ରାଜ୍ୟରେ ପ୍ରତିଷ୍ଠା ହେବ ୪୫ ଫାଷ୍ଟ ଟ୍ରାକ କୋର୍ଟ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ରହିବ ୨୪ଟିରେ ପୋକ୍ସୋ ମାମଲାର ବିଚାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ହାଇକୋର୍ଟରେ ଖାଲି ପଡିଥିବା ୧୪ ବିଚାରପତି ପଦବୀ ତୁରନ୍ତ ପୂରଣ ହେଲେ ଲୋକଙ୍କୁ ନ୍‌ତ୍ୱରିତ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି।