ରାଜ୍ୟ ସରକାରଙ୍କ ୧୭ ହଜାର କୋଟି ପ୍ୟାକେଜ୍‌ ଅବାସ୍ତବ: ନିରଞ୍ଜନ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ୍‌ ଘୋଷଣାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ରବିବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ୟାକେଜ୍‌କୁ ଅବାସ୍ତବ ବୋଲି କହିଛନ୍ତି।

ସେ କହିଛନ୍ତି, ଉଚିତ୍‌ ସମୟରେ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିନାହାନ୍ତି। ପୂର୍ବରୁ କ୍ୟାବିନେଟ ବୈଠକରେ କୃଷି ପାଇଁ ଟଙ୍କା ଘୋଷଣା ହୋଇଛି। ବୈଠକ ପୂର୍ବରୁ ଏ ନେଇ ମନ୍ତ୍ରୀପରିଷଦରେ ଘୋଷଣା ହୋଇଥିଲା।

ଏହାଛଡ଼ା ଦୁଇଟି ଘଟଣାର ତୁଳନାତ୍ମକ ଚିତ୍ର ଦେଇ ରାଜ୍ୟ କିଏ ଚଳାଉଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ମନ୍ତ୍ରିପରିଷଦ ନା ବ୍ୟୁରୋକ୍ରାଟ୍‌ ରାଜ୍ୟ ଚଳାଉଛନ୍ତିି ବୋଲି ନିରଞ୍ଜନ ପଚାରିଛନ୍ତି। କୋଭିଡ ହସ୍ପିଟାଲର କାର୍ଯ୍ୟକାରିତା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ବାହାର ଜିଲାର ଆକ୍ରାନ୍ତ କଟକ, ଭୁବନେଶ୍ୱର କାହିଁକି ଆସୁଛନ୍ତି। ରାଜ୍ୟ ସରକାର ଘୋଷଣା କରିଥିବା ଟଙ୍କା କିଭଳି ଖର୍ଚ୍ଚ ହେବ ସେ ନେଇ ବିଧାନସଭା ଡାକି ଆଲୋଚନା କଲେ ଭଲ ହୁଅନ୍ତା। ତେବେ ଏହି ଅବସରରେ ସୁରେଶ ରାଉତରାୟ ଓ ପଞ୍ଚାନନ କାନୁନ୍‌ଗୋ ଉପସ୍ଥିତ ଥିଲେ।