ରାଜ୍ୟ ବାହାରୁ ଆସି ଘରେ ଲୁଚିଥିବା ଯୁବକ ଉଦ୍ଧାର

ତିର୍ତ୍ତୋଲ, ୨୮।୩ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଆସି ସ୍ବାସ୍ଥ୍ୟା ପରୀକ୍ଷା ନ କରାଇ ଘରେ ଲୁଚି ରହିଥିବା ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଜଣେ ଯୁବକଙ୍କୁ ଶନିବାର ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାପରେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୃକ୍ତ ଯୁବକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।
ପ୍ରକାଶ ଯେ, ରାଜ୍ୟ ବାହାରେ ରହି ସମ୍ପୃକ୍ତ ଯୁବକ ଜଣକ ଚାକିରି କରୁଥିଲେ। ୬ ଦିନ ତଳେ ସେ ଗଁାକୁ ଆସିଥିବା ବେଳେ ମେଡିକାଲରେ ନାମ ପଞ୍ଜୀକୃତ ନ କରାଇ ଘରେ ଲୁଚି ରହିଥିବା ଜଣାପଡ଼ିଥିଲା। ଏ ନେଇ ସ୍ଥାନୀୟ ଲୋକେ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍‌ ତାଙ୍କ ଘରେ ପହଞ୍ଚତ୍ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ। କରୋନା ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା ବେଳେ ଲୋକମାନେ ଏଥିପ୍ରତି ସଚେତନ ହେଉ ନ ଥିବାରୁ ରାଜ୍ୟରେ ଅଧିକ ସଂକ୍ରମଣ ଭୟ ସୃଷ୍ଟି ହୋଇଛି। ରାଜ୍ୟ ବା ଦେଶ ବାହାରୁ ଆସୁଥିବା ଲୋକମାନେ ନାମ ପଞ୍ଜୀକରଣ କରାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ନିଜ ଘରେ କ୍ୱାରାଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଅନେକ ସ୍ଥାନରେ ଲୋକମାନେ ଏହି ନିୟମ ମାନୁ ନ ଥିବା ଦେଖାଯାଉଛି।