ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା: ଶୁଭମ୍‌, ଆଦିତ୍ୟ ଚାମ୍ପିୟନ

ବାଲେଶ୍ୱର ଅଫିସ,୨୪।୧୨-ବାଲେଶ୍ୱର ଏକ ଘରୋଇ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାରେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ର ଶୁଭମ୍‌ ଏସ୍‌ ଦାସ ଓ ଯୁକ୍ତ ୨ ପ୍ରଥମବର୍ଷ କଳା ଛାତ୍ର ଆଦିତ୍ୟ ପ୍ରହରାଜ ପ୍ରଥମ ସ୍ଥାନ ହାସଲ କରି ଚାମ୍ପିୟନ ହୋଇଛନ୍ତି। ସେମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଚାମ୍ପିୟନ ଟ୍ରଫି, ମାନପତ୍ର ଓ ୬ହଜାର ଟଙ୍କା ଦେଇ ପୁରସ୍କୃତ କରିଛନ୍ତି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟରୁ ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ପର୍ଶୁରାମ ଜେନା ଉକ୍ତ ଦୁଇ ଛାତ୍ରଙ୍କୁ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ସନ୍ତୋଷ କୁମାର ରାଉତ, ଡ. ଭାଗବତ ଭୂୟାଁ, ଶୁଭକାନ୍ତ ସେଠୀ, ଅଧ୍ୟାପିକା ଡ. ମିନତୀ ମହାନ୍ତି, ସଲମା ସୋରେନ୍‌, ମନସ୍ବିନୀ ବେହେରା, ଅଞ୍ଜନା ବେହେରା, ସୁଶ୍ରୀ ସରିତା ପରିଡ଼ା ପ୍ରମୁଖଙ୍କ ସହିତ କର୍ମଚାରୀ ଓ ଛାତ୍ରୀଛାତ୍ରମାନେ ଯୋଗଦେଇ ଉକ୍ତ ଦୁଇ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ମଙ୍ଗଳ କାମନା କରିଛନ୍ତି।