ରାଜ୍ୟରେ ୧୮୯ ଫେରାର ଶିକ୍ଷକ, କର୍ମଚାରୀ

ଯାଜପୁର ଅଫିସ,୨୪।୯: ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହି ମର୍ମରେ ବିଭାଗୀୟ ଉପସଚିବ ପ୍ରଶାନ୍ତ କୁମାର ସ୍ବାଇଁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ଆବଶ୍ୟକ ତଦନ୍ତ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ପତ୍ର ଦେଇଛନ୍ତି। ଏହାକୁ ନେଇ ଫେରାର ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷେ ଅନୁଗୋଳ, ବରଗଡ, ବୌଦ୍ଧ, ଦେବଗଡ, ଝାରସୁଗୁଡା, ନୂଆପଡା ଓ ପୁରୀ ଜିଲା ଶିକ୍ଷାଧିକାରୀଙ୍କ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରାଯାଇଛି।
ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୮୯ ଜଣ ଶିକ୍ଷକ/କର୍ମଚାରୀ ଫେରାର କିମ୍ବା ଅନୁପସ୍ଥିତ ରହିଛନ୍ତି। ସେଥିରୁ ଯାଜପୁର ଜିଲାରେ ୧୧ଜଣ ଶିକ୍ଷକ ରହିଛନ୍ତି। ସେମାନେ ଯାଜପୁର ବ୍ଲକ ସୟିଦପୁର ମଦ୍ରାସା ସ୍କୁଲର ମହମ୍ମଦ ସାଦ୍ଦିକ ଖାନ, ନାଥସାହୁ ନୋଡାଲ ୟୁପି ସ୍କୁଲର ପବିତ୍ର ସାହୁ, କାକୁଡିକୁଦା ନୋଡାଲ ୟୁପି ସ୍କୁଲର ଅପର୍ଣ୍ଣା ସାହୁ, ଭାବତପୁର ପ୍ରାଥମିକ ସ୍କୁଲର ମନୋରମା ସାହୁ, ଜଗନ୍ନାଥ ଜିଉ ୟୁଜିଏମଇ ସ୍କୁଲର ସୁନୀଲ ପାଣି, ଶେଷଦେବ ବାସନ୍ତି ନୋଡାଲ ହାଇସ୍କୁଲର ମମତା ସେଠୀ ଓ ସର୍ବମଙ୍ଗଳା ନୋଡାଲ ହାଇସ୍କୁଲର ରସ୍ମିତା ରାଉତ, ସୁକିନ୍ଦା ବ୍ଲକ ଗୋବରଘାଟି ଆଶ୍ରମ ସ୍କୁଲର ଅକ୍ଷୟ କୁମାର ହାଇବ୍ରୁ, ଖୁରୁଣ୍ଟି ପ୍ରାଥମିକ ସ୍କୁଲର ବିଚିତ୍ର ସିଂ, ମଧୁବନ ପ୍ରାଥମିକ ସ୍କୁଲର ହେମଲତା ହେମ୍ବ୍ରମ ଓ ବନଦୁର୍ଗା ନୋଡାଲ ୟୁପି ସ୍କୁଲର ସୁବାସ ଲାଗୁରି ଦୀର୍ଘଦିନ ହେଲା ଫେରାର ଅଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୩ ଜଣ, ଭଦ୍ରକରେ ଜଣେ, ବଲାଙ୍ଗୀରରେ ୧୫, କଟକରେ ୬, ଢେଙ୍କନାଳରେ ୮, ଗଜପତିରେ ୮, ଗଞ୍ଜାମରେ ୧୦, ଜଗତ୍‌ସିଂହପୁରରେ ୬, କଳାହାଣ୍ଡିରେ ୧୦, କନ୍ଧମାଳରେ ୯, କେନ୍ଦୁଝରରେ ୪, ଖୋର୍ଦ୍ଧାରେ ୩, କେନ୍ଦ୍ରାପଡାରେ ୩, ପୁରୀରେ ୨, ଝାରସୁଗୁଡାରେ ଜଣେ, କୋରାପୁଟରେ ୧୨, ମାଲକାନଗିରିରେ ୬, ମୟୂରଭଞ୍ଜରେ ୮ ଓ ନବରଙ୍ଗପୁରରେ ୧୦ ଜଣ ଶିକ୍ଷକ ଓ କର୍ମଚାରୀ ଫେରାର କିମ୍ବା ଅନୁପସ୍ଥିତ ରହିଛନ୍ତି। ତେବେ ଅନୁଗୋଳ, ବରଗଡ ଓ ବୌଦ୍ଧ ଜିଲା ଶିକ୍ଷାଧିକାରୀ ସେମାନଙ୍କ ଜିଲାରେ ଦୀର୍ଘ ସମୟ ଧରି ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀ ନାହାନ୍ତି ବୋଲି ରିପୋର୍ଟ ଦେଇଛନ୍ତି। ଏହାବାଦ ଦେବଗଡ, ଝାରସୁଗୁଡା ଓ ନୂଆପଡା ଜିଲା ଶିକ୍ଷାଧିକାରୀମାନେ ଜଣେ ଲେଖାଏଁ ଫେରାର/ଅନୁପସ୍ଥିତ ଥିବା ରିପୋର୍ଟରେ ଦର୍ଶାଇଛନ୍ତି। ପୁରୀ ଜିଲା ଶିକ୍ଷାଧିକାରୀ ଦେଇଥିବା ରିପୋର୍ଟରେ ୨ଜଣ ଫେରାର/ ଅନୁପସ୍ଥିତ ରହିଛନ୍ତି। ଯାହାକି ସନ୍ଦେହଜନକ ରିପୋର୍ଟ ବୋଲି ଦର୍ଶାଇ ଉପରୋକ୍ତ ୭ଜଣ ଜିଲା ଶିକ୍ଷାଧିକାରୀଙ୍କୁ ପୁନଃ ତଦନ୍ତ କରି ସତ୍ୟାପନ କରିବାକୁ ବିଭାଗୀୟ ସ୍ବତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିଲାରେ ଉଭୟ କଣ୍ଟ୍ରାକ୍ଚୁଆଲ ଓ ରେଗୁଲାର ଶିକ୍ଷକ କେହି ଦୀର୍ଘ ସମୟ ଧରି ଫେରାର କିମ୍ବା ଅନୁପସ୍ଥିତ ନାହାନ୍ତି ବୋଲି ସମସ୍ତ ଜିଲା ଶିକ୍ଷାଧିକାରୀ ଏକ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହିଭଳି ପ୍ରମାଣପତ୍ର ଜିଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀଙ୍କଠାରୁ ଜିଲା ଶିକ୍ଷାଧିକାରୀ ସଂଗ୍ରହ କରିବେ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଜିଲା ଶିକ୍ଷାଧିକାରୀ ତାଙ୍କ ରିପୋର୍ଟରେ କେବେଠାରୁ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ/ଫେରାର ଅଛନ୍ତି ତାହା ଦର୍ଶାଇ ନାହାନ୍ତି। ସେହିପରି ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀ ଫେରାର/ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ପଦବୀ ଉଲ୍ଲେଖ କରିନାହାନ୍ତି। ତେଣୁ ଏହି ଦୁଇ ଜିଲା ଶିକ୍ଷାଧିକାରୀଙ୍କୁ ସେମାନଙ୍କ ରିପୋର୍ଟ ସୁଧାରି ପୁଣି ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ ଆହୁରି ଦର୍ଶାଇଛନ୍ତି ଯେ, ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ, ଅମଲା କର୍ମଚାରୀ ଓ କଣ୍ଟ୍ରାକ୍ଟ ଶିକ୍ଷକଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀ ଏବଂ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ପାଇଁ ବ୍ଲକ ଶିକ୍ଷାଧିକାରୀ ପ୍ରାଧିକାରୀ ରହିବେ। ତେଣୁ ନିର୍ଦ୍ଧାରିତ ସମୟରେ ଫେରାର/ଦୀର୍ଘ ସମୟ ଧରି ଅନୁପସ୍ଥିତ କର୍ମଚାରୀ ଓ ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଭିନ୍ନ ସ୍କୁଲରେ ନିୟମିତ ଶିକ୍ଷକ ଘରେ ବସି ଦରମା ନେଉଥିବାବେଳେ ସେମାନେ କେତେଜଣ ଯୁବତୀଯୁବକଙ୍କୁ ନିଜେ ନିୟୋଜିତ କରିଥିବା ମଧ୍ୟ ଖବର ହସ୍ତଗତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?