ରାଜ୍ୟରେ ଭାଜପା-ବିଜେଡି ସରକାର ଚାଲିଛି: ତାରା

ଭୁବନେଶ୍ୱର,୩୧।୭(ବ୍ୟୁରୋ): କେନ୍ଦ୍ର ସରକାର ମଙ୍ଗଳବାର ପାର୍ଲାମେଣ୍ଟରେ ‘ତିନି ତଲାକ୍‌ ବିଲ୍‌’ ପାସ୍‌ କରିଛନ୍ତି। ଏହି ବିଲ୍‌କୁ ସମର୍ଥନ କରିବା ପାଇଁ ବିଜେଡି ହୁଇପ୍‌ ଜାରି କରିଥିଲା। ଏଠାରେ ଭାଜପା-ବିଜେଡି ସରକାର ଚାଲିଛି ନା କ’ଣ ସେ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ପ୍ରତ୍ୟେକ ବିଲ୍‌କୁ ସମର୍ଥନ କରିବା ସହିତ ରାଜ୍ୟ ସଭା ସଦସ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବିଜେଡି ଭାଜପାକୁ ସମର୍ଥନ କରୁଛି। ନିର୍ବାଚନ ପୂର୍ବରୁ ପ୍ରତି କ୍ଷେତ୍ରରେ ଉଭୟ ଦଳ ପରସ୍ପରକୁ ସମାଲୋଚନା କରୁଥିଲେ। ମାତ୍ର ଏବେ ପରସ୍ପର କୋଳାକୋଳି ହେଉଛନ୍ତି। ବିଜେଡିର ଏଭଳି ଡବଲ ଷ୍ଟାଣ୍ଡାର୍ଡ ନୀତି କାହିଁକି ସେନେଇ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରନ୍ତୁ ବୋଲି ବୁଧବାର ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ତାରାଙ୍କ ଏଭଳି ଆକ୍ରମଣାତ୍ମକ ଭଙ୍ଗି ଦେଖି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପଏଣ୍ଟ ଅଫ୍‌ ଅର୍ଡର ଜରିଆରେ କହିଲେ ଯେ, ବିଜେଡି ସବୁବେଳେ ସମଦୂରତା ରଖିଆସିଛି। ଜନହିତକର ବିଲ୍‌ରେ ଆମେ ସମର୍ଥନ ଦେବାରେ କୌଣସି ଅସୁବିଧା ନାହିଁ। ୨୦ ବର୍ଷ ହେବ ମତଦାତା ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ତାରାଙ୍କୁ ଇଙ୍ଗିତ କରି କହିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଉଛନ୍ତି। ସେହି ଦୃଷ୍ଟିରୁ ତିନି ତଲାକ୍‌ ବିଲ୍‌କୁ ପାର୍ଲ୍ୟାମେଣ୍ଟରେ ସମର୍ଥନ ଦିଆଯାଇଛି। ଏହାକୁ ରାଜନୀତି ସହ ଯୋଡ଼ିବା କଥା ନୁହେଁ। ବିଜେଡି ସବୁବେଳେ ଇସ୍ୟୁ ବେସ୍‌ଡ ସମର୍ଥନ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri