ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ୫ ପୌର ପରିଷଦ

ଭୁବନେଶ୍ବର,୨୪।୨: ରାଜ୍ୟରେ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟବକ୍ଷେ  ୫ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର ପରିଷଦ (ମ୍ୟୁନିସିପାଲିଟି) ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ପୌର ପରିଷଦ ହେଲା ବୌଦ୍ଧଗଡ଼, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର ଓ ଆସ୍କା।
ଅନ୍ୟପକ୍ଷେ ଅନୁଗୋଳ ଜିଲାର ପାଲଲହଡ଼ା, ଛେଣ୍ଡିପଦା, ବାଲେଶ୍ବର ଜିଲାର ବସ୍ତା ଓ ସିମୁଳିଆ,ବରଗଡ଼ ଜିଲାର ପାଇକମାଳ, ଭେଡେନ, ଭଦ୍ରକ ଜିଲାର ଅଗରପଡ଼ା ବଲାଙ୍ଗୀର ଜିଲାର ବେଲପାହାଡ଼ ଓ ସଇଁତଳା, ଯାଜପୁର ଜିଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲାର ଜୟପାଟଣା, କନ୍ଧମାଳ ଜିଲାର ରାଇକିଆ, କୋରାପୁଟ ଜିଲାର ବୋରିଗୁମା, ନୂଆପଡ଼ା ଜିଲାର ସିନାପାଲି, ରାୟଗଡ଼ା ଜିଲାର ଚାନ୍ଦିଲି, ମୁନିଗଡ଼ା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ ଜିଲାର ବଣେଇ, ଗଞ୍ଜାମ ଜିଲାର ଶେରଗଡ଼ ଓ କୁକୁଡ଼ାଖଣ୍ଡି ନୟାଗଡ଼ ଜିଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲାର ସାଲେପୁର, ବଡ଼ମ୍ବା ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲାର ବେତନଟି, ଢେଙ୍କାନାଳ ଜିଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲାର କଣ୍ଟାମାଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରାଯାଇଛି।