ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟି ବୈଠକ: ଟ୍ରେନ୍‌ରେ ମାନବ ଚାଲାଣ ରୋକିବାକୁ ଗୁରୁତ୍ୱ

କଟକ ଅଫିସ,୨୫ା୨- ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟିର ଚଳିତବର୍ଷର ପ୍ରଥମ ତ୍ରୈମାସିକ ବୈଠକ ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ, ରେଲଓ୍ବେ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଟ୍ରେନ୍‌ରେ ମାନବ ଚାଲାଣ ର଼୍ୟାକେଟ୍‌ ସକ୍ରିୟ ହୋଇପଡିଛି। ବର୍ତ୍ତମାନ ଏହା ପୋଲିସ ବିଭାଗର ଚିନ୍ତା ବଢାଇଛି। ତେଣୁ ଏହାକୁ ରୋକାଯିବା ପାଇଁ ଷ୍ଟେଶନଗୁଡ଼ିକରେ କଡାକଡି ଯାଞ୍ଚ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ ଅଭୟ ନିର୍ଦ୍ଦେଶ ଦେଇଥିଲେ।