ରାଜ୍ୟରେ ୮୫ ଲକ୍ଷ ବେକାରି, ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଯୁବଗୋଷ୍ଠୀ : ନରସିଂହ

ଭୁବନେଶ୍ୱର,୨୬ା୭(ବ୍ୟୁରୋ) : ରାଜ୍ୟରେ ଉତ୍କଟ ହେଉଛି ବେକାରି ସମସ୍ୟା। ନିଯୁକ୍ତି ନ ପାଇ ବେକାର ଯୁବକ ଡ୍ରଗ ଆଡିକ୍ଟେଡ ହେବା ସହ ବ୍ରାଉନସୁଗାର ଚୋରା ବେପାରରେ ଲିପ୍ତ ରହୁଛନ୍ତି। ଚାକିରି ନ ପାଇ ଦେଶର ମାନବ ସମ୍ବଳ ପଥ ଭ୍ରଷ୍ଟ ହେଉଛିି। ରାଜ୍ୟରେ ଦୀର୍ଘ ୨୦ ବର୍ଷ ଶାସନ କରୁଥିବା ରାଜ୍ୟ ସରକାର ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ୮୫ ଲକ୍ଷ ବେକାରି ଅଛନ୍ତି। କୃଷି କ୍ଷେତ୍ରଠାରୁ ଆରମ୍ଭ କରି ସରକାରୀ ଚାକିରିରେ ମାଳ ମାଳ ପଦବୀ ଖାଲି ପଡ଼ିଛି। ସରକାର ଏହାକୁ ଗୁରୁତ୍ୱର ସହ ନ ନେଲେ ଆଗାମୀ ଦିନରେ ଶାସକ କିମ୍ବା ବିରୋଧୀ କେହି ହେଲେ ବର୍ତ୍ତିପାରିବେ ନାହିଁ। ବିରୋଧୀ ଦଳ ମୁଲତବୀ ଆଲୋଚନା ବେଳେ ଏମିତି ଚେତାବନୀ ଦେଇଛନ୍ତି ସରକାରଙ୍କୁ।
ରାଜ୍ୟରେ ଉତ୍କଟ ବେକାରି ସମସ୍ୟାକୁ ନେଇ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ବିଜେଡି ୨୦ ବର୍ଷ ହେବ ଶାସନ କରୁଥିବା ବେଳେ ରାଜ୍ୟରେ ବେକାରି ସମସ୍ୟା ବଢ଼ି ଚାଲିଛି। ଏହି ସମସ୍ୟାର ସମାଧାନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେନ୍ଦ୍ରର ଏନଡିଏ ସରକାର ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ୫ ବର୍ଷରେ ୧୦ କୋଟିଙ୍କୁ ନିଯୁକ୍ତି ଦେବା କଥା। ଏହି ସମୟରେ ୪୫ ବର୍ଷର ବେକାରି ସମସ୍ୟା ରେକର୍ଡ ଭାଙ୍ଗିଛି। ୨୦୧୭-୧୮ରେ ଦେଶରେ ବେକାରି ସମସ୍ୟା ୬.୧ ପ୍ରତିଶତ ବୃଦ୍ଧି ହୋଇଛି। ବିମୁଦ୍ରୀକରଣ ପରେ ବେକାରି ଆହୁରି ବଢିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବହୁ ପଦବୀ ଖାଲି ରହିଥିଲେ ମଧ୍ୟ ସେଗୁଡ଼ିକୁ ପୂରଣ କରାଯାଉ ନାହିଁ। ସ୍ବାସ୍ଥ୍ୟ ବିଭାଗରେ ୫୪,୦୮୮ ମଞ୍ଜୁରୀ ପଦବୀ ଥିବାବେଳେ ସେଥିରୁ ୧୬,୦୭୧ଟି ପଦବୀ ଖାଲି ରହିଛି। ସେହିପରି ସ୍କୁଲ ଓ ଗଣଶିିକ୍ଷା ବିଭାଗରେ ମଞ୍ଜୁରୀ ପଦବୀ ୨ ଲକ୍ଷ ୧୬ ହଜାର ୭୪ ଥିବାବେଳେ ସେଥିରୁ ୩୦ ହଜାର ପଦବୀ, ପୂର୍ତ୍ତ ବିଭାଗରେ ୧୦,୪୩୫ ପଦବୀ ଥିବାବେଳେ ୩,୪୮୦ ପଦବୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭,୫୪୪ଟି ପଦବୀରୁ ୨,୮୬୭ ପଦବୀ ଖାଲି ରହିଛି। ଏହିପରି ସରକାରୀ ସଂସ୍ଥାରେ ୫ ଲକ୍ଷ ୮୩ ହଜାର ପଦବୀରୁ ୧ ଲକ୍ଷ ୩୧ ହଜାର ୫୧୮ ପଦବୀ ଖାଲି ରହିଛି। କୃଷି କ୍ଷେତ୍ରରେ ମଧ୍ୟ ୨୫ ଲକ୍ଷ ଲୋକ କାମଧନ୍ଦା ପାଉ ନାହାନ୍ତି। ଯୁବତୀ ଯୁବକମାନେ ଚାକିରି ନ ପାଇ କୁବାଟରେ ଯାଉଛନ୍ତି ବୋଲି ନରସିଂହ ଚେତାଇ ଦେଇଛନ୍ତି।
ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ରାଜ୍ୟରେ ବଢୁଥିବା ବେକାରି ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ନିଯୁକ୍ତି ଓ କାମଧନ୍ଦା ନ ପାଇ ବହୁଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି। ୨୦୦୭-୦୮ରେ ୧କୋଟି ୧୪ ଲକ୍ଷ ଲୋକ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଛନ୍ତି। ୧୫ରୁ ୫୯ ବର୍ଷର ୮୪ ଲକ୍ଷ ବେକାରି ରହିଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ସମୁଦାୟ ଜନସଂଖ୍ୟାର ୫୮.୨ ପ୍ରତିଶତ ଲୋକ ବେକାର। ସରକାରଙ୍କ ନିୟୋଜନ କାର୍ଯ୍ୟାଳୟରେ ୩୫.୪ ଲକ୍ଷ ବେକାରି ନାମ ପଞ୍ଜୀକୃତ କରିଛନ୍ତି। ବେକାର ଯୁବତୀ ଯୁବକଙ୍କୁ ଆଉଟସୋର୍ସରେ ରଖି ୮ ମାସ ପରେ ବିଦା କରାଯାଉଛି। ପୋଲିସ ଅଧିକାରୀ ପୁଅ ଛିନତାଇରେ ଧରାପଡୁଛନ୍ତି। ସରକାର ଏହାକୁ ଗମ୍ଭୀରତାର ସହ ନିଅନ୍ତୁ ବୋଲି କହିଥିଲେ। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, ଗଣେଶ ରାମସିଂ ଖୁଣ୍ଟିଆ ଏବଂ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ରାଜ୍ୟରେ ବଢୁଥିବା ବେକାରି ସମସ୍ୟାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବରେ ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର, ପ୍ରମୋଦ ମଲ୍ଲିକ, ସତ୍ୟନାରାୟଣ ପ୍ରଧାନ ଏବଂ ସୁବାସ ଚନ୍ଦ୍ର ବେହେରା କହିଥିଲେ ବେକାରି ସମସ୍ୟା କେବଳ ଓଡ଼ିଶାର ନୁହେଁ। ସାରା ଭାରତ ବର୍ଷରେ ଏହି ସମସ୍ୟା ଉତ୍କଟ ହୋଇଛି। ଓଡ଼ିଶାରୁ କାହିଁକି ବିହାର, ଉତ୍ତରପ୍ରଦେଶ, ଗୁଜରାଟରୁ ମଧ୍ୟ ଲୋକମାନେ ଅନ୍ୟ ରାଜ୍ୟକୁ କାର୍ଯ୍ୟ ଅନ୍ବେଷଣରେ ଯାଉଛନ୍ତି। ବେକାରି ଯୁବତୀ ଯୁବକଙ୍କୁ ଆତ୍ମନିଯୁକ୍ତି ପାଇଁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି। ୨୦୦୦ ମସିହାରେ ରାଜ୍ୟରେ ୨୩ଟି ଆଇଟିଆଇ ଥିବାବେଳେ ଏବେ ଏହା ୪୯କୁ ବୃଦ୍ଧି ପାଇଛି। ବେକାରିଙ୍କୁ କର୍ମସଂସ୍ଥାନ ଯୋଗାଇବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ। ମୁଲତବୀ ଆଲୋଚନା ଜବାବରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ରାଜ୍ୟ ସରକାର ବେକାରି ସମସ୍ୟା ଦୂର କରିବା ସହ ଆତ୍ମନିଯୁକ୍ତି ଦେବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗଠନ କରିଛନ୍ତି। ବେକାରି ଯୁବତୀ ଯୁବକଙ୍କୁ କୁଶଳୀ ଓ ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରୁଛନ୍ତି। ବେକାର ସମସ୍ୟା ଦୂର କରିବାକୁ ବିଧାୟକମାନଙ୍କ ପରାମର୍ଶ ନିଆଯାଇ ଏକ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ। ଏହାଛଡା ବେକାରିମାନଙ୍କୁ ଆତ୍ମନିଯୁକ୍ତି ଦେବା ସକାଶେ ମୁଖ୍ୟମନ୍ତ୍ରୀ ନିଯୁକ୍ତି କାର୍ଯ୍ୟକ୍ରମ, ପ୍ଲେସମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ଭୁବନେଶ୍ୱରଠାରେ ମଧ୍ୟ ଏକ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରିବା ଯୋଜନା ରହିଛି। ୩୯ଟି ଦକ୍ଷତା ବିକାଶ କେନ୍ଦ୍ର ମାଧ୍ୟମରେ ଯୁବତୀ ଯୁବକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri