍ଗରେ କଟକ ପୁରୁଣା ଷ୍ଟିଓ୍ବାର୍ଟ ସ୍କୁଲର ହର୍ଷିତ ସାହୁ ୭ ପଏଣ୍ଟ ସହ ଚାମ୍ପିୟନ ହୋଇଛନ୍ତି। ସେହିଭଳି ଭୁବନେଶ୍ୱର ଷ୍ଟିଓ୍ବାର୍ଟ ସ୍କୁଲର ତନ୍ମୟ ତ୍ରିପାଠୀ (୬.୫) ଓ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ର ତ୍ରିଦେବ ତୀର୍ଥଙ୍କର (୬.୦) ଯଥାକ୍ରମେ ଦ୍ୱିତୀୟ ଓ ୩ୟ ସ୍ଥାନ ହାସଲ କରିଥିଲେ। ସେହିଭଳି ୭ ବର୍ଷରୁ କମ୍‌ ବାଳକ ବର୍ଗରେ ପ୍ରତୀକ ରାଉତ ଚାମ୍ପିୟନ ଓ ସ୍ମୃତିରଞ୍ଜନ ସାହୁ ରନର୍ସଅପ୍‌ ହୋଇଥିଲେ। ୭ ବର୍ଷରୁ କମ୍‌ ବାଳିକାରେ ଭୂମିଜା ଦେ ପ୍ରଥମ ସ୍ଥାନ ହାସଲ କରିଥିଲେ। ୯ ବର୍ଷରୁ କମ୍‌ ବାଳକରେ ଆଶୁତୋଷ ବରାଳ ଓ ସୌମ୍ୟରଞ୍ଜନ ସାହୁ, ବାଳିକାରେ ଲକ୍ଷ୍ମୀପ୍ରିୟା ଦାସ ଓ ତମନ୍ନା ତ୍ରିପାଠୀ, ୧୧ ବର୍ଷରୁ କମ୍‌ ବାଳକରେ ଗୌରବ ପଣ୍ଡା ଓ ରିଶିତ ରୋହତକ ପଲାଇ ଏବଂ ବାଳିକାରେ ଅଦ୍‌ଭିକା ଦାସ ଓ ଅଂଶିକା ମହାପାତ୍ର, ୧୩ ବର୍ଷରୁ କମ୍‌ ବାଳକରେ ଅମନ ଅଲି ଓ ମାନବ ନାୟକ ଯଥାକ୍ରମେ ପ୍ରଥମ ଓ ୨ୟ ହୋଇଥିଲେ। ୧୩ ବର୍ଷରୁ କମ୍‌ ବାଳିକାରେ ପ୍ରାପ୍ତି ପଣ୍ଡା ପ୍ରଥମ ହୋଇଥିବାବେଳେ ସ୍ବାନ୍ତନାମୂଳକ ବିଭାଗରେ ଶିଭାଙ୍ଗୀ ମହାପାତ୍ର, ସର୍ବେଶ୍ୱର ମିଶ୍ର, ସାଇରାଜ ସାମଲ ଓ ଭ୍ରିତ୍ତୀ ବେହେରା ଯଥାକ୍ରମେ ପ୍ରଥମରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନଗୋବିନ୍ଦ ଦଳାଇ ଏବଂ ସମ୍ମାନିତ ଅତିଥି ଭାବେ ନୀଳମାଧବ ଚାନ୍ଦ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କ୍ଲବର ଯୁଗ୍ମ ସମ୍ପାଦକ ରଞ୍ଜୀତ କୁମାର ମୁଦୁଲି, ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri