ରାଜ୍ୟରେ ୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ୫ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ଆଉ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୨ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩୨ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୧୬୦କୁ ବୃଦ୍ଧି ପାଇଛି ବୋଲି ସୂଚନା ଓ ଲୋକସଂମ୍ପର୍କ ବିଭାଗ ପକ୍ଷରୁ ପୂର୍ବାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପ୍ରକାଶ ଯେ, କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବରଗଡ଼ ଜିଲାର ଜଣେ ୭୬ ବର୍ଷୀୟ ବୃଦ୍ଧ ଥିବା ବେଳେ ଜଣେ ଗଞ୍ଜାମ ଜିଲାର ୪୯ ବର୍ଷୀୟ ବ୍ୟକ୍ତି ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।