Posted inଖେଳ

ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ସୁନ୍ଦରଗଡ଼, ୨୧।୮ (ଡି.ଏନ୍‌.ଏ) -ସୁନ୍ଦରଗଡରେ ମଙ୍ଗଳବାରଠାରୁ ୭୮ ତମ ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଷ୍ଟାଡିୟମଠାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ଚାମ୍ପିୟନଶିପ୍‌କୁ ଉଦ୍‌ଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ ଜିଲାପାଳ ନିଖିଲ ପବନ କଲ୍ୟାଣ, ଡିଏଫ୍‌ଓ ଡଃ. ଅରୁଣ କୁମାର ମିଶ୍ର, ୨ୟ ବାଟାଲିୟନ କମାଣ୍ଡାଣ୍ଟ ଆଶୀଷ କୁମାର ଦୁବେ, ରାଜ୍ୟ ପୋଲିସ କ୍ରୀଡା ଅଧିକାରୀ ବିଭୂତି ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସୁନ୍ଦରଗଡ ଏସ୍‌ପି ତଥା ଆୟୋଜକ ପରିଚାଳନା କମିଟିର ସମ୍ପାଦିକା ସୌମ୍ୟା ମିଶ୍ର ପ୍ରାରମ୍ଭରେ ସ୍ବାଗତ ଅଭିଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌ ସୁନ୍ଦରଗଡ ଜିଲା ପୋଲିସ ଓ ୨ୟ ଏସ୍‌ଏସ୍‌ ବାଟାଲିୟନ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧-୦ ଗୋଲରେ ଏସଏସ ବାଟାଲିୟନ କେନ୍ଦୁଝର ଦଳ ବିଜୟୀ ହୋଇଥିଲେ। ସେହିପରି ୨ୟ ମ୍ୟାଚ୍‌ ଓଏସ୍‌ଏପି ୨ୟ ବାଟାଲିୟନ ଝାରସୁଗୁଡା ବନାମ ରାୟଗଡା ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡା ଓଏସ୍‌ଏପି ୨ୟ ବାଟାଲିୟନ ୨-୦ ଗୋଲରେ ବିଜୟୀ ହୋଇଛି। ତୃତୀୟ ମ୍ୟାଚ୍‌ ୧ମ ଆଇଆରବିଏମ୍‌ କୋରାପୁଟ ଏବଂ ଜଗତସିଂହପୁର ପୋଲିସ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରାଇବେକର ଜରିଆରେ ଜଗତସିଂହପୁର ଦଳ ବିଜୟୀ ହୋଇଥିଲେ। ଚତୁର୍ଥ ମ୍ୟାଚ୍‌ ଓଏସଏପି ଷଷ୍ଠ ବାଟାଲିୟନ କଟକ ବନାମ ରାଉରକେଲା ଏସଆରପି ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଓଏସଏପି ଷଷ୍ଠ ବାଟାଲିୟନ କଟକ ୬-୦ରେ ବିଜୟୀ ହୋଇଛି। ପଞ୍ଚମ ମ୍ୟାଚ୍‌ ଓଏସଏପି ତୃତୀୟ ବାଟାଲିୟନ କୋରାପୁଟ ବନାମ ୫ମ ଆଇଆରବିଏନ୍‌ ବୌଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଏସଏପି ୩ୟ ବାଟାଲିୟନ କୋରାପୁଟ ୪-୦ ଗୋଲରେ ବିଜୟୀ ହୋଇଛି। ଓଆଇଏସଏଫ୍‌ ଭୁବନେଶ୍ୱର ଓ ଯାଜପୁର ପୋଲିସ ମଧ୍ୟରେ ଅନୁଷ୍ଠିତ ଷଷ୍ଠ ମ୍ୟାଚରେ ଓଆଇଏସଏଫ୍‌ ଦଳ ୫-୦ ଗୋଲରେ ବିଜୟୀ ହୋଇଛି। ଓଡିଶା ଅଗ୍ନିଶମ ବିଭାଗ ବନାମ ଢେଙ୍କାନାଳ ପୋଲିସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଓଡିଶା ଅଗ୍ନିଶମ ବିଭାଗ ୨-୦ ଗୋଲରେ ବିଜୟୀ ହୋଇଛି। ୯ମ ଏସପିଏଲ ଆଇଆରବିଏନ୍‌ କଳାହାଣ୍ଡି ବନାମ ସୁବର୍ଣ୍ଣପୁର ପୋଲିସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ସୁବର୍ଣ୍ଣପୁର ପୋଲିସ ୨-୦ ଗୋଲରେ ବିଜୟୀ ହୋଇଛି। ୨ୟ ଆଇଆରବିଏନ୍‌ ରାୟଗଡା ବନାମ କନ୍ଧମାଳ ପୋଲିସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୨ୟଆଇଆରବିଏନ୍‌ ରାୟଗଡା ୦-୨ ଗୋଲରେ ବିଜୟୀ ହୋଇଛି। ୧ମଏସଏସବିଏନ୍‌ ସମ୍ବଲପୁର ବନାମ ଓଏସଏପି ୫ମ ବାଟାଲିୟନ ବାରିପଦା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବାରିପଦା ଦଳ ୨-୦ ଗୋଲରେ ବିଜୟୀ ହୋଇଛି। ସେହିପରି ୩ୟ ଆଇଆରବିଏନ୍‌ କଳିଙ୍ଗନଗର ବନାମ ବରଗଡ ପୋଲିସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୩ୟ ଆଇଆରବିଏନ୍‌ କଳିଙ୍ଗନଗର ୪-୦ ଗୋଲରେ ବିଜୟୀ ହୋଇଛି । ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଫୁଟବଲ ଚାମ୍ପିୟନଶିପରେ ମୋଟ ୪୬ଟି ଦଳ ଭାଗ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩ଟି ଦଳ ଭାଗ ନେଇଛନ୍ତି। ଏହି ଫୁଟବଲ ଚାମ୍ପିୟନଶିପ୍‌ ୫ ତାରିଖରେ ଉଦ୍‌ଯାପିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri