ରାଜ୍ୟରେ ବୃଦ୍ଧି ପାଇଛି ହେନ୍ତାଳ ବନ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଗତ ଦୁଇବର୍ଷରେ ରାଜ୍ୟରେ ୮ କିଲୋମିଟର ହେନ୍ତାଳ ବନ ବୃଦ୍ଧି ପାଇଛି। ‘ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୯’ରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ଦେଶରେ ହେନ୍ତାଳ ବନ ବୃଦ୍ଧି କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ପ୍ରଥମରେ ଗୁଜରାଟ ଥିବାବେଳେ ଦ୍ୱିତୀୟରେ ମହାରାଷ୍ଟ୍ର ରହିଛି। ସୋମବାର କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ରିପୋର୍ଟକୁ ଉନ୍ମୋଚନ କରିଥିଲେ। ଦୁଇବର୍ଷରେ ଦେଶରେ ୫ ହଜାର ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।