ଯାଜପୁର ଅଫିସ,୨୪।୯: ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହି ମର୍ମରେ ବିଭାଗୀୟ ଉପସଚିବ ପ୍ରଶାନ୍ତ କୁମାର ସ୍ବାଇଁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ଆବଶ୍ୟକ ତଦନ୍ତ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ପତ୍ର ଦେଇଛନ୍ତି। ଏହାକୁ ନେଇ ଫେରାର ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷେ ଅନୁଗୋଳ, ବରଗଡ, ବୌଦ୍ଧ, ଦେବଗଡ, ଝାରସୁଗୁଡା, ନୂଆପଡା ଓ ପୁରୀ ଜିଲା ଶିକ୍ଷାଧିକାରୀଙ୍କ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରାଯାଇଛି।
ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୮୯ ଜଣ ଶିକ୍ଷକ/କର୍ମଚାରୀ ଫେରାର କିମ୍ବା ଅନୁପସ୍ଥିତ ରହିଛନ୍ତି। ସେଥିରୁ ଯାଜପୁର ଜିଲାରେ ୧୧ଜଣ ଶିକ୍ଷକ ରହିଛନ୍ତି। ସେମାନେ ଯାଜପୁର ବ୍ଲକ ସୟିଦପୁର ମଦ୍ରାସା ସ୍କୁଲର ମହମ୍ମଦ ସାଦ୍ଦିକ ଖାନ, ନାଥସାହୁ ନୋଡାଲ ୟୁପି ସ୍କୁଲର ପବିତ୍ର ସାହୁ, କାକୁଡିକୁଦା ନୋଡାଲ ୟୁପି ସ୍କୁଲର ଅପର୍ଣ୍ଣା ସାହୁ, ଭାବତପୁର ପ୍ରାଥମିକ ସ୍କୁଲର ମନୋରମା ସାହୁ, ଜଗନ୍ନାଥ ଜିଉ ୟୁଜିଏମଇ ସ୍କୁଲର ସୁନୀଲ ପାଣି, ଶେଷଦେବ ବାସନ୍ତି ନୋଡାଲ ହାଇସ୍କୁଲର ମମତା ସେଠୀ ଓ ସର୍ବମଙ୍ଗଳା ନୋଡାଲ ହାଇସ୍କୁଲର ରସ୍ମିତା ରାଉତ, ସୁକିନ୍ଦା ବ୍ଲକ ଗୋବରଘାଟି ଆଶ୍ରମ ସ୍କୁଲର ଅକ୍ଷୟ କୁମାର ହାଇବ୍ରୁ, ଖୁରୁଣ୍ଟି ପ୍ରାଥମିକ ସ୍କୁଲର ବିଚିତ୍ର ସିଂ, ମଧୁବନ ପ୍ରାଥମିକ ସ୍କୁଲର ହେମଲତା ହେମ୍ବ୍ରମ ଓ ବନଦୁର୍ଗା ନୋଡାଲ ୟୁପି ସ୍କୁଲର ସୁବାସ ଲାଗୁରି ଦୀର୍ଘଦିନ ହେଲା ଫେରାର ଅଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୩ ଜଣ, ଭଦ୍ରକରେ ଜଣେ, ବଲାଙ୍ଗୀରରେ ୧୫, କଟକରେ ୬, ଢେଙ୍କନାଳରେ ୮, ଗଜପତିରେ ୮, ଗଞ୍ଜାମରେ ୧୦, ଜଗତ୍ସିଂହପୁରରେ ୬, କଳାହାଣ୍ଡିରେ ୧୦, କନ୍ଧମାଳରେ ୯, କେନ୍ଦୁଝରରେ ୪, ଖୋର୍ଦ୍ଧାରେ ୩, କେନ୍ଦ୍ରାପଡାରେ ୩, ପୁରୀରେ ୨, ଝାରସୁଗୁଡାରେ ଜଣେ, କୋରାପୁଟରେ ୧୨, ମାଲକାନଗିରିରେ ୬, ମୟୂରଭଞ୍ଜରେ ୮ ଓ ନବରଙ୍ଗପୁରରେ ୧୦ ଜଣ ଶିକ୍ଷକ ଓ କର୍ମଚାରୀ ଫେରାର କିମ୍ବା ଅନୁପସ୍ଥିତ ରହିଛନ୍ତି। ତେବେ ଅନୁଗୋଳ, ବରଗଡ ଓ ବୌଦ୍ଧ ଜିଲା ଶିକ୍ଷାଧିକାରୀ ସେମାନଙ୍କ ଜିଲାରେ ଦୀର୍ଘ ସମୟ ଧରି ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀ ନାହାନ୍ତି ବୋଲି ରିପୋର୍ଟ ଦେଇଛନ୍ତି। ଏହାବାଦ ଦେବଗଡ, ଝାରସୁଗୁଡା ଓ ନୂଆପଡା ଜିଲା ଶିକ୍ଷାଧିକାରୀମାନେ ଜଣେ ଲେଖାଏଁ ଫେରାର/ଅନୁପସ୍ଥିତ ଥିବା ରିପୋର୍ଟରେ ଦର୍ଶାଇଛନ୍ତି। ପୁରୀ ଜିଲା ଶିକ୍ଷାଧିକାରୀ ଦେଇଥିବା ରିପୋର୍ଟରେ ୨ଜଣ ଫେରାର/ ଅନୁପସ୍ଥିତ ରହିଛନ୍ତି। ଯାହାକି ସନ୍ଦେହଜନକ ରିପୋର୍ଟ ବୋଲି ଦର୍ଶାଇ ଉପରୋକ୍ତ ୭ଜଣ ଜିଲା ଶିକ୍ଷାଧିକାରୀଙ୍କୁ ପୁନଃ ତଦନ୍ତ କରି ସତ୍ୟାପନ କରିବାକୁ ବିଭାଗୀୟ ସ୍ବତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିଲାରେ ଉଭୟ କଣ୍ଟ୍ରାକ୍ଚୁଆଲ ଓ ରେଗୁଲାର ଶିକ୍ଷକ କେହି ଦୀର୍ଘ ସମୟ ଧରି ଫେରାର କିମ୍ବା ଅନୁପସ୍ଥିତ ନାହାନ୍ତି ବୋଲି ସମସ୍ତ ଜିଲା ଶିକ୍ଷାଧିକାରୀ ଏକ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହିଭଳି ପ୍ରମାଣପତ୍ର ଜିଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀଙ୍କଠାରୁ ଜିଲା ଶିକ୍ଷାଧିକାରୀ ସଂଗ୍ରହ କରିବେ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଜିଲା ଶିକ୍ଷାଧିକାରୀ ତାଙ୍କ ରିପୋର୍ଟରେ କେବେଠାରୁ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ/ଫେରାର ଅଛନ୍ତି ତାହା ଦର୍ଶାଇ ନାହାନ୍ତି। ସେହିପରି ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀ ଫେରାର/ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ପଦବୀ ଉଲ୍ଲେଖ କରିନାହାନ୍ତି। ତେଣୁ ଏହି ଦୁଇ ଜିଲା ଶିକ୍ଷାଧିକାରୀଙ୍କୁ ସେମାନଙ୍କ ରିପୋର୍ଟ ସୁଧାରି ପୁଣି ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ ଆହୁରି ଦର୍ଶାଇଛନ୍ତି ଯେ, ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ, ଅମଲା କର୍ମଚାରୀ ଓ କଣ୍ଟ୍ରାକ୍ଟ ଶିକ୍ଷକଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀ ଏବଂ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ପାଇଁ ବ୍ଲକ ଶିକ୍ଷାଧିକାରୀ ପ୍ରାଧିକାରୀ ରହିବେ। ତେଣୁ ନିର୍ଦ୍ଧାରିତ ସମୟରେ ଫେରାର/ଦୀର୍ଘ ସମୟ ଧରି ଅନୁପସ୍ଥିତ କର୍ମଚାରୀ ଓ ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଭିନ୍ନ ସ୍କୁଲରେ ନିୟମିତ ଶିକ୍ଷକ ଘରେ ବସି ଦରମା ନେଉଥିବାବେଳେ ସେମାନେ କେତେଜଣ ଯୁବତୀଯୁବକଙ୍କୁ ନିଜେ ନିୟୋଜିତ କରିଥିବା ମଧ୍ୟ ଖବର ହସ୍ତଗତ ହେଉଛି।
Posted inଆମ ଜିଲା ଖବର, ଯାଜପୁର View All
ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…
ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…
ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍
ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…
ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…
ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ
ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…
ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…
ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ
ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…
ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ
ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…
Archives

