ରାଜ୍ୟର ୩୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବୁଧବାର ରାଜ୍ୟ ପୋଲିସ ପଦକ ଘୋଷଣା ହୋଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ବାଧୀନତା ଦିବସରେ ଏହି ସମ୍ମାନଜନକ ପଦକ ମିିଳିବ। ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ପୋଲିସ ସାହସିକତା ମେଡାଲ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ମେରିଟୋରିୟସ୍‌ ସେବା ପଦକ ମିଳିବ। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ଭୁବନେଶ୍ୱର ସୂଚନାଭବନଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ ପ୍ରଦାନ କରିବେ।
ସାହସିକତା ପାଇଁ ପଦକ ପାଇବାକୁ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ହେଲେ ରାଉରକେଲା ପୋଲିସ ଜିଲାର ଏଏସ୍‌ଆଇ ସୁନୀଲ କୁମାର ନନ୍ଦ, ହାବିଲଦାର୍‌ କମଳେନ୍ଦୁ ଷଡଙ୍ଗୀ, କନ୍‌ଷ୍ଟେବଳ ମଦନ କିଷାନ, କନ୍‌ଷ୍ଟେବଳ ଆଥନାସିୟାସ୍‌ ଜୋଜୋ, କନ୍‌ଷ୍ଟେବଳ ମୁକେଶ କୁମାର ବ୍ରହ୍ମା, କଟକ ଷଷ୍ଠ ବାଟାଲିୟନର ସୁବେଦାର୍‌ ବିଦ୍ୟାଧର ସେଠୀ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ବିଶାଲ୍‌ ବୋମ୍‌ଜାନ, ଏସ୍‌ଓଜି କମାଣ୍ଡୋ ରାଜେନ୍ଦ୍ର ମଲ୍ଲ, ଏସ୍‌ଓଜି କମାଣ୍ଡୋ ଦୀପକ ସିଂହ କନ୍‌ୱର, ଏସ୍‌ଓଜି ହାବିଲଦାର ଧ୍ରୁବ ବାହାଦୁର ବାସ୍‌ନେଟ୍‌, ଏସ୍‌ଓଜି ହାବିଲଦାର ରାଜେଶ ବିଶ୍ୱକର୍ମା, ଏସ୍‌ଓଜି କନ୍‌ଷ୍ଟେବଳ କାହ୍ନୁଚରଣ ମାଝି, ଏସ୍‌ଓଜି ସୁବେଦାର୍‌ ରବୀନ୍ଦ୍ର ଶବର, ଏସ୍‌ଓଜି ସୁବେଦାର ଅଶୋକ କୁମାର ରଥ, ଏସ୍‌ଓଜି ହାବିଲଦାର ଆଲୋକ କୁମାର ସେଠୀ, ଏସ୍‌ଓଜି କମାଣ୍ଡୋ ଧନଞ୍ଜୟ ବରାଡ, ଏସ୍‌ଓଜି କମାଣ୍ଡୋ କୃଷ୍ଣଚନ୍ଦ୍ର ପିଙ୍ଗ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡୋ ସନ୍ତୋଷ କୁମାର ଧାନ୍‌,
କୋରାପୁଟର ଅତିରିକ୍ତ ଏସ୍‌ପି ନିରଞ୍ଜନ ସାହୁ, ହାବିଲଦାର କେଶବ ସୀସା, ହାବିଲଦାର ଜିତେନ୍ଦ୍ର କୁମାର ଦାସ, କନ୍‌ଷ୍ଟେବଳ ସିନିୟା ଶେଖର ବେପାରି, କୋରାପୁଟର କନଷ୍ଟେବଳ ଉଦ୍ଧବ ଚାଲାଣ, କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ, କନଷ୍ଟେବଳ ମଧୁସୂଦନ ମଲ୍ଲିକ, କନ୍ଧମାଳ ଓଏପିଏଫ୍‌ ଜଗନ୍ନାଥ କହଁର ପ୍ରମୁଖ। ରାଷ୍ଟ୍ରପତି ପୋଲିସ ପଦ ପାଇବାକୁ ଥିବା ଦୁଇ ପୋଲିସ ଅଧିକାରୀ ହେଲେ ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଡିଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ଓ ଭୁବନେଶ୍ୱର ଜୋନ୍‌-୧ ଏସିପି ଅସୀମ କୁମାର ପଣ୍ଡା। ସେହିଭଳି ମେରିଟାରିୟସ ସେବା ପଦକ ପାଇବେ ଢେଙ୍କାନାଳ ଓଏସ୍‌ଏପି ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ନବ କିଶାର ଦାସ, ଭୁବନେଶ୍ୱର ଏସ୍‌ଓଜି କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଡିଏସ୍‌ପିି ଅଶୋକ କୁମାର ଦେଓ, ଭୁବନେଶ୍ୱର ଏସିପି (ସିକ୍ୟୁରିଟି) ଏସ୍‌.ଏସ୍‌ ବି.ଏନ. ପ୍ରଫୁଲ୍ଲ କୁମାର ସିଂହ, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଓ ସିଆଇଡି ସିବିର ଭାରପ୍ରାପ୍ତ ଡିଏସପି ସ୍ନିଗ୍ଧା ଭଞ୍ଜ, ଖୋର୍ଦ୍ଧା ଜିଲାର ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା, ଭୁବନେଶ୍ୱର ଏସ୍‌ଆଇଡବ୍ଲ୍ୟୁ ଏସ୍‌ଆଇ ବ୍ରହ୍ମାନନ୍ଦ ପଣ୍ଡା, ସମ୍ବଲପୁର ଜିଲାର ଏଏସ୍‌ଆଇ କୈଳାସଚନ୍ଦ୍ର ପ୍ରଧାନ, ଝାରସୁଗୁଡ଼ାର ହାବିଲଦାର ଆଲେକ୍‌ଜାଣ୍ଡର କୁଜୁର ଓ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର କନ୍‌ଷ୍ଟେବଳ ବିପ୍ରଚରଣ ଗୌଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri