ରାଜ୍ୟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ୍‌,୯ା୮- କଟକରେ ଶୁକ୍ରବାରରୁ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏଥିରେ ଭାଗନେବା ପାଇଁ ଗଞ୍ଜାମ ଦଳରୁ ୬ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ଆହ୍ବାନ ପଟ୍ଟନାୟକ, ଦୀପକ ଦାସ, ଅମିତ କୁମାର ସାହୁ, ଅଭିଶେକ ପଟ୍ଟନାୟକ, ବିଭୁ ପ୍ରସାଦ ନାୟକ ଏବଂ ଅମିତ ପଟ୍ଟନାୟକ। ଜିଲା କ୍ରିକେଟ ସଂଘ ପକ୍ଷରୁ ଏହି ଖେଳାଳି ଚୟନ କରାଯାଇଛି। ପୂର୍ବରୁ ଆନ୍ତଃ ଜିଲା ପ୍ରତିଯୋଗିତାରୁ ରାଜ୍ୟ ଦଳ ପାଇଁ ଖେଳାଳିଙ୍କୁ ଚୟନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଜିଲାଗୁଡ଼ିକରୁ ବଛାବଛା ଖେଳାଳିଙ୍କୁ ନେଇ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହେଉଛି। ସେଠାରେ ରାଜ୍ୟ ଦଳ ପାଇଁ ଖେଳାଳିଙ୍କୁ ଚୟନ କରାଯାଉଛି। ଫଳରେ ପୂର୍ବରୁ ଜିଲାସ୍ତରୀୟ ପ୍ରତିଯୋଗିତାରେ ପ୍ରତିଭା ଦେଖାଇବାକୁ ସୁଯୋଗ ପାଉଥିବା ଖେଳାଳିମାନେ ଏଥିରୁ ବଞ୍ଚିତ ହେଉଛନ୍ତି।